ସ୍କୁଲ,କଲେଜ ହେଉ, ୟୁନିଭର୍ସିଟି, ଅଫିସ ହେଉ.. ଫର ଫର ଉଡ଼ିଥିବା ତ୍ରିରଙ୍ଗାକୁ ଦେଖିଲେ ମନେପଡ଼ିଯାଏ ଆଜି ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ। ତିନି ରଙ୍ଗର ସମାହାର ତ୍ରିରଙ୍ଗା। କୋଟି ଭାରତୀୟଙ୍କ ସ୍ୱାଭିମାନ, ଗର୍ବ, ସମ୍ମାନର ପ୍ରତୀକ। ଫର ଫର ତ୍ରିରଙ୍ଗାକୁ ଦେଖିଦେଲେ ଭକ୍ତିରେ ମୁଣ୍ଡ ନଇଁଯାଏ ଭାରତୀୟଙ୍କର। ହେଲେ ଜାଣନ୍ତି, ଆମ ଜାତୀୟ ପତାକା ତ୍ରିରଙ୍ଗାକୁ କିଏ ଡିଜାଇନ କରିଥିଲେ ? କେବେ କରିଥିଲେ ? ଏଇ ମହାନ ବ୍ୟକ୍ତି ଜଣକ ହେଉଛନ୍ତି ପିଙ୍ଗଲି ଭେଙ୍କୟା। ।
ପିଙ୍ଗଳି ଜଣେ ଭାଷା ବିଷାରଦ ତଥା ଲେଖକ ଥିଲେ। ।୧୯୧୩ରେ ସେ ଜାପାନୀ ଭାଷାରେ ଲମ୍ବା ଭାଷଣ ପଢିଥିଲେ। ତାଙ୍କର ଏହି ବିଶେଷ ଗୁଣ ପାଇଁ ଅନେକ ନାମରେ ପରିଚିତ ଥିଲେ। ସେତେବେଳେ ମସଲନ-ଜାପାନ ଭେଙ୍କୟା, ପଟ୍ଟି ଭେଙ୍କୟା ଏବଂ ଝଣ୍ଡା ଭେଙ୍କୟା ନାମରେ ଲୋକେ ତାଙ୍କୁ ଜାଣୁଥିଲେ।
ସେତେବେଳେ ତ୍ରିରଙ୍ଗା ପତାକାର ରଙ୍ଗ ଥିଲା ନାଲି ଯାହା ହିନ୍ଦୁମାନଙ୍କ ପାଇଁ ଥିଲା। ସବୁଜ ରଙ୍ଗ ମୁସ୍ଲିମ୍ ଧର୍ମର ପ୍ରତୀକ ଥିଲା। ଧଳା ରଙ୍ଗ ଅନ୍ୟ ସମସ୍ତ ଧର୍ମର ପ୍ରତୀକ ଥିଲା। ମଝିରେ ଥିଲା ଚରଖା । ୧୯୨୧ରେ ମହାତ୍ମାଗାନ୍ଧି କଂଗ୍ରାସର ବିଜୟୱାଡ଼ା ଅଧିବେଶନରେ ପିଙ୍ଗଳି ଭେଙ୍କୟା ଡିଜାଇନ କରିଥିବା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ମଞ୍ଜୁରି ଦେଇଥିଲେ।
Also Read
୧୯୩୧ରେ ତ୍ରିରଙ୍ଗକୁ ଜାତୀୟ ପତାକା କରିବାର ପ୍ରସ୍ତାବ ପାସ ହୋଇଥିଲା। ତେବେ ଏଥିରେ କିଛି ସଂଶୋଧନ କରାଯାଇଥିଲା। ନାଲି ରଙ୍ଗ ବଦଳରେ କମଳା ରଙ୍ଗ ରଖାଗଲା। ୧୯୪୭ ଜୁଲାଇ ୨୨ ତାରିଖରେ ଏହି ପତାକାକୁ ଜାତୀୟ ପତାକାର ମାନ୍ୟତା ଦିଆଗଲା। କିଛି ଦିନ ପରେ ପୁଣି ଏହାର ପରିବର୍ତ୍ତନ କରାଗଲା। ଚରଖା ଜାଗାରେ ଅଶୋକଚକ୍ର ରଖାଯାଇଥିଲା। କୁହାଯାଏ, ଚରଖା ହଟାଇବାକୁ ନେଇ ମହାତ୍ମାଗାନ୍ଧି କ୍ଷୁବ୍ଧ ହୋଇଥିଲେ। ଏବେ ତ୍ରିରଙ୍ଗାର ତିନି ରଙ୍ଗର ଅର୍ଥ ବି ବଦଳି ଯାଇଛି। କମଳା ରଙ୍ଗ ସମୃଦ୍ଧି, ଧଳା ରଙ୍ଗ ଶାନ୍ତି ଏବ ସବୁଜ ରଙ୍ଗ ପ୍ରଗତିର ସଙ୍କେତ ବୋଲି କୁହାଯାଉଛି।
ଦେଶକୁ ତ୍ରିରଙ୍ଗା ଦେଇଥିବା ପିଙ୍ଗଳିଙ୍କ ଶେଷ ଜୀବନ ବହୁତ ଦାରିଦ୍ର୍ୟ କଟିଥିଲା। ଏକ ଝୁମ୍ପୁଡ଼ି ଘରେ ୧୯୬୩ ମସିହାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହା ପରେ ଲୋକେ ପିଙ୍ଗଳିଙ୍କୁ ଭୁଲି ଯାଇଥିଲେ। ୨୦୦୯ରେ ପ୍ରଥମ ଥର ପାଇଁ ପିଙ୍ଗଳିଙ୍କ ନାଁରେ ଡାକ ଟିକେଟ ହୋଇଥିଲା।