Advertisment

World Pneumonia Day 2024: ମାନନ୍ତୁ ଏହି ୬ ଟିପ୍ସ… କରନ୍ତୁ ଏହି ୫ ଯୋଗାସନ, କେବେ ବି ହେବନି ନିମୋନିଆ

ନିମୋନିଆ ଦ୍ୱାରା ଫୁସଫୁସ ଖୁବ୍ ପ୍ରଭାବିତ ହୋଇଥାଏ। ଏହି ସମସ୍ୟା କାରଣରୁ ଶ୍ୱାସ ନେବାରେ କଷ୍ଟ ହୁଏ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ସେମାନଙ୍କ ପାଇଁ ଏହା ବହୁତ କଷ୍ଟଦାୟକ ହେବା ସହ ସାଂଘାତିକ ମଧ୍ୟ ହୋଇପାରେ। ଏମିତି କିଛି ସରଳ ଟିପ୍ସ ଅଛି ଯାହା ବ୍ୟବହାର କରି ଆପଣ ନିଜକୁ ନିମୋନିଆ ବିପଦରୁ ରକ୍ଷା କରିପାରିବେ।

ଅଦ୍ୟତନ ହୋଇଛି
World Pneumonia Day 2024

World Pneumonia Day 2024

Advertisment

ଯେଉଁଭଳି ଭାବେ ନିମୋନିଆ ରୋଗ ବଢିବାରେ ଲାଗିଛି, ଏହାକୁ ରୋକିବା ପାଇଁ ଉପାୟ ବିଷୟରେ ଲୋକଙ୍କୁ ଜଣାଇବା ଅତ୍ୟନ୍ତ ଜରୁରୀ। ଏହା ଦ୍ୱାରା ସେମାନେ ସଚେତନ ହୋଇ ନିଜ ପରିବାରର ଯତ୍ନ ନେଇପାରିବେ। ଏନେଇ ସଚେତନ ହୋଇଗଲେ ଏହା ବିସ୍ତାର ହେବାର ଆଶଙ୍କା କମିଯାଇପାରେ।

Advertisment

ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୧୨ ନଭେମ୍ବରରେ ‘ବିଶ୍ୱ ନିମୋନିଆ ଦିବସ’ ପାଳନ କରାଯାଏ। ଏହି ଦିନ ନିମୋନିଆ ସହ ଜଡିତ ସଚେତନତା ବାର୍ତ୍ତା ଲୋକମାନଙ୍କ ମଧ୍ୟରେ ବଣ୍ଟାଯାଏ। ଏହି ରୋଗ ଶିଶୁ ଏବଂ ବୟସ୍କମାନଙ୍କ ମଧ୍ୟରେ ଅଧିକ ବ୍ୟାପିଥାଏ। ଏହା ଏକ ସଂକ୍ରାମକ ରୋଗ ଏବଂ ଅନେକ ଶିଶୁ ଏବଂ ବୃଦ୍ଧ ଲୋକଙ୍କୁ ମଧ୍ୟ ଏହାର ସଂକ୍ରମଣ ହେତୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ।

ଅଧିକ ପଢନ୍ତୁ: Yogasana: ସବୁବେଳେ ବେକ ଯନ୍ତ୍ରଣା ହେଉଛି କି…କରନ୍ତୁ ଏହି ଯୋଗ, ହେଇଯିବ ଦୂର

Advertisment

ଏହା ଦ୍ୱାରା ଫୁସଫୁସ ଖୁବ୍ ପ୍ରଭାବିତ ହୋଇଥାଏ। ଏହି ସମସ୍ୟା କାରଣରୁ ଶ୍ୱାସ ନେବାରେ କଷ୍ଟ ହୁଏ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ସେମାନଙ୍କ ପାଇଁ ଏହା ବହୁତ କଷ୍ଟ ଦେବା ସହ ସାଂଘାତିକ ମଧ୍ୟ ହୋଇପାରେ। ତେବେ ଏହି ରୋଗର ଚିକିତ୍ସା କରାଯାଇପାରିବ ଏବଂ ଏହାକୁ ମଧ୍ୟ ରୋକାଯାଇପାରିବ।

World Pneumonia Day 2024ଏହା ଦ୍ୱାରା ଫୁସଫୁସ ଖୁବ୍ ପ୍ରଭାବିତ ହୋଇଥାଏ

ଏମିତି କିଛି ସରଳ ଟିପ୍ସ ଅଛି ଯାହା ବ୍ୟବହାର କରି ଆପଣ ନିଜକୁ ନିମୋନିଆ ବିପଦରୁ ରକ୍ଷା କରିପାରିବେ। ଏହି ରୋଗ ମୁଖ୍ୟତଃ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶରେ ବ୍ୟାପିଥାଏ। ଏହା ଏକ ଶ୍ୱାସକ୍ରିୟାଜନିତ ରୋଗ। ଏହା ଏକ ପ୍ରଦାହଜନକ ବ୍ୟାଧି ଯାହା ଜୀବାଣୁ, ଭୂତାଣୁ ଏବଂ ବୀଜାଣୁ ସଂକ୍ରମଣ ଦ୍ୱାରା ହୋଇପାରେ।

Advertisment

ବାରମ୍ବାର ହାତ ଧୋଇବା:

ଖାଇବା ପୂର୍ବରୁ, ଖାଦ୍ୟ ଛୁଇଁବା ପୂର୍ବରୁ ଏବଂ ଶୌଚାଳୟ ବ୍ୟବହାର କରିବା ପରେ ଭଲ ଭାବେ ହାତ ଧୁଅନ୍ତୁ। ଯଦି ସାବୁନ ନ ଥାଏ, ତେବେ ଆଲ୍‌କୋହଲ୍ ଆଧାରିତ ହ୍ୟାଣ୍ଡ୍‌ ସାନିଟାଇଜର ବ୍ୟବହାର କରନ୍ତୁ।

ଅଧିକ ପଢନ୍ତୁ : Yogasana: ଆପଣ ଦିନସାରା ଦୁର୍ବଳ ଅନୁଭବ କରୁଛନ୍ତି କି… କରନ୍ତୁ ଏହି ୪ ଆସନ, ଶରୀର ହେବ ଶକ୍ତିଶାଳୀ

ଟୀକାକରଣ:

ପ୍ରତିବର୍ଷ ଫ୍ଲୁ ଟିକା ନେବା ଜରୁରୀ। ଯଦି ଆପଣଙ୍କ ବୟସ ଅଧିକ କିମ୍ବା ମଧୁମେହ, ଆଜ୍‌ମା କିମ୍ବା ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଭଳି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି, ତଥାପି ମଧ୍ୟ ଫ୍ଲୁ ଟିକା ନେବା ଉଚିତ। ଯଦି ଆପଣ ନିମୋକୋକଲ୍ ଟିକା ନେବାକୁ ଚାହୁଁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ କରି ନିଅନ୍ତୁ।

World Pneumonia Day 2024ପ୍ରତିବର୍ଷ ଫ୍ଲୁ ଟିକା ନେବା ଜରୁରୀ

ଧୂମପାନ କରନ୍ତୁ ନାହିଁ:

ଧୂମପାନ ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଏ ଏବଂ ସଂକ୍ରମଣର ଆଶଙ୍କା ବଢାଇଥାଏ।

ଦିନଚର୍ଯ୍ୟା:

ଏକ ସୁସ୍ଥ ଖାଦ୍ୟ ଖାଆନ୍ତୁ, ବ୍ୟାୟାମ କରନ୍ତୁ ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ। ସୁସ୍ଥ ଖାଦ୍ୟ ଖାଇବା ଏବଂ ବ୍ୟାୟାମ କରି ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିପାରିବେ।

ଭିଡ଼ରୁ ଦୂରେଇ ରୁହନ୍ତୁ:

ଥଣ୍ଡା-ସର୍ଦ୍ଦି ଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ କୁହନ୍ତୁ ଏବଂ ନିଜେ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଲୋକ ଗହଳି ଠାରୁ ଦୂରେଇ ରହିବା ଉଚିତ।

ଅସୁସ୍ଥ ଲୋକଙ୍କଠାରୁ ଦୂରରେ ରୁହନ୍ତୁ:

ଯଦି ଆପଣଙ୍କୁ କୌଣସି ସଂକ୍ରାମକ ରୋଗ ଅଛି, ଯେପରିକି ଫ୍ଲୁ, ଥଣ୍ଡା, କିମ୍ବା COVID, ତେବେ ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରଖନ୍ତୁ। ଏହା ସହିତ ଅସୁସ୍ଥ ଲୋକଙ୍କଠାରୁ ନିଜେ ଦୂରରେ ରୁହନ୍ତୁ।

ଏମିତି କିଛି ସରଳ ଯୋଗ ମଧ୍ୟ ରହିଛି, ଯାହାକୁ ଦୈନନ୍ଦିନ ଅଭ୍ୟାସ କରିବା ଦ୍ୱାରା ଆପଣ ନିଜକୁ ନିମୋନିଆ ଭଳି ରୋଗ ଠାରୁ ଦୂରେଇ ପାରିବେ। ଆସନ୍ତୁ ଜାଣିବା…

ଭୁଜଙ୍ଗାସନ:

World Pneumonia Day 2024ଭୁଜଙ୍ଗାସନ

ଭୁଜଙ୍ଗାସନ ହୃଦୟ ଏବଂ ଫୁସ୍‌ଫୁସ୍‌ର ରାସ୍ତାକୁ ସଫା କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ଏହାର ଦୈନନ୍ଦିନ ଅଭ୍ୟାସ ଶରୀରରେ ରକ୍ତ ଏବଂ ଅମ୍ଳଜାନର ସଠିକ୍ ସଂଚାଳନରେ ସାହାଯ୍ୟ କରେ। କେବଳ ନିମୋନିଆ ନୁହେଁ, ଏହି ଆସନ ଆଜ୍‌ମା ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ।

ମତ୍ସ୍ୟାସନ:

World Pneumonia Day 2024ମତ୍ସ୍ୟାସନ

ଯେଉଁମାନେ ଶ୍ୱାସଜନିତ ସମସ୍ୟାରେ ପୀଡିତ ସେମାନଙ୍କ ପାଇଁ ମତ୍ସ୍ୟାସନ ଅତ୍ୟନ୍ତ ପ୍ରଭାବଶାଳୀ ଆସନ। ଏହା ବ୍ୟତୀତ ଏହି ଆସନ ଫୁସ୍‌ଫୁସ୍‌କୁ ମଧ୍ୟ ସଫା କରିଥାଏ। ଏଠାରେ ଥିବା ମାଂସପେଶୀଗୁଡ଼ିକ ଶକ୍ତିଶାଳୀ ହୁଏ ଏବଂ ନିଶ୍ୱାସ ନେବା କ୍ଷମତା ବଢେ। ଏହା ସମଗ୍ର ଶରୀରରେ ରକ୍ତ ସଞ୍ଚାଳନକୁ ବଢାଇଥାଏ।

ଅଶ୍ୱସଂଚାଳାସନ:

World Pneumonia Day 2024ଅଶ୍ୱସଂଚାଳାସନ

ଏହି ଆସନ କରିବା ବେଳେ ଶରୀରର ଉପର ଅଂଶ, ଛାତିରେ ଷ୍ଟ୍ରେଚ୍ ଆସେ, ଯେଉଁ କାରଣରୁ ଏହି ସ୍ଥାନକୁ ଅଧିକ ରକ୍ତ ଏବଂ ଅମ୍ଳଜାନ ଯୋଗାଣ ହୋଇଥାଏ। ଫଳରେ ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ।

ଉଷ୍ଟ୍ରାସନ:

World Pneumonia Day 2024ଉଷ୍ଟ୍ରାସନ

ଉଷ୍ଟ୍ରାସନ ଅଭ୍ୟାସ କରିବା ଦ୍ୱାରା ଫୁସ୍‌ଫୁସ୍‌ ସୁସ୍ଥ ରହିଥାଏ। ଏହା ସହିତ କାନ୍ଧ ଏବଂ ପିଠି ମଧ୍ୟ ଶକ୍ତିଶାଳୀ ହୁଏ। ଫଳରେ କାନ୍ଧ ଓ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳେ। ଏହା କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ଲାଭଦାୟକ ଏବଂ ଏହା ମୋଟାପଣକୁ ମଧ୍ୟ ଦୂର କରିଥାଏ।

ଅନୁଲୋମ୍-ବିଲୋମ୍ ପ୍ରାଣାୟାମ:

World Pneumonia Day 2024ଅନୁଲୋମ୍-ବିଲୋମ୍ ପ୍ରାଣାୟାମ

ଶ୍ୱାସକ୍ରିୟାରେ ପୀଡିତ ଲୋକମାନେ ଏହି ପ୍ରାଣାୟାମକୁ ପ୍ରତିଦିନ ଅଭ୍ୟାସ କରିବା ଉଚିତ। ଏହା ଫୁସ୍‌ଫୁସ୍‌ ଭିତରେ ଜମା ହୋଇଥିବା ମଇଳାକୁ ସଫା କରିଥାଏ, ଯାହା ଫଳରେ ଫୁସ୍‌ଫୁସର୍‌ କାର୍ଯ୍ୟଦକ୍ଷତା ବଢିଯାଏ। ଏହି ପ୍ରାଣାୟାମ ମଧ୍ୟ ଚାପରୁ ମୁକ୍ତି ଦେଇଥାଏ।

ଅଧିକ ପଢନ୍ତୁ : Yogasana: ବସିବା-ଉଠିବା-ନଇଁବା ବେଳେ ଅଣ୍ଟା- ପିଠି ଯନ୍ତ୍ରଣା ହେଉଛି କି… କରନ୍ତୁ ଏହି ୩ ଆସନ; ମିଳିବ ଆରାମ

Yogasana Pneumonia Health Tips Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ