/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709879189.jpg)
Mahakaleswar
ପବିତ୍ର ଭାରତବର୍ଷର ତୃତୀୟ ଜ୍ୟୋର୍ତିଲିଙ୍ଗ ଭଗବାନ ମହାକାଳେଶ୍ୱର। ଭାରତର ପବିତ୍ର ଉଜ୍ଜୟିନୀ ନଗରୀରେ ଭଗବାନ ଶଙ୍କର ମହାକାଳେଶ୍ୱର ଜ୍ୟୋର୍ତିଲିଙ୍ଗ ଭାବେ ପୂଜିତ ହେଉଛନ୍ତି। ଏହି ଜ୍ୟୋର୍ତିଲିଙ୍ଗ ସୁଦୃଶ୍ୟ ଓ ବିଶାଳ। ଯାହାଙ୍କୁ ସେବକମାନେ ବର୍ଷତମାମ ବିଭିନ୍ନ ବେଶରେ ସଜ୍ଜିତ କରିଥାନ୍ତି। ଏଠାରେ ହେଉଥିବା ଭସ୍ମ ଆଳତୀ ସମଗ୍ର ଦେଶରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ।
ଆପଣ ନିଶ୍ଚୟ ଏହି ଜ୍ୟୋର୍ତିଲିଙ୍ଗଙ୍କ ପ୍ରାକଟ୍ୟ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଥିବେ। ଶିବ ପୁରାଣର ତଥ୍ୟକୁ ଆଧାର କରି ଆମେ ଆପଣଙ୍କୁ ଏହାର କାହାଣୀ କହୁଅଛୁ। ଅବନ୍ତୀ ନଗରରେ ବେଦପ୍ରିୟ ବୋଲ ଜଣେ ଅଗ୍ନିହୋତ୍ର ବ୍ରାହ୍ମଣ ନିବାସ କରୁଥିଲେ। ନିତ୍ୟ ଅଗ୍ନିହୋତ୍ର କରିବା ସହ ସମାଜ ମଙ୍ଗଳ ପାଇଁ ଭଗବାନ ଶଙ୍କରଙ୍କୁ ସେ ଆରାଧନା କରୁଥଲେ। ନିତ୍ୟ ଶିବାର୍ଚ୍ଚନା ଫଳରେ ଭଗବାନ ଶିବଙ୍କ ପ୍ରସାଦ ସ୍ୱରୂପ ତାଙ୍କୁ ୪ଟି ପୁତ୍ର ପ୍ରାପ୍ତି ହେଲେ। ନାଁ ରହିଲା ଦେବପ୍ରିୟ, ପ୍ରିୟମେଘ, ସଂସ୍କୃତ ଓ ସୁବୃତ୍ତ। ସମସ୍ତେ ବେଦଜ୍ଞ, ପଣ୍ଡିତ ଓ ଶିବଭକ୍ତ।
ଏକଦା ସେମାନେ ରହୁଥିବା ସ୍ଥାନ ନିକଟରେ ଥିବା ରତ୍ନମାଳା ପର୍ବତରେ ଦୁଷଣ ବୋଲି ରାକ୍ଷଣଟିଏ ଉପଦ୍ରବ ଆରମ୍ଭ କଲା। ବ୍ରାହ୍ମଣଙ୍କ ଯଜ୍ଞ ଧ୍ୱଂସ କଲା। ସମସ୍ତେ ତ୍ରାହି ତାହି କଲେ। ଥରେ ସେ ଅସୁର ଏହି ୪ ଭାଇଙ୍କ ଉପରେ ମଧ୍ୟ ଆକ୍ରମଣ କଲା। ହେଲେ ଏହି ବେଦଜ୍ଞ ବ୍ରାହ୍ମଣ ବିଚଳିତ ନ ହୋଇ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କଲେ। ଏହି ସମୟରେ ଏ ବିରାଟ ଗର୍ତ୍ତ ମଧ୍ୟ ବିକଟାଳ ଶବ୍ଦ କରି ମହାକାଳ ଶଙ୍କର ପ୍ରକଟ ହେଲେ ଏବଂ ଅଶୁରଙ୍କୁ ନାସ କଲେ।
ସମସ୍ତେ ଆସ୍ୱସ୍ଥ ହେବା ପରେ ଭଗବାନ ଆଷୁତୋଷ ଶଙ୍କର ୪ ଭାଈଙ୍କୁ ବର ମାଗିବାକୁ କହିଲେ। ୪ ଭାଇ ମୋକ୍ଷର ବର ମାଗିବା ସହ ଭଗବାନଙ୍କୁ ଏହିଠାରେ ଆତ୍ମଲିଙ୍ଗ ରୂପେ ବିରାଜମାନ ହେବାକୁ କହିଲେ। ଭକ୍ତର ମନୋବାଞ୍ଝା ପୂର୍ଣ୍ଣ କରି ସବୁଦିନ ପାଇଁ ଲିଙ୍ଗରୂପେ ବିରାଜିଲେ ମହାକାଳ ଶଙ୍କର। ନାଁ ରହିଲା ମହାକାଳେଶ୍ୱର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)