Advertisment

ଏଠି ଦୁର୍ଗାପୂଜାରେ ବୀରତ୍ୱର ପ୍ରତୀକ ନାଗାର୍ଜୁନଙ୍କୁ କରାଯାଏ ଉପାସନା !

ଶ୍ରୀକ୍ଷେତ୍ରରେ ନାଗାର୍ଜୁନଙ୍କୁ ବନଯାଗ ମନ୍ତ୍ରରେ ଉପାସନା କରାଯାଏ । ଶ୍ରୀଜଗନ୍ନାଥଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ନାଗାର୍ଜୁନ ପରମ୍ପରା ।

Goshani

Goshani

Advertisment

ଭାରତବର୍ଷରେ ଶରତକାଳୀନ ଶାରଦୀୟ ଦୁର୍ଗାପୂଜା ପ୍ରତିଟି ସ୍ଥାନରେ ବଡ଼ ଧୂମଧାମରେ ପାଳନ କରାଯାଉଥିବା ବେଳେ ଅନ୍ୟ କୌଣସି ସ୍ଥାନରେ ନାଗାର୍ଜୁନଙ୍କୁ ପୂଜା କରାଯାଇନଥାଏ। ଶ୍ରୀକ୍ଷେତ୍ର ହେଉଛି ଗୋଟିଏ ସ୍ଥାନ, ଯେଉଁଠି ନିଆରା ପରମ୍ପରାରେ ନାଗାର୍ଜୁନଙ୍କୁ ବନଯାଗ ମନ୍ତ୍ରରେ ଉପାସନା କରାଯାଇଥାଏ। ବୀରତ୍ୱର ପ୍ରତୀକ ଦମ୍ଭର ମୂର୍ତ୍ତିମନ୍ତ ପ୍ରତୀକ ଦଶହରା ବାସି ଏକାଦଶୀ ତିଥିରେ ନାଗାର୍ଜୁନ ଗୋଷାଣି ମହୋତ୍ସବରେ ବେଶ ଆକର୍ଷଣ ସାଜିଥାନ୍ତି ।

Advertisment

ବୀରତ୍ୱର ପ୍ରତୀକ, ଦମ୍ଭର ପ୍ରତୀକ, ଯୋଦ୍ଧା ରୂପରେ ପ୍ରତୀୟମାନ ନାଗାର୍ଜୁନ। ଶାରଦୀୟ ଦୁର୍ଗା ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରାରେ ବନଯାଗ ମନ୍ତ୍ରରେ ଉପାସିତ ହୁଅନ୍ତି ନାଗାର୍ଜୁନ। ସାରା ଭାରତ ବର୍ଷରେ କେବଳ ଶ୍ରୀକ୍ଷେତ୍ରରେ ମା ଦୁର୍ଗାଙ୍କ ସହ ନାଗାର୍ଜୁନ ପୂଜିତ ହୁଅନ୍ତି। ଏଠାରେ ମା ବିମଳାଙ୍କ ପ୍ରତୀକ ମା କାକୁଡି ଖାଇ, ତାଙ୍କ ଝିଅ ଭାବରେ ୧୮ହାତ ଉଚ୍ଚତା ମା ବାରବାଟୀ, ୧୫ହାତ ଉଚ୍ଚତା ମା ଜହ୍ନିଖାଇ, ବେଲବାଈ,ଗେଲବାଈ, ବସନ୍ତେଇ, ଶୂନ୍ୟ ଗୋଷାଣି ପୂଜା ପାଇଥାନ୍ତି।

ଶ୍ରୀଜଗନ୍ନାଥଙ୍କ ସହ ଅଙ୍ଗାଙ୍ଗୀ ଜଡିତ ନାଗାର୍ଜୁନ ପରମ୍ପରା। କାର୍ତ୍ତିକ ମାସରେ ପଞ୍ଚୁକର ଛଅ ଦିନ ପଡିଲେ ମହାପ୍ରଭୁ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ନାଗା ବେଶରେ ଯେପରି ନାଗା ୧୬ଟି ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି ସେହିଭଳି ନାଗାର୍ଜୁନ ମୂର୍ତ୍ତି ମଧ୍ୟ ବିରାଟ ଏକ ଧନୁ ତୀରରେ ସଜ୍ଜିତ ତାଟି ପରିଧାନ କରି ମସ୍ତକରେ ହାଣ୍ଡିଆ, ହାଣ୍ଡିଆ ଉପରି ଭାଗରେ ଫୁଲ ରହିଥାଏ। ଅଣ୍ଟାରେ ଅଣ୍ଟାପଟି, ସାଞ୍ଜୁ, ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଯୋଦ୍ଧା ଭଳି ସମସ୍ତଙ୍କୁ ସୁରକ୍ଷା ଦେଇଥାନ୍ତି।

Advertisment

ଦୁର୍ଗା ଉତ୍ସବ ଅବସରରେ ଗୋଷାଣି ଯାତରେ କାହିଁ କେଉଁ ଅନାଦି କାଳରୁ ବାଲିସାହି ଆଖଡା, ହରଚଣ୍ଡୀ ସାହି ଆଖଡା, ମାଟିମଣ୍ଡପ ସାହି, ମାଜଣା ଯାଗା ଆଦି ବିଭିନ୍ନ ସାହିର ନାଗାର୍ଜୁନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକାଠି ହୁଅନ୍ତି ଓ ଏକାଦଶୀରେ ମହାଦୀପ ପ୍ରଜ୍ୱଳିତ ପରେ ବିସର୍ଜନ, ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ