Advertisment

ଆଇନ୍ ଅମାନ୍ୟ ଆନ୍ଦୋଳନର ମୁକସାକ୍ଷୀ ଇଞ୍ଚୁଡ଼ି ସତ୍ୟାଗ୍ରହ

ମାତ୍ର ୨୦ ଜଣ ସତ୍ୟାଗ୍ରହୀ କଟକରୁ ଚାନ୍ଦବାଲି ହୋଇ ବାଲେଶ୍ୱରର ସ୍ୱରାଜ ଆଶ୍ରମରେ ପହଞ୍ଚିଥିଲେ ସେଠାରୁ ପରଦିନ ପ୍ରଥମେ ତୁଣ୍ଡୁରା ପହଞ୍ଚିବା ପରେ ପଣାସଂକ୍ରାନ୍ତି ଦିନ ଇଞ୍ଚୁଡ ସମୁଦ୍ର ମୁହାଣର ଧୋବାଗଣ୍ଡି ନଈକୂଳରେ ଏକତ୍ରିତ ହୋଇ ସେହି ପାଣିରେ ଲୁଣ ମାରିଥିଲେ ।

ଅଦ୍ୟତନ ହୋଇଛି
Know story of Inchudi memorial which witnessed Salt Satyagraha

Know story of Inchudi memorial which witnessed Salt Satyagraha

Advertisment

ଭାରତ ସ୍ୱାଧୀନତା ସଂଗ୍ରାମର ମେରୁଦଣ୍ଡ ଓ ମୁକସାଖି ଭାବେ ଛିଡା ହୋଇଛି ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡି ଲବଣ ସତ୍ୟାଗ୍ରହ ପୀଠ । ୧୯୩୦ ମସିହା ଏପ୍ରିଲ ୧୩ ତାରିଖରେ ବ୍ରିଟିଶର ମାନଙ୍କ ବିରୁଦ୍ଧରେ ଲୁଣ ମାରିବା ପାଇଁ ଏଠାରେ ଏକତ୍ରିତ ହୋଇଥିଲେ ହଜାର ହଜାର ସତ୍ୟାଗ୍ରହୀ । ଗାନ୍ଧିଜୀଙ୍କ ଡାକରାରେ ପୂର୍ବ ଭାରତର ପ୍ରଥମ ଲୁଣ ମରାଯାଇଥିଲା ଇଞ୍ଚୁଡିରେ । ଯାହାର ନେତୃତ୍ୱ ନେଇଥିଲେ ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର ଏବଂ ଡ.ହରେକୃଷ୍ଣ ମହତାବ ।

Advertisment

ମାତ୍ର ୨୦ ଜଣ ସତ୍ୟାଗ୍ରହୀ କଟକରୁ ଚାନ୍ଦବାଲି ହୋଇ ବାଲେଶ୍ୱରର ସ୍ୱରାଜ ଆଶ୍ରମରେ ପହଞ୍ଚିଥିଲେ ସେଠାରୁ ପରଦିନ ପ୍ରଥମେ ତୁଣ୍ଡୁରା ପହଞ୍ଚିବା ପରେ ପଣାସଂକ୍ରାନ୍ତି ଦିନ ଇଞ୍ଚୁଡ ସମୁଦ୍ର ମୁହାଣର ଧୋବାଗଣ୍ଡି ନଈକୂଳରେ ଏକତ୍ରିତ ହୋଇ ସେହି ପାଣିରେ ଲୁଣ ମାରିଥିଲେ । ଗଞ୍ଜାମରୁ ଗଞ୍ଜାମ ବାହିନୀ, ସମ୍ବଲପୁରରୁ ପଶ୍ଚିମମା ବାହିନୀ, ଗୁଜୁରାଟି ବାହିନୀ, ମାରୁୱାଡି ବାହିନୀ ଭଳି ୬୦ ହଜାର ସତ୍ୟାଗ୍ରହୀ ଏକଜୁଟ ହୋଇ ଇଂଁରେଜ ମାନଙ୍କ ବିରୁଦ୍ଧରେ ଆଇନ ଅମାନ୍ୟ ଆନ୍ଦୋଳନ କରି ଲୁଣ ମାରିଥିଲେ ।

ଆଜି ଦେଶ ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଯେଉଁମାନଙ୍କ ରକ୍ତ ଓ ବଳିଦାନରେ ଦେଶ ଆଜି ସ୍ୱାଧୀନ, ସେମାନେ ଆଜି ନାହାଁନ୍ତି ସତ । ହେଲେ ସେମାନଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଓ ଗାନ୍ଧି, ସର୍ଦ୍ଦାର ପଟେଲ ଏବଂ ନେହେରୁଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଆହ୍ୱାନରେ ଇଞ୍ଚୁଡିରେ ହିଁ ସ୍ୱାଧୀନ ଭାରତର ବହ୍ନି ଜଳିଉଠିଥିଲା । ଏହି ମାଟିକୁ ନମନ କରି ବିଭିନ୍ନ ସମୟରେ ମା ମାଟି ପାଇଁ ଗର୍ବ କରୁଥିବା ଭାରତୀୟମାନେ ଏହି ମାଟିକୁ ସାଲମ କରିଛନ୍ତି ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ