/odishatv-khabar/media/media_files/2025/10/06/youtuber-2025-10-06-13-13-32.jpg)
YOUTUBER Photograph: (OTV)
ଭାରତରେ ନୁହେଁ, ସାରା ବିଶ୍ୱରେ ୟୁଟ୍ୟୁବରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। କେହି ଲାଇଫଷ୍ଟାଇଲ୍ ତ କେହି କମେଡି ବ୍ଲଗ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଭାରତରେ ସବୁଠାରୁ ଧନୀ ୧୦ ଜଣ ୟୁଟ୍ୟୁବର କିଏ, ଯାହାଙ୍କର ନେଟୱର୍ଥ ୮୦ କୋଟିରୁ ୬୬୫ କୋଟି ଟଙ୍କା । ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଣେ କମେଡିଆନ୍ ନମ୍ବର ଓ୍ୱାନ୍ ସ୍ଥାନ ହାସଲ କରିଛନ୍ତି। ସେ ଆଉ କେହି ନୁହଁନ୍ତି, ୟୁଟ୍ୟୁବର ତଥା କମେଡିଆନ୍ ତନ୍ମୟ ଭଟ୍ଟ, ଯାହାଙ୍କର ମୋଟ ସଂପତ୍ତି ୬୬୫ କୋଟି ଟଙ୍କା ବୋଲି କୁହାଯାଇଛି।
ତନ୍ମୟ ଭଟ୍ଟ ତାଙ୍କର କମେଡି, ପୋଡକାଷ୍ଟ ଏବଂ କୋଲାବୋରେସନ୍ ପାଇଁ ପ୍ରସିଦ୍ଧ। ଡିଜିଟାଲ୍ ପ୍ଲାଟଫର୍ମରେ ତାଙ୍କର କଣ୍ଟେଣ୍ଟ ବେଶ୍ ଲୋକପ୍ରିୟ, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି।
ତନ୍ମୟଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଟେକ୍ନିକାଲ୍ ଗୁରୁଜୀ, ଯାହାଙ୍କର ମୋଟ ସଂପତ୍ତି ୩୬୫ କୋଟି ଟଙ୍କା ବୋଲି କୁହାଯାଇଛି। ତୃତୀୟ ସ୍ଥାନରେ ୧୪୦ କୋଟି ସହ ସମୟ ରାଇନା ଅଛନ୍ତି। ଚତୁର୍ଥ ସ୍ଥାନରେ ୧୩୧ କୋଟି ସହ କ୍ୟାରି ମିନାଟି ଅଛନ୍ତି। ପଞ୍ଚମ ସ୍ଥାନରେ ବିବି କି ଭାଇନ୍ସ ୧୨୨ କୋଟି ନେଟୱର୍ଥ ସହ ଅଛନ୍ତି। ଷଷ୍ଠ ସ୍ଥାନରେ ଅମିତ ଭଡାନା ୮୦ କୋଟି, ସପ୍ତମରେ ଟ୍ରିଗର୍ଡ ଇନସାନ୍ ୬୫ କୋଟି, ଅଷ୍ଟମରେ ଧ୍ରୁବ ରାଠୀ ୬୦ କୋଟି ନେଟୱର୍ଥ ସହ ଅଛନ୍ତି। ନବମ ସ୍ଥାନରେ ବିୟର ବାଇସେପ୍ସ/ରଣବୀର ଶୋ ୫୮ କୋଟି ଏବଂ ଦଶମ ସ୍ଥାନରେ ସୌରଭ ଜୋଶୀ ବ୍ଲଗ ୫୦ କୋଟି ନେଟୱର୍ଥ ସହ ଅଛନ୍ତି।
୨୩ ଜୁନ ୧୯୮୭ରେ ଜନ୍ମିତ ତନ୍ମୟ ଭଟ୍ଟ ଜଣେ ୟୁଟ୍ୟୁବର ଏବଂ କମେଡିଆନ୍ ହେବା ସହ ଅଭିନେତା, ପରଫର୍ମର, ପ୍ରଡ୍ୟୁସର ଏବଂ ସ୍କ୍ରିପ୍ଟ ରାଇଟର ମଧ୍ୟ। ସେ ଏକ କମ୍ପାନୀର ସହ-ପ୍ରତିଷ୍ଠାତା ମଧ୍ୟ। ଏହା ବ୍ୟତୀତ ସେ ଷ୍ଟାଣ୍ଡ ଅପ୍ କମେଡି ଏବଂ ଶୋରେ ମଧ୍ୟ କାମ କରନ୍ତି। ନିକଟରେ ତାଙ୍କୁ ‘କୌନ ବନେଗା କରୋଡ଼ପତି’ରେ ମଧ୍ୟ ଦେଖାଯାଇଥିଲା।
Registration for Habishyalis Begins: ଆସନ୍ତାକାଲି ଠାରୁ ବ୍ରତ ସଂକଳ୍ପ କରିବେ କାର୍ତ୍ତିକ ହବିଷ୍ୟାଳି, ୨ହଜାର ୫ଶହ ମହିଳାଙ୍କ ପାଇଁ ବ୍ୟବସ୍ଥା

College Librarian Turns Labour Trafficker: ଦାଦନ ଚାଲାଣର ମାଷ୍ଟରମାଇଣ୍ଡ, କେବେ ପଡ଼ିବ ଧରା...ଖୋଜୁଛି ପୋଲିସ

Rohit Sharma: ରୋହିତଙ୍କ ପିଠିରେ କିଏ ଭୁସିଲା ଛୁରୀ ? ଭାଙ୍ଗିଲା ବିଶ୍ବକପ୍ ଉଠାଇବା ସ୍ୱପ୍ନ

Relief from Traffic Chaos: ଆକାଶରେ ଉଡ଼ି ଅଫିସ ପହଞ୍ଚିବେ, ଟ୍ରାଫିକରେ ଫସିବାରୁ ମିଳିଯିବ ମୁକ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)