Advertisment

Kali Puja 2023: ମଧ୍ୟରାତ୍ରରେ ମାଆଙ୍କ ଚକ୍ଷୁଦାନ ପରେ ହେବ ପୂଜାର୍ଚ୍ଚନା

ମଧ୍ୟରାତ୍ରରେ ମାଆ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହେବ। ଏଥର ଭଦ୍ରକର ଚରମ୍ପାରେ ୯ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ।

Kali Puja

Kali Puja

Advertisment

କାଳୀପୂଜା ଲାଗି ଉତ୍ସବମୁଖର ଭଦ୍ରକ ସହର। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ରହିଛି। ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମାଆ । କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶରେ ଗୋଟିଏ ଦିନ ଉଗ୍ରରୂପା ମାହାକାଳୀ ବେଶରେ ଦର୍ଶନ ଦିଅନ୍ତି ମାଆ। ଆଜିଠାରୁ ମାଆ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆୟୋଜିତ ହେବ। ଆଜି ପ୍ରଥମ ଦିନରେ ମାଆଙ୍କର ବେଦମାତା ବେଶ ଅନୁଷ୍ଠିତ ହେବ। ଆଜି ମଧ୍ୟରାତ୍ରରେ ମାଆ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହେବ। ଏଥର ଭଦ୍ରକର ଚରମ୍ପାରେ ୯ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ।

Advertisment

ଏପଟେ କାଳୀପୂଜାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିଭିନ୍ନ ପୂଜା ମଣ୍ଡପ ସହ ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ। ପୂଜାକୁ ଶାନ୍ତି ଶୃଙ୍ଖଲାର ସହ ସାରିବା ଲାଗି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ଭଦ୍ରକ ଏସପି।

ସେହିଭଳି କାଳୀ ପୂଜା ଲାଗି ଉତ୍ସବମୁଖର ହୋଇଉଠିଛି କଟକ ସହର । ସୁନା-ଚାନ୍ଦି ମେଢ଼ରେ ଝଟକୁଛନ୍ତି ମାଆ ଶ୍ୟାମାକାଳୀ । ପ୍ରତିବର୍ଷ ଭଳି ଏଥର ମଧ୍ୟ ସହରର ୭୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ମାଆ ଶ୍ୟାମାକାଳୀ। ରୀତିନୀତି ଅନୁସାରେ ପ୍ରଥମେ ମାଆଙ୍କ ଚକ୍ଷୁ ଦାନ ହୋଇଥାଏ। ପରେ ଶୋଡ଼ଶ ଉପଚାର ପୂଜା ଏବଂ ତା ପରେ ଚଣ୍ଡୀପାଠ ହେବ। ପୂଜା ସରିବା ପରେ ସଙ୍ଗେ ସଙ୍ଗେ ମାଆଙ୍କ ବିସର୍ଜନ ହେବ ବୋଲି କହିଛନ୍ତି ପୂଜକ।

Advertisment

ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କାଳୀପୂଜା ଲାଗି ବିଭିନ୍ନ ମଣ୍ଡପରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ସତ୍ୟନଗର ସ୍ଥିତ ମାଆ କାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଉଛି । ଏଠାରେ ୧୦ ଦିନ ଧରି ପୂଜାର୍ଚ୍ଚନା ଚାଲିବାକୁ ଥିବା ବେଳେ ୧୦ଟି ବେଶରେ ଦର୍ଶନ ଦେବେ ମାଆ। ସେହିପରି ବରମୁଣ୍ଡାରେ ମାଆ ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ସହ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜିତ ହେଉଛି ।

Diwali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ