Advertisment

ମା’ ଡମଣେଇ ! ୧୬ ଦିନାତ୍ମକ ପୂଜାରେ ମାଆଙ୍କର ନୂଆ ନୂଆ ବେଶ

ନିଆରା ଏହି ଶକ୍ତିପୀଠ, ଅନନ୍ୟ ମା ଡମଣେଇଙ୍କ ପରମ୍ପରା।

Maa Damanei

Maa Damanei

Advertisment

ଧରାପୃଷ୍ଠକୁ ଅବତରଣ କରିଛନ୍ତି ମାଆ ଦୁର୍ଗା। ନବରାତ୍ର ଠାରୁ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ। ଜଟଣୀର ଆରାଧ୍ୟ ଦେବୀ ମାଆ ଡମଣେଇଙ୍କ ପୀଠ, ଶକ୍ତିପୀଠ ଭାବେ ଖୁବ୍ ପ୍ରସିଦ୍ଧ । ଏଠି ପ୍ରତିଦିନ ମା'ଙ୍କର ହୁଏ ନୂଆ ବେଶ, ନିଆରା ଏଠି ନୀତିକାନ୍ତି। ଧୂପ ଦୀପ ନୈବେଦ୍ୟରେ ମହକୁଛି ପୁରା ପରିବେଶ, ଘଣ୍ଟଘଣ୍ଟା ପାରମ୍ପରିକ ବାଦ୍ୟରେ କଂପୁଛି ପୀଠ।

Advertisment

ଷୋହଳ ଦିନାତ୍ମକ ପୂଜା ଠାରୁ ପୀଠରେ ଆରମ୍ଭ ହୋଇଛି ମା’ଙ୍କ ସ୍ୱତନ୍ତ୍ର ରୀତିନୀତି। ମାଆ ଡମଣେଇଙ୍କର ରହିଛି ଅନେକ ମାହାତ୍ମ୍ୟ। କୁହାଯାଏ, ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ମନରୁ ଡାକିଲେ, କାଳେ ମନୋସ୍କାମନା ପୂର୍ଣ୍ଣ ହୁଏ। ସେହିପରି ମାଆଙ୍କ କାକରା ପିଠା ଭୋଗର ବି ଏଠି ଖୁବ୍ ଚାହିଦା। ମନ୍ଦିରକୁ ଆସି ମାଆଙ୍କୁ ଦର୍ଶନ ପରେ କାକରା ପିଠା ନଖାଇଲେ ତୃପ୍ତ ହୁଏନି ମନ।

କେହି କେହି ମାଆଙ୍କୁ ଡମଣେଇ ବୋଲି କହୁଥିବା ବେଳେ ମନ୍ଦିରରେ ମା’ ଙ୍କ ମୁଁହ ଉତ୍ତରକୁ ରହିଥିବା ଯୋଗୁ ଅନେକ ମା’ ଉତ୍ତରାୟଣୀ ବୋଲି ମଧ୍ୟ ଡାକିଥାନ୍ତି। ଏଠାର ଅନ୍ୟ ଏକ ଆକର୍ଷଣ ହେଲା ଏହି ମନ୍ଦିରକୁ ଲାଗି ରହିଥିବା ଓଡ଼ିଶାର ପ୍ରଥମ ନାଟ୍ୟ ମଣ୍ଡପ। ଯାହା ଉତ୍ତରାୟଣୀ ନାଟ୍ୟ କ୍ଲବ ନାମରେ ନାମିତ। ୧୯୨୯ ମସିହାରେ ସ୍ଥାପିତ ହୋଇଥିବା ଏହି ନାଟ୍ୟ କ୍ଲବ ପ୍ରତିବର୍ଷ ଦଶହରା ବେଳେ ଲୋକଙ୍କୁ ନିଜର ମଞ୍ଚ ନାଟକ ଭେଟି ଦିଅନ୍ତି। ଚଳିତବର୍ଷ ବି ୨ ଦିନ ଧରି ଦର୍ଶକଙ୍କ ପାଇଁ ପରିବେଷଣ ହେବ ନାଟକ। ନିଆରା ଏହି ଶକ୍ତିପୀଠ, ଅନନ୍ୟ ମା ଡମଣେଇଙ୍କ ପରମ୍ପରା।

Advertisment
Durga Puja Dussehra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ