ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିବା ହୋଇଥାଏ ଶୁଭ,ଜାଣନ୍ତୁ କିଏ ?

ଆଲୋକର ପର୍ବ ଦୀପାବଳୀ । ହିନ୍ଦୁ ଧର୍ମରେ ଦୀପାବଳିର ଅନେକ ମହତ୍ତ୍ୱ ଅଛି । ହିନ୍ଦୁ ମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ । ତେବେ ଦୀପାବଳୀକୁ ନେଇ ଶାସ୍ତ୍ରରେ ବିଭିନ୍ନ କଥା ପ୍ରଚଳିତ ଅଛି । ଦୀପାବଳି ଦିନ କିଛି ଜୀବଜନ୍ତୁ ନଜର ଆସିଲେ ଏହା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ବୋଲି କୁହାଯାଏ ।

Diwali and Vastu

News Summary

ଦୀପାବଳି ରାତିରେ ବିଲେଇ ଦେଖିବା  ଶୁଭ ହୋଇଥାଏ 

ଆଲୋକର ପର୍ବ ଦୀପାବଳୀ । ହିନ୍ଦୁ ଧର୍ମରେ ଦୀପାବଳିର ଅନେକ ମହତ୍ତ୍ୱ ଅଛି । ହିନ୍ଦୁ ମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ଘର ମାନଙ୍କରେ ଦୀପାବଳି ପାଇଁ ବହୁତ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ । ତେବେ ଦୀପାବଳୀକୁ ନେଇ ଶାସ୍ତ୍ରରେ ବିଭିନ୍ନ କଥା ପ୍ରଚଳିତ ଅଛି । ଦୀପାବଳି ଦିନ କିଛି ଜୀବଜନ୍ତୁ ନଜର ଆସିଲେ ଏହା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ବୋଲି କୁହାଯାଏ । ଏହା ମାଆ ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ ବୋଲି କୁହାଯାଏ । ଏହା ଦ୍ୱାରା ବର୍ଷ ସାରା ଘରେ ସୁଖ-ସମୃଦ୍ଧି ଓ ଧନ ସମ୍ପତ୍ତି ରହିଥାଏ । ତେବେ ଚାଲନ୍ତୁ ଜାଣିବା ଦୀପାବଳି ରାତିରେ କେଉଁ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ହୋଇଥାଏ ....

ଗାଈ:

ହିନ୍ଦୁ ଧର୍ମରେ ଗାଈ ବା ଗୋ ମାତାଙ୍କୁ ପୂଜ କରାଯାଇଥାଏ । ଦୀପାବଳି ରାତିରେ ଗାଈ ଦେଖିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଗାଈ ଦେବତ୍ୱର ପ୍ରତୀକ ଅଟେ । ସେଥିପାଇଁ ଦୀପାବଳି ଦିନ କିମ୍ବା ରାତିରେ ଗାଈ ଦେଖିଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ ।

ବିଲେଇ:

ଦୀପାବଳି ରାତିରେ ବିଲେଇ ଦେଖିବା ବହୁତ ଶୁଭ ହୋଇଥାଏ । ଦୀପାବଳି ପୂଜା ସମୟରେ ଘର ଆଖପାଖରେ କେଉଁଠି ବି ବିଲେଇ ନଜର ଆସିଲେ ଏହା ଶୁଭଙ୍କର ହୋଇଥାଏ । କୁହାଯାଏ ଯେ ଏହା ମା’ ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ ।

ପେଚା:

କୁହାଯାଏ ଯେ ପେଚା ଦେଖିବା ଓ ପେଚାର ଶଦ୍ଧ ଶୁଣିବା ଅଶୁଭ ହୋଇଥାଏ । କିନ୍ତୁ ଯଦି ଆପଣ ଦୀପାବଳୀ ରାତିରେ ପେଚା ଦେଖୁଛନ୍ତି ତାହା ବହୁତ ଶୁଭ ସଂକେତର ସୂଚନା ଦିଏ । ପେଚା ଦେଖିଲେ ଘରେ ସୁଖ ଓ ଧନ ଓ ସମୃଦ୍ଧି ଆସିଥାଏ ।

ଝିଟିପିଟି:

ଝିଟିପିଟି ଦେଖିଲେ ସାଧାରଣତଃ ଆମେ ଏହାକୁ ଘରୁ ବାହାର କରି ଦେଇଥାଉ । ଦୀପାବଳୀ ରାତିରେ ଝିଟିପିଟି ଦେଖିଲେ ଏହା ଘର ପାଇଁ ଶୁଭପ୍ରଦ ଅଟେ । ଶାସ୍ତ୍ର ଅନୁଯାୟୀ ଏହା ଘରକୁ ସୁଖ ଓ ଧନ ବୃଦ୍ଧି ହୋଇଥାଏ ।

ଚୁଚୁନ୍ଦ୍ରା:

ଦୀପାବଳି ରାତିରେ ଚୁଚୁନ୍ଦ୍ରା ଦେଖିବା ଶୁଭ ହୋଇଥାଏ । ଦୀପାବଳିରେ ଚୁଚୁନ୍ଦ୍ରା ଦେଖିବା ଦ୍ୱାରା ଘରେ କେବେ ଧନ ସମ୍ପତ୍ତି ଅଭାବ ରହେ ନାହିଁ ବୋଲି କୁହାଯାଏ । ଘରକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।