Advertisment

International Yoga Day 2025: ଯୋଗମୟ ସାରା ଜଗତ, କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ । କଳିଙ୍ଗ ଷ୍ଟାଡିୟମରେ ଯୋଗ କଲେ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ । ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ଚଳିତ ବର୍ଷର ଥିମ୍ ହେଉଛି "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ।

ଅଦ୍ୟତନ ହୋଇଛି
International Yoga Day

International Yoga Day

Advertisment

ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ । ଦେଶବ୍ୟାପୀ ସାମୂହିକ ଯୋଗ କରୁଛନ୍ତି ସମସ୍ତେ । ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ମୋଦି କହିଛନ୍ତି, "ସାରା ବିଶ୍ୱକୁ ଯୋଡିଛି ଯୋଗ ।" ଯୋଗ ଦିବସ ପାଇଁ ପ୍ରତିବର୍ଷ ଏକ ଭିନ୍ନ ଥିମ୍ ସ୍ଥିର ହୋଇଥାଏ । ଚଳିତ ବର୍ଷର ଥିମ୍ ହେଉଛି "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ"(Yoga for One Earth, One Health")।

Advertisment

ସେପଟେ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଛି ।  କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ।  ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ମାନସିକ ରୋଗରୁ ମୁକ୍ତି ଦିଏ ଯୋଗ । ଯୋଗ ଦ୍ୱାରା ସବୁ ସମ୍ଭବ । ପିଲାଠୁ ବୟସ୍କ ସମସ୍ତେ ଯୋଗ କରିବା ଜରୁରୀ । ମନ ଓ ଆତ୍ମାକୁ ଶାନ୍ତି ରଖିଥାଏ ଯୋଗାସନ ।"

ଯୋଗ ଦିବସ ପାଳନ ୨୦୧୫ରୁ ସମଗ୍ର ବିଶ୍ୱରେ ଆରମ୍ଭ ହୋଇଥିଲା । ସଂକ୍ରମଣ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଏ ।୨୭ ସେପ୍ଟେମ୍ବର ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ବିଶ୍ୱର ସମସ୍ତ ଦେଶକୁ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ମିଳିତ ଜାତିସଂଘ ମହାସଭା ମାତ୍ର ତିନି ମାସ ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ ଘୋଷଣା କରିଥିଲା । ଏହା ପରେ ବିଶ୍ୱ ୨୦୧୫ରେ ପ୍ରଥମ ଥର ପାଇଁ ଯୋଗ ଦିବସ ପାଳନ କଲା ।

Advertisment

ଅଧିକ ପଢନ୍ତୁ: ଆଜି କାହିଁକି ପାଳନ ହେଉଛି ଯୋଗ ଦିବସ; କେବେ ହେଲା ଆରମ୍ଭ

Kalinga Stadium International Yoga Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ