Advertisment

ନବରାତ୍ର ପୂଜା: କେଉଁ ଦେବୀଙ୍କୁ କେଉଁ ରଙ୍ଗରେ କରାଯାଏ ପୂଜା ?

ଏଥର ନବରାତ୍ର ପୂଜା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ପୂଜା ଶେଷ ହେବ ଅକ୍ଟୋବର ୪ ତାରିଖରେ।  ୫ ତାରିଖ ବିଜୟାଦଶମୀ  । ଚଳିତବର୍ଷ ମହାଷ୍ଟମୀ ପୂଜା  ଅକ୍ଟୋବର ୩ ତାରିଖରେ ପଡ଼ୁଛି । ତେବେ ଏହି ଶାରଦୀୟ ନବରାତ୍ର ପୂଜାର ବିଶେଷ ମହତ୍ୱ ରହିଛି। ଏହି ୯ଦିନରେ ମା’ଙ୍କୁ ୯ଟି ରୂପରେ ପୂଜା କରାଯାଏ । ତେବେ ଏହି ୯ ଦିନ କେଉଁ ଦେବୀଙ୍କୁ କେଉଁ ରଙ୍ଗରେ ପୂଜା କରାଯାଏ ତାହାର ସ୍ୱତନ୍ତ୍ର ବିଧି ରହିଛି।

ଅଦ୍ୟତନ ହୋଇଛି
nabaratra puja

nabaratra puja

Advertisment

ଆସିବେ ମା’ ଜଗଜ୍ଜନନୀ । ମା’ଙ୍କ ଆଗମନୀ ବାର୍ତ୍ତନେଇ ଆସିଲାଣି କାଶତଣ୍ଡୀ। ହସହସ ଦିଶିଲାଣି ଧରା। ପିତୃପକ୍ଷ ଶେଷ ହେବା ପରେ ଆରମ୍ଭ ହେବ ନବରାତ୍ର ପୂଜା। ସେପ୍ଟେମ୍ବର ୨୬ ତାରିଖରୁ ସାରା ଭାରତରେ ଏହି ନବରାତ୍ର ପୂଜା ଧୂମଧାମରେ ପାଳିତ ହେବ। ସେଥିପାଇଁ ଆଜିଠୁ ପ୍ରସ୍ତୁତ ହେଉଛନ୍ତି ସବୁ ପୂଜାମଣ୍ଡପ। ଦୋକାନବଜାରରେ ବି ଧୀରେ ଧୀରେ ଲାଗିଲାଣି ଭିଡ। ମା’ଙ୍କ ଆଗମନୀ ଯେତିକି ପାଖୋଇ ଆସୁଛ ଭକ୍ତ ମନ ବି ସେତିକି ଅଧିର ହେଉଛି ।

Advertisment

ଏଥର ନବରାତ୍ର ପୂଜା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ପୂଜା ଶେଷ ହେବ ଅକ୍ଟୋବର ୪ ତାରିଖରେ।  ୫ ତାରିଖ ବିଜୟାଦଶମୀ  । ଚଳିତବର୍ଷ ମହାଷ୍ଟମୀ ପୂଜା  ଅକ୍ଟୋବର ୩ ତାରିଖରେ ପଡ଼ୁଛି । ତେବେ ଏହି ଶାରଦୀୟ ନବରାତ୍ର ପୂଜାର ବିଶେଷ ମହତ୍ୱ ରହିଛି। ଏହି ୯ଦିନରେ ମା’ଙ୍କୁ ୯ଟି ରୂପରେ ପୂଜା କରାଯାଏ । ତେବେ ଏହି ୯ ଦିନ କେଉଁ ଦେବୀଙ୍କୁ କେଉଁ ରଙ୍ଗରେ ପୂଜା କରାଯାଏ ତାହାର ସ୍ୱତନ୍ତ୍ର ବିଧି ରହିଛି।

ପ୍ରଥମ ଦିନରେ ପୂଜା କରାଯାଏ ମା’ ଶୈଳପୁତ୍ରୀ ଦେବୀଙ୍କୁ। ମା’ ଶୈଳପୁତ୍ରୀଙ୍କ ପ୍ରିୟ ରଙ୍ଗ ଲାଲା। ଲାଲ୍‌ ବ୍ୟତୀତ ମା’ଙ୍କୁ ଶୁଭ୍ର ରଙ୍ଗରେ ବି ପୂଜା କରାଯାଏ। ଏହି ରଙ୍ଗ ଶୁଦ୍ଧତା ଏବଂ ଶାନ୍ତିର ପ୍ରତୀକ।

Advertisment

ସେପ୍ଟେମ୍ବର ୨୭ ଅର୍ଥାତ ନବରାତ୍ରର ୨ୟ ଦିନଟି ମା’ ବ୍ରହ୍ମଚାରିଣୀଙ୍କ ଉଦ୍ଦେଶ୍ୟରେ ସମର୍ପିତ । ଏହି ଦିନ ମା’ଙ୍କୁ ଲାଲ୍‌ ରଙ୍ଗରେ ପୂଜାକଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ତୃତୀୟ ଦିନ ଅର୍ଥାତ ସେପ୍ଟେମ୍ବର ୨୮ ତାରିଖ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା। ଏହି ଦିନ ମା’ଙ୍କ ପ୍ରିୟ ରଙ୍ଗ ନାରଙ୍ଗୀ। ୩ୟ ଦିନରେ ମା’ଙ୍କୁ ନାରଙ୍ଗୀ ରଙ୍ଗର ଶାଢୀ ଏବଂ ଫୁଲରେ ସଜାଯାଇ ପୂଜା କରାଯାଇଥାଏ। ୪ର୍ଥ ଦିନ ସେପ୍ଟେମ୍ବର ୨୯ ତାରିଖରେ ମା’ କୁଷ୍ମାଣ୍ଡାଙ୍କ ପୂଜା କରାଯାଇଥାଏ। ମା’ କୁଷ୍ମାଣ୍ଡାଙ୍କ ପ୍ରିୟ ରଙ୍ଗ ହଳଦିଆ। ତେଣୁ ଏହି ଦିନ ମା’ଙ୍କୁ ହଳଦିଆ ରଙ୍ଗରେ ସଜା ଯାଇଥାଏ। ନବରାତ୍ରର ୫ମ ଅର୍ଥାତ ଶୁକ୍ରବାର ଦିନ ପୂଜା ପାଇଥାନ୍ତି ମା’ ସ୍କନ୍ଦମାତା। ଏହି ତିଥିରେ ମା’ଙ୍କୁ ସବୁଜ ରଙ୍ଗରେ ପୂଜିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ନବରାତ୍ରର ୬ଷ୍ଠୀ ପୂଜା ପଡେ ଅକ୍ଟୋବର ୧ ତାରିଖରେ। ଏହି ଦିନ ମା’ଙ୍କୁ କାତ୍ୟାୟନୀବେଶରେ ପୂଜା କରାଯାଏ। ମା’ କାତ୍ୟାୟନୀଙ୍କୁ ଧୂସର ରଙ୍ଗରେ ପୂଜା କରାଯାଏ। ଏହିଦିନ ଧୂସର ରଙ୍ଗରେ ମା’ଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ। ଶାରଦୀୟ ସପ୍ତମୀ ପୂଜା ଏଥର ପଡିବ ଅକ୍ଟୋବର ୨ ତାରିଖ। ଏହି ଦିନ ପୂଜା ପାଇବେ ମା’ କାଳରାତ୍ରୀ ଦେବୀ। କାଳରାତ୍ରୀ ଦେବୀଙ୍କ ପ୍ରିୟ ରଙ୍ଗ ନୀଳ। ତେଣୁ ଏହିଦିନ ମା’ଙ୍କ ପୂଜାରେ ନୀଳରଙ୍ଗର ବ୍ୟବହାର କରାଯାଇଥାଏ । ଅକ୍ଟୋବର ୩ ତାରିଖ ସୋମବାର ପଡୁଛି ମହାଷ୍ଟମୀ। ମହାଷ୍ଟମୀ ତିଥିରେ ପୂଜା ପାଇଥାନ୍ତି ମା’ ମହାଗୌରୀ। ମା’ ମହାଗୌରୀଙ୍କ ପ୍ରିୟ ରଙ୍ଗ ହେଉଛି ବାଇଗଣୀ। ଏହି ଦିନ ମା’ଙ୍କୁ ରଙ୍ଗରେ ପୂଜା କଲେ ଶୁଭ ଫଳ ମିଳିଥାଏ। ତେଣୁ ମା’ଙ୍କୁ ଏହି ଦିନ ବାଇଗଣୀ ରଙ୍ଗର ବସ୍ତ୍ର ଅର୍ପଣ କରାଯାଇଥାଏ। ଏହି ଦିନ କନ୍ୟା ପୂଜା ବି କରାଯାଇଥାଏ।

Advertisment

ନବରାତ୍ର ପୂଜାର ଶେଷ ପୂଜା ହେଉଛି ନବମୀ ପୂଜା। ଏଥର ମହାନବମୀ ପୂଜା ପଡୁଛି ଅକ୍ଟୋବର ୪ରେ । ଏହିଦିନ ପୂଜା ପାଇଥାନ୍ତି ମା’ ସିଦ୍ଧିଦାତ୍ରୀ। ମା’ ସିଦ୍ଧିଦାତ୍ରୀଙ୍କ ପ୍ରିୟ ରଙ୍ଗ ଗୋଲାପି। ତେଣୁ ଏହି ଦିନ ମା’ଙ୍କୁ ଗୋଲାପି ରଙ୍ଗରେ ସଜ୍ଜିତ କରି ପୂଜା କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Dussehra Durga Puja 2022 Durga Puja Navratri 2022 Navaratri Puja Dasara Puja 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ