Advertisment

ହୃଷିକେଶ ଭୋଇ ହେବେ ଧନୁଯାତ୍ରାର କଂସ ମହାରାଜ

କଂସ ଚରିତ୍ରରେ ଅଭିନୟ ଲାଗି ୪୨ କଳାକାର ସାକ୍ଷାତକାର ଦେଇଥିଲେ।

ଅଦ୍ୟତନ ହୋଇଛି
Dhanujatra

Dhanujatra

Advertisment

ବରଗଡ଼ ଧନୁଯାତ୍ରାରେ କଂସ ଭୂମିକା ଲାଗି କଳାକାର ଚୟନ ଶେଷ ହୋଇଛି। ହୃଷିକେଶ ଭୋଇ ଚଳିତ ବର୍ଷ କଂସ ଭୂମିକାରେ ପୁଣି ଅଭିନୟ କରିବେ। କଳାକାର ଚୟନ କମିଟି ଅଧ୍ୟକ୍ଷ ତଥା ବରଗଡ଼ ADM ମିର୍ଦ୍ଧା ଟପ୍ପୋ ଘୋଷଣା କରିଛନ୍ତି। କଂସ ଚରିତ୍ରରେ ଅଭିନୟ ଲାଗି ୪୨ କଳାକାର ସାକ୍ଷାତକାର ଦେଇଥିଲେ। ପୂର୍ବରୁ ୯ ବର୍ଷ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ।

Advertisment

ଧନୁଯାତ୍ରା ଲାଗି ଆଜି ଶେଷ ହୋଇଥିଲା, ଯାତ୍ରାର ମୁଖ୍ୟର ଆକର୍ଷଣ କଂସ ମହାରାଜ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା । କଂସ ଚରିତ୍ରରେ ଅଭିନୟ ପାଇଁ ଆବେଦନ କରିଥିବା ମୋଟ ୫୬ କଳାକାରଙ୍କ ମଧ୍ୟରୁ ଆଜି ଅଡିସନ୍ ପାଇଁ ଆସିଥିଲେ ୪୩ ଜଣ, ଯାହାଙ୍କ ମଧ୍ୟରେ ଥିଲେ ବହୁ ନବୀନଙ୍କ ସହ ପ୍ରବୀଣ କଳାକାର । ସକାଳୁ ଆରମ୍ଭ ହୋଇଥିବା ଅଡିସନ୍ ସନ୍ଧ୍ୟା ଯାଏଁ ଚାଲିଥିଲା । ୭ ଜଣିଆ ବିଚାରପତି ମଣ୍ଡଳୀ ଆଗରେ ଜଣକ ପରେ ଜଣେ ନିଜର ନିଖୁଣ ଅଭିନୟ ଚାତୁରୀ, ସଂଳାପ ପ୍ରୟୋଗ ଏବଂ ହସର ନମୁନା ପେସ୍ କରିଥିଲେ ।

ବିଶ୍ୱର ସର୍ବବୃହତ ଖୋଲା ରଗମଂଚର ମାନ୍ୟତା ପାଇଥିବା ବରଗଡ଼ର ଐତିହାସିକ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ ୭୫ ବର୍ଷରେ ପଦାର୍ପଣ କରିଛି । ଐତିହାସିକ ଧନୁଯାତ୍ରା ମହୋତ୍ସବ ଏଥର ପ୍ଲାଟିନମ୍ ଜୁବୁଲୀ ପାଳନ କରୁଥିବାରୁ ଏବର୍ଷ ଧନୁଯାତ୍ରାର ରୂପ ଓ କଳେବର ବୃଦ୍ଧି ସହ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ହୋଇଛି । ସେଥିପାଇଁ କଂସ ଓ ଅନ୍ୟାନ୍ୟ ଚରିତ୍ରରେ କଳାକାର ଚୟନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ କଳାକାରଙ୍କୁ ଆହ୍ୱାନ କରାଯାଇଥିଲା । ଧନୁଯାତ୍ରାରେ ଅଭିନୟ ଲାଗି ଶହ ଶହ ସଂଖ୍ୟାରେ କଳାକାର ଆଗ୍ରହ ପ୍ରକାଶ ସହ ଆବେଦନ କରିଥିଲେ ।

Advertisment
Dhanu Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ