Advertisment

ରଙ୍ଗ ଲଗାଇବା ଯେତିକି ମଜା, ରଙ୍ଗ ଛଡ଼ାଇବା ସେତିକି କଷ୍ଟ...ଜାଣନ୍ତୁ କେମିତି ଛଡ଼ାଇବେ ହୋଲି ରଙ୍ଗ ?

ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ନିଜ ଶରୀରରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ୱା କୌଣସି ମଶ୍ଚରାଇଜର କ୍ରିମ୍‌କୁ ଭଲଭାବରେ ମାଲିସ କରନ୍ତୁ।

ଅଦ୍ୟତନ ହୋଇଛି
How To Remove Holi Colour From Body

How To Remove Holi Colour From Body

Advertisment

ଆଜି ରଙ୍ଗର ପର୍ବ ହୋଲି। ସବୁଠି ଉତ୍ସବମୁଖର ପରିବେଶ। ରଙ୍ଗର ପର୍ବରେ ରଙ୍ଗୀନ ହୋଇ ମଉଜ ମସ୍ତି କରୁଛନ୍ତି ଲୋକେ। ହୋଲି ପାଇଁ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍। ଭୋଜି ଭାତ ସହ ନାଚ ଗୀତର ଆସର ଜମୁଛିା ହୋଲିରେ କିପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ କମିଶନରେଟ୍ ପୋଲିସ ପ୍ରସ୍ତୁତି କରିଛି। ଟ୍ୱିନ୍‌ ସିଟିରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ପାଇଁ ୭ଟି ଟିପ୍ସ, କିପରି ଛଡେଇବେ ହୋଲି ରଙ୍ଗ

ରାଜଧାନୀ ଭୁବନେଶ୍ୱରରେ ୩୧ଟି ପ୍ରମୁଖ ସ୍ଥାନରେ ପୋଲିସ ନଜର ରଖିବା ସହ ୧୭ଟି ମୋବାଇଲ୍ ଭେହିକିଲ୍ ଟିମ୍ ନିୟୋଜିତ ହୋଇଛନ୍ତି। ନଦୀରେ ଗାଧୋଇବା, ସ୍ପିଡ୍ ବାଇକିଂ ଏବଂ ମଦ ପିଇ ଗାଡ଼ି ଚଳାଇବା ଉପରେ ମଧ୍ୟ କଡ଼ା ନଜର ରହିଛି। କୌଣସି ଅଘଟଣ ଘଟିଲେ ୧୧୨ ନମ୍ବରକୁ ଫୋନ୍ କରି ସୂଚନା ଦେବାକୁ ଜାରି କରାଯାଇଛି।

ରଙ୍ଗ ଲଗାଇବା ପାଇଁ ମଜା ତ ଲାଗେ କିନ୍ତୁ ଶରୀରରୁ ରଙ୍ଗ ଛଡ଼ାଇବା କଷ୍ଟ। ତେବେ ରଙ୍ଗ ଖେଳିବା ପୂର୍ବରୁ ପ୍ରଥମେ ନିଜ ଶରୀରରେ ସୋରିଷ ତେଲ, ନଡ଼ିଆ ତେଲ କିମ୍ୱା କୌଣସି ମଶ୍ଚରାଇଜର କ୍ରିମ୍‌କୁ ଭଲଭାବରେ ମାଲିସ କରନ୍ତୁ। ରଙ୍ଗ ଖେଳିସାରି ପରିଷ୍କାର ହେଲାବେଳେ ହୋଲି ରଙ୍ଗ ସହଜରେ ଛାଡିଯିବ।

Advertisment

ଜାଣନ୍ତୁ, କେମିତି ଛଡ଼ାଇବେ ହୋଲି ରଙ୍ଗ...

  • ହୋଲି ଖେଳିଲାବେଳେ କେଶ ଉପରେ କେମିକାଲ୍‌ ରଙ୍ଗର ପ୍ରଭାବ ପଡ଼ିଥାଏ। କେଶ ଖରାପ ହେବାର ଆଶଙ୍କା ମଧ୍ୟ ଥାଏ। ତେଣୁ ରଙ୍ଗ ଖେଳିବା ପୂର୍ବରୁ କେଶରେ ସୋରିଷ ତେଲ ଲଗାନ୍ତୁ। ଫଳରେ ସାମ୍ପୁ କଲାବେଳେ କେଶରୁ ସବୁ ରଙ୍ଗ ସହଜରେ ବାହାରିଯିବ।
  • ଗାଧୋଇବା ପରେ ନଡ଼ିଆ ତେଲ ଲଗାନ୍ତୁ। ଏହାଦ୍ୱାରା ରାସାୟନିକ ରଙ୍ଗ ପ୍ରଭାବରେ ଶୁଷ୍କ ପଡ଼ିଥିବା ଚର୍ମ କୋମଳ ରହିବ। କାରଣ ଏଥିରେ ଆଣ୍ଟିଫଙ୍ଗଲ୍ ଓ ଆଣ୍ଟିବ୍ୟାକ୍ଟରିଆର ଗୁଣ ରହିଛି।
  • ସେହିପରି ରଙ୍ଗ ଖେଳିଲା ବେଳେ ହାତ ନଖରେ ରଙ୍ଗ ପଶିଯିବାର ଆଶଙ୍କା ଥାଏ। ତେଣୁ ଏଥିପ୍ରତି ବି ସାବଧାନ ରୁହନ୍ତୁ। ଏଥିରୁ ବର୍ତ୍ତିବା ପାଇଁ ନଖରେ କୌଣସି ତେଲିଆ ଜିନିଷ ଲଗାଇପାରିବେ।
  • ସାଧରଣତଃ ଆଖିରେ କିଛି ଶୁଖିଲା ରଙ୍ଗ ପଡିବା ମାତ୍ରେ ସାଙ୍ଗେ ସାଙ୍ଗେ ପାଣିରେ ନିଜ ଆଖିକୁ ଧୋଇ ଦେଇଥାଉ। ଯାହାଦ୍ୱାରା କି ରଙ୍ଗ ସବୁଆଡ଼େ ହୋଇଯାଇଥାଏ। ଏହାଦ୍ୱାରା ଆଖିର ରେଟିନା ଉପରେ ପ୍ରଭାବ ପଡିଥାଏ। ଫଳରେ କିଛି ସମୟ ଠିକ୍ ସେ ଦେଖାଯାଏ ନାହିଁ । ବହୁତ କଷ୍ଟ ଅନୁଭବ ହୋଇଥାଏ। ତେଣୁ  ଆପଣମାନେ ଆଖିକୁ ପାଣିରେ ନଧୋଇ କିଛି ଆଖି ଡ୍ରପ ବ୍ୟବହାର କରନ୍ତୁ। ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଖି ଡ୍ରପ୍‌ ବ୍ୟବହାର କରନ୍ତୁ।
Holi Holi Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ