Advertisment

Holi Fever: ପୁରପଲ୍ଲୀରୁ ସହର, ରଙ୍ଗର ପର୍ବରେ ସମସ୍ତେ ସାମିଲ

ଫଗୁଣର ଫଗୁରେ ରଂଗୀନ ପୁରା ପରିବେଶ। ରଙ୍ଗମୟ ସାରା ରାଜ୍ୟ। ପିଲାଠୁ ବଡ଼ ସମସ୍ତେ ମସଗୁଲ ହୋଲି ଖେଳରେ। ଆନନ୍ଦ ଉଲ୍ଲାସର ସହ ରଙ୍ଗ ଖେଳି ପରସ୍ପରକୁ ଜଣାଇଛନ୍ତି ହୋଲିର ଶୁଭେଚ୍ଛା।

holi

holi

Advertisment

ଫଗୁଣର ଫଗୁରେ ରଂଗୀନ ପୁରା ପରିବେଶ। ରଙ୍ଗମୟ ସାରା ରାଜ୍ୟ। ପିଲାଠୁ ବଡ଼ ସମସ୍ତେ ମସଗୁଲ ହୋଲି ଖେଳରେ। ଆନନ୍ଦ ଉଲ୍ଲାସର ସହ ରଙ୍ଗ ଖେଳି ପରସ୍ପରକୁ ଜଣାଇଛନ୍ତି ହୋଲିର ଶୁଭେଚ୍ଛା। ନାଚ ଗୀତ ସାଙ୍ଗକୁ ଜମିଛି ଖିଆପିଆ। କିଛି ସ୍ଥାନରେ ତ ଏଥର ନିଆରା ଭାବେ ପାଳନ କରାଯାଇଛି ରଙ୍ଗର ଏହି ପର୍ବକୁ । କେଉଁଠି କାଦୁଅ ହୋଲି ତ କେଉଁଠି ଫୋମ୍ ଆଉ ପାଣିର ହୋଲି। ଜମିଛି ହର୍ବାଲ ହୋଲି ଖେଳ। ସେପଟେ ପୁରୀରେ ବିଦେଶୀ ପର୍ଯ୍ୟଟକ ସାମିଲ ହୋଇଛନ୍ତି ଭାରତର ଏହି ପାରମ୍ପରିକ ପର୍ବରେ।...

Advertisment

ହାତରେ ପିଚକାରୀ.. ମୁଣ୍ଡରେ ଟୋପି.. କାହା ଆଖିରେ ଚଷମା.. ତ କିଏ ପିନ୍ଧିଥିଲା ନକଲି ଚୁଟି ଓ ମାସ୍କ । ଯାହାକୁ ଦେଖିଲେ ରଙ୍ଗ ବୋଳିଲେ ଗୋଡରୁ ମୁଣ୍ଡ ଯାଏ ରଙ୍ଗୀନ ନକଲା ଯାଏ ଛାଡିବାର ପ୍ରଶ୍ନ ଉଠୁନି। ହସି ହସି ମୁହଁ ଦେଖାଇ ଦେଲେ ଭଲ ନଚେତ୍ ମାଡି ବସି ରଙ୍ଗ ଲଗାହେଲା। ତାରି ଭିତରେ ମୁଣ୍ଡଫଟା, କଳା ଆଉ ଅଣ୍ଡା ମାଡ। ରଙ୍ଗର ପର୍ବ ହୋଲିରେ ରଙ୍ଗୀନ ହୋଇଛି ସାରା ରାଜ୍ୟ। ସବୁଠି ଜମିଛି ହୋଲି ଖେଳ। ଅବିର ଲଗାଇ ପରସ୍ପରକୁ କହିଛନ୍ତି ହାପି ହୋଲି। ରଙ୍ଗ ଖେଳ ସହ ଜମିଛି ନାଚ ଗୀତ, ଖିଆପିଆ।

ଅଧିକ ପଢ଼ନ୍ତୁ: ରାଜନୀତିକୁ ଆସିଲା କେମିତି, କିଏ ପ୍ରଥମ ରାଜନୈତିକ ଗୁରୁ, ବବି ପାଣ୍ଡିଆନ୍ ଚିହ୍ନା ହେଲେ କେମିତି

Advertisment

କାହା ହାତରେ ପିଚକାରୀ ନଥିଲା କି ରଙ୍ଗ। ହେଲେ ବିନା ରଙ୍ଗରେ ବି ଜମିଥିଲା ହୋଲି। ଇଏ କାଦୁଅ ହୋଲି। ରାଉରକେଲା ଏନଆଇଟି ପରିସରରେ ଘଣ୍ଟା ଘଣ୍ଟା ଧରି ଛାତ୍ରଛାତ୍ରୀ ମାତିଥିଲେ ଖେଳରେ। ପରସ୍ପର ଉପରେ କାଦୁଅ ଲେପି ମଜା ଉଠାଇଥିଲେ ହୋଲି ଖେଳର।.. (ତେଲକୋଇ) ଏଠି ବି ନା କିଛି ରଙ୍ଗ ଥିଲା ନା ଫଗୁ ଅବିର। ପୁରାପୁରି ନିଆରା ଥିଲା ହୋଲି ଖେଳ। ରାସ୍ତା ଉପରେ ବେଶ୍ ଜମିଥିଲା ଫୋମ୍ ହୋଲି। ଡିଜେ ସାଙ୍ଗକୁ ଗାଡିରୁ ଅନବରତ ବର୍ଷିଚାଲିଥିଲା ଫୋମ୍। ସେଥିରେ ବୁଡି ନାଚି-ଗାଇ ମଜି ଯାଇଥିଲେ ଯୁବପିଢି। (ଭୁବନେଶ୍ବର) ରାଜଧାନୀରେ ଡହ ଡହ ଖରାରେ ବି ଫିକା ପଡିନଥିଲା ହୋଲି ଖେଳ। କାରଣ, ଉପରୁ ବର୍ଷୁଥିଲା ପାଣି। ଇଏ ପାଣିର ହୋଲି ଖେଳ। ଡିଜେର ପ୍ରତିଟି ବିଟ୍ ରେ ଅଣ୍ଟା ହଲାଇ, ଚାଲିଥିଲା ନନଷ୍ଟପ୍ ସେଲିବ୍ରେସନ୍। (ବ୍ରହ୍ମପୁର).. ଏଠି ହୋଲି ଖେଳ ପୁରାପୁରି ପ୍ରାକୃତିକ। ମାନେ ହର୍ବାଲ ହୋଲି। ବିନା କେମିକାଲରେ ବୋବାଲ ଖେଳ। ବ୍ରହ୍ମପୁର ଅଙ୍କୁଶପୁର ସ୍ଥିତ ଆୟୁର୍ବେଦିକ୍ କଲେଜରେ ଛାତ୍ରଛାତ୍ରୀ ବିଭିନ୍ନ ପନିପରିବା ରସରେ କର୍ଣ୍ଣଫ୍ଲୋର ମିଶାଇ ପ୍ରସ୍ତୁତ କରିଥିଲେ ଅବିର। ସେଥିରେ ବେଶ୍ ଜମିଥିଲା ହୋଲି ଖେଳ।

ପୁରପଲ୍ଲୀରୁ ସହର ସବୁଠି ହୋଲିର ଧୁମ୍। ସମସ୍ତେ ସାମିଲ ହୋଇଛନ୍ତି ରଙ୍ଗର ଏହି ପର୍ବରେ। (ବ୍ରହ୍ମପୁର) ବ୍ରହ୍ମପୁରରେ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଚକ୍ଷୁହୀନ। ସେହିପରି ରାଜଧାନୀରେ ଦିବ୍ୟାଙ୍ଗ ସ୍କୁଲ ହେଉ କି ସୋରର ଅନାଥାଶ୍ରମ ଏବଂ ବାଲେଶ୍ବରର ବୃଦ୍ଧାଶ୍ରମ, ସ୍ନେହ ସମ୍ପର୍କର ଏହି ପର୍ବକୁ ହର୍ଷ ଉଲ୍ଲାସର ସହ ସବୁଠି ପାଳନ କରାଯାଇଛି।

Advertisment

ପୁରୀରେ ବିଦେଶୀ ପର୍ଯ୍ୟଟକ ବି ଖେଳିଛନ୍ତି ହୋଲି। ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ଆୟୋଜିତ ହୋଲି ଉତ୍ସବରେ ସାମିଲ ହୋଇଥିଲେ ଜାପାନରୁ ଆସିଥିବା ପର୍ଯ୍ୟଟକ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ସହ ତୁତୁ ମେମେ, ବଜେଟ୍‌ରୁ ରୁପି ସିମ୍ବଲ୍ ବଦଳାଇଲେ ଷ୍ଟାଲିନ ସରକାର

Odisha Holi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ