Hindus and Muslims Come Together
ଭାଇଚାରାର ନିଆରା ନିଦର୍ଶନ। ଏଠି ଏକାଠି ଦଶହରା ପାଳନ୍ତି ହିନ୍ଦୁ-ମୁସଲିମ । ଏଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ୍ । ଏଠି ଉଭୟ ହିନ୍ଦୁ-ମୁସଲିମ ସଂପ୍ରଦାୟର ଲୋକ ମିଶି ଦେବୀ ଦୁର୍ଗାଙ୍କୁ ଆବାହନ କରନ୍ତି । ହିନ୍ଦୁ-ମୁସଲିମ ସମ୍ପ୍ରଦାୟ ଏକାଠି ପାଳୁଛନ୍ତି ଦଶହରା। ଉଭୟ ସମ୍ପ୍ରଦାୟର ଲୋକ ସମାନ ଅବଦାନ ରଖି ଦେବୀ ଦୁର୍ଗାଙ୍କୁ ଆବାହନ କରୁଛନ୍ତି।
ବାଲେଶ୍ବର ଅରଡ ବଜାର ପୂଜା କମିଟିରେ ବର୍ଷ ବର୍ଷ ଧରି ଏକାଠି ମିଶି ଦୁର୍ଗା ପୂଜା କରୁଛନ୍ତି ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟ। ଦୀର୍ଘ ୪୭ ବର୍ଷ ଧରି ଉଭୟ ସମ୍ପ୍ରଦାୟ ମିଶି ଶାନ୍ତିଶୃଙ୍ଖଳାର ସହ ମହା ଆଡମ୍ବରରେ ମାଙ୍କ ପୂଜା କରୁଛନ୍ତି। ଯେଉଁଠି ଦେଖିବାକୁ ମିଳିଛି ଭକ୍ତି ଓ ଭାଇଚାରା। କେବଳ ଦଶହରା ନୁହେଁ, ସେମାନେ ଏକାଠି ମିଳିମିଶି ଇଦ, ମହରମ ବି ପାଳି ଥାଆନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728716360.jpg)