Advertisment

ଅଲାରନାଥ ପୀଠରେ ଶୃଙ୍ଖଳିତ ଦର୍ଶନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଘୋଷଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଅର୍ଗଳୀ ନିକଟରୁ ଭକ୍ତମାନଙ୍କୁ ଦର୍ଶନ କରାଇବା ପାଇଁ ରାୟରେ ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
HC orders for smooth darshan at alarnath temple

HC orders for smooth darshan at alarnath temple

Advertisment

ବ୍ରହ୍ମଗିରି ଅଲାରନାଥ ପୀଠରେ ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆବେଦନକାରୀ ମଧୁସୂଦନ ପୂଜାପଣ୍ଡାଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ବୟସ୍କ, ଶାରୀରିକ ଅକ୍ଷମ ଏବଂ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ବ୍ୟବସ୍ଥା କରିବା ସହ ପାର୍କିଂ ପ୍ଲେସ ଠାରୁ ମନ୍ଦିର ପର୍ଯ୍ୟନ୍ତ ବ୍ୟାଟେରୀ ଗାଡିର ସୁବିଧା କରିବାକୁ କୋର୍ଟ କହିଛନ୍ତି।

Advertisment

ମନ୍ଦିର ମଧ୍ୟରେ ଭିଡ କମାଇବା ପାଇଁ ପ୍ରସାଦ ବିକ୍ରୟ ଏବଂ ସେବନକୁ ନିୟନ୍ତ୍ରିତ କରିବା ଉପରେ କୋର୍ଟ ଗୁରୁତ୍ୱ ଦେବାକୁ କହିଛନ୍ତି। ବିଭିନ୍ନ ରୀତିନୀତିକୁ ଦୃଷ୍ଟିରେ ରଖି ଦର୍ଶନ ସମୟ ଏବଂ ମନ୍ଦିର ବନ୍ଦ ହେବା ସମୟ ବାବଦରେ ବିଭିନ୍ନ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ଦୈନନ୍ଦିନ ସୂଚନା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ଘୋଷଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଅର୍ଗଳୀ ନିକଟରୁ ଭକ୍ତମାନଙ୍କୁ ଦର୍ଶନ କରାଇବା ପାଇଁ ରାୟରେ ଉଲ୍ଲେଖ ରହିଛି। କୌଣସି ସେବାୟତ ଯେପରି ଭକ୍ତ ମାନଙ୍କୁ ଅର୍ଗଳୀ ଆଗକୁ ନେଇ ଦର୍ଶନ ନକରାନ୍ତି ତାହା ସୁନିଶ୍ଚିତ କରିବାକୁ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

Advertisment

ମନ୍ଦିର ଭିତରେ ଏବଂ ବାହାରେ ଭକ୍ତଙ୍କ ଉପରେ ନଜର ରଖିବା ପାଇଁ ପର୍ଯ୍ୟାପ୍ତ ସିସିଟିଭି ବ୍ୟବସ୍ଥା କରିବା ସହ ପ୍ରବେଶ ପଥରେ ଥିବା ପଙ୍ଖା ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ କୋର୍ଟ କହିଛନ୍ତି। ଭକ୍ତମାନଙ୍କ ସୁବିଧା ପାଇଁ ମୋବାଇଲ ଟଏଲେଟ ବ୍ୟବସ୍ଥା କରିବା ଉପରେ କୋର୍ଟ ଗୁରୁତ୍ୱ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ