Advertisment

ଭୁବନେଶ୍ୱରରେ ଦୀପାବଳି ପାଳନ ପାଇଁ ଆସିଲା ଗାଇଡଲାଇନ୍

ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଲେ ଭୁବନେଶ୍ୱର ଡିସିପି।

Diwali 2022

Diwali 2022

Advertisment

ଭୁବନେଶ୍ୱରରେ ଦୀପାବଳି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି ହୋଇଛି। ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାକୁ ଅନୁମତି ମିଳିଛି। ୧୨୫ ଡେସିବେଲ୍‌ରୁ କମ୍ ସାଉଣ୍ଡର ବାଣ ଫୁଟାଇ ପାରିବେ। ବେଆଇନ ବାଣ କାରବାର ଉପରେ ନଜର ରଖିବ ପୋଲିସ। ସମ୍ବେଦନଶୀଳ ଜାଗାରେ ବାଣ ଫୁଟା ଉପରେ କଟକଣା କରାଯାଇଛି। ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। 

Advertisment

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ଦୀପାବଳୀରେ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏମିତିକି ଜେଲ ଯିବାକୁ ପଡ଼ିବ। ଦିପାବଳୀରେ ବାଣଫୁଟାକୁ ନେଇ ଦିଲ୍ଲୀ ସରକାର ବ୍ୟାନ୍‌ ଲଗାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି। ଯେକୌଣସି ଲୋକ ବାଣ ଫୁଟାଇବେ, ସେମାନଙ୍କୁ ୬ ମାସ ଜେଲ ଦଣ୍ଡ ସହ ୨୦୦ ଟଙ୍କା ଜୋରିମାନା ହୋଇପାରେ ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀରେ ଯେକୌଣସି ସ୍ଥାନରେ ବାଣ ତିଆରି, ସଂରକ୍ଷଣ ଏବଂ ବିକ୍ରି କରାଯାଉଛି, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ୫୦୦୦ ଟଙ୍କା ଜୋରିମାନା ସହ ବିସ୍ଫୋରକ ଆଇନର ଧାରା 9 B ଅନୁଯାୟୀ ତିନି ବର୍ଷ ଜେଲ ଦଣ୍ଡ ହେବ ।

Advertisment
Diwali 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ