ganeshchaturthiabroad
ଲଣ୍ଡନରେ ହୋଇଛି ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ। ଗଣପତି ବପ୍ପା ମୋରିୟା ନାରାରେ କମ୍ପିଛି ବିଦେଶ। ଗଜାନନଙ୍କ ଆଗମନକୁ ଧୁମଧାମରେ ପାଳନ କରାଯାଇଛି ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିରେ। ସକାଳୁ ପ୍ରଭୁ ଗଣେଶଙ୍କ ମୁଣ୍ମୟୀ ମୂର୍ତିରେ ପ୍ରାଣପ୍ରତିଷ୍ଠା, ଆବାହନ ଓ ହୋମ ପୂଜା କରାଯାଇଥିଲା। ପରେ ପରେ ସମସ୍ତ ଶ୍ରଦ୍ଧାଳୁମାନେ ଆଳତୀ ଓ ପୁଷ୍ପାଞ୍ଜଳି ଅର୍ପଣ କରି ଆଶିଷ ଲାଭ କରିଥିଲେ। ଆଜିକୁ ଦୀର୍ଘ ୨୦ ବର୍ଷ ଧରି ଏହି ଉତ୍ସବ, ପୂଜା ଓ ପରଂପରା ଉଦଜୀବିତ ରହିଛି।
ଚଳିତ ବର୍ଷ ଗଣେଶ ପୂଜାରେ ସାମିଲ ହେବାପାଇଁ ଇଂଲଣ୍ଡ, କାନାଡା, ଆମେରିକା, ସିଂଗାପୁର, ଦୁବାଇ, ନେଦରଲାଣ୍ଡ, ସ୍କଟ୍ଲ୍ୟାଣ୍ଡ ଓ ଜର୍ମାନୀରୁ ବହୁ ପ୍ରବାସୀ ଓଡିଆ ଯୋଗଦେଇଥିଲେ। ଆଉ ଗଜାନନଙ୍କୁ ସ୍ୱାଦିଷ୍ଟ ମୋଦକ ଓ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଭୋଗକରିଥିଲେ। ଏହା ସହ ସ୍ୱତନ୍ତ୍ର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ଗଣେଶଙ୍କ ନୃତ୍ୟ, ସଂଗୀତ ଓ ଭଜନ ଗାଇଥିଲେ। ଏହି ଅବସରରେ ବାଥ୍ ସିଟିର ମେୟର ରୋବ୍ ଆପୋଲିୟା ଏବଂ ଲଣ୍ଡନ କାଉନସିଲିର ସଦସ୍ୟମାନେ ଯୋଗଦେଇଥିଲେ। ରବିବାର ଶୋଭାଯାତ୍ରା ସହ ଗଣେଶ ବିସର୍ଜ କରାଯାଇଥିଲା । ସମସ୍ତେ ଗଣପତି ବାପା ମୈରିୟୋ ଗୀତରେ ଗଜାନନଙ୍କୁ ବିଦାୟ ଦେଇଥିଲେ ।
ଏହି ମହାଉତ୍ସବ କାର୍ଯ୍ୟକ୍ରମ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଇଥିଲା। ସମସ୍ତ ଭକ୍ତଙ୍କ ପାଇଁ ସୁସ୍ମିତାସ୍ ଡଟ୍ ୟୁକେ ତରଫରୁ ଓଡିଆ ଭୋଜନ ପ୍ରସ୍ତୁତ କରାଯାଇଥିଲା। ଓଡିଆ ଖାଦ୍ୟ ଖାଇ ଓ ସମ୍ବଲପୁରୀ ଶାଢୀ ପିନ୍ଧି ବିଦେଶୀ ମାନେ ବେଶ୍ ଆନନ୍ଦିତ ହୋଇଥିଲେ। ଏହିପରି ଭାବରେ ଓଡିଆ ସଂସ୍କୃତିର ପ୍ରଚାର ହେବାସହ ବାଥ୍ ସହର ଏକପ୍ରକାର ଛୋଟ ଓଡିଶା ଭାବେ ଦେଖାଦେଇଛି ବୋଲି ସେଠାରେ ରହୁଥିବା ପ୍ରବାସୀ ଓଡିଆ ସଲିଳ ଦାଶ, ସବିତା ପଂଡା ଓ ବିଶ୍ୱାଶିଷ ଗନ୍ତାୟତ କହିଛନ୍ତି । କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757837755.jpg)