Advertisment

Ganesh Chaturthi 2024: ସାକ୍ଷୀଗୋପାଳ ମନ୍ଦିରରେ କାହିଁକି ପୂଜା ପାଆନ୍ତି ‘ଗୁଡିଆ ଗଣେଶ’

ଆଜି ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ। ଆମେ ଭଗବାନ ଗଣେଶଙ୍କ ସମ୍ପର୍କିତ କିଛି ସ୍ୱତନ୍ତ୍ର ତଥ୍ୟ ଆପଣଙ୍କୁ ଦେବାକୁ ଯାଉଛୁ। ସାକ୍ଷୀଗୋପାଳ ମନ୍ଦିରରେ କେଉଁ କେଉଁ ନାମରେ ଓ କେତେ ଗୋଟି ଗଣେଶ ବିଗ୍ରହଣଙ୍କୁ ପୂଜାର୍ଚ୍ଚନା କରାଯାଏ?

ଅଦ୍ୟତନ ହୋଇଛି
Gudia Ganesh

Gudia Ganesh

Advertisment

ଆଜି ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ। ଆମେ ଭଗବାନ ଗଣେଶଙ୍କ ସମ୍ପର୍କିତ କିଛି ସ୍ୱତନ୍ତ୍ର ତଥ୍ୟ ଆପଣଙ୍କୁ ଦେବାକୁ ଯାଉଛୁ। ସାକ୍ଷୀଗୋପାଳ ମନ୍ଦିରରେ କେଉଁ କେଉଁ ନାମରେ ଓ କେତେ ଗୋଟି ଗଣେଶ ବିଗ୍ରହଣଙ୍କୁ ପୂଜାର୍ଚ୍ଚନା କରାଯାଏ? ଭିନ୍ନ ଭିନ୍ନ ସ୍ଥାନରେ ଭଗବାନ ଗଣେଶଙ୍କ ଉପାସନା ଭିନ୍ନ ଭିନ୍ନ ନାଁରେ ହେଉଥିବା ବେଳେ ଏଠି ପୂଜିତ ଗଣପତଙ୍କ ନାଁ (ଗୁଡିଆ ଗଣେଶ ବା ଭଣ୍ଡ ଗଣେଶ) ଓ ଆଦ୍ୟ ଗଣେଶ।

Advertisment

ସ୍ଥାନୀୟ ସେବାୟତଙ୍କ ମତରେ ଏଠାରେ ପୂଜା ପାଉଥୂବା ଗୁଡ଼ିଆ ଗଣେଶ, ମନ୍ଦିର ସହ ସମ୍ପୃକ୍ତ ଗୁଡିଆମାନଙ୍କ କୁଳଦେବତା। ସମଗ୍ର ପୁରୀ ଜିଲ୍ଲାର ସମସ୍ତ ଗୁଡିଆ ସଂପ୍ରଦାୟ ମିଶି ସାକ୍ଷୀଗୋପାଳ ମନ୍ଦିରରେ ଯେଉଁ ଗଣେଶଙ୍କୁ ପ୍ରତିଷ୍ଠା କରିଥିଲେ ତାଙ୍କୁ ଗୁଡିଆ ଗଣେଶ କୁହାଯାଏ। ଶ୍ରୀକ୍ଷେତ୍ର ଅନୁକରଣରେ କେହି କେହି ଏହାଙ୍କୁ ଭଣ୍ଡ ଗଣେଶ ମଧ୍ୟ କହିଥାନ୍ତି। ଲୋକକଥା ଅଛି ଯେ, ଯେଉଁ ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରକୁ ଆସନ୍ତି ସେମାନଙ୍କ ମନ ପବିତ୍ର ନ ଥାଏ, ମନରେ କିଛି ମନ୍ଦ ଉଦ୍ଦେଶ୍ୟ ରଖିଥିଲେ ଏହି ଗଣେଶଙ୍କୁ ଦର୍ଶନ ମାତ୍ରେ ମନ୍ଦ ମନସ୍କାମନାକୁ ଭୁଲି ଯାଆନ୍ତି ଭକ୍ତ। ସେମାନଙ୍କ ମନକୁ ଭଣ୍ଡାଇ ଦେଉଥିବାରୁ ଏହାଙ୍କୁ ଭଣ୍ଡ ଗଣେଶ ମଧ୍ୟ କୁହାଯାଏ। ସାକ୍ଷୀଗୋପାଳ ମନ୍ଦିରର ଦୁଇଟି ସ୍ଥାନରେ ଦୁଇଟି ଗଣେଶ ବିଗ୍ରହ ପୂଜା ପାଆନ୍ତି। ସିଂହଦ୍ୱାର ଗୁମୁଟରେ ଶ୍ରୀ ଆଦ୍ୟ ଗଣେଶ ଓ ମନ୍ଦିର ପରିସରେ ଶ୍ରୀ ଗୁଡିଆ ଗଣେଶ ଓ ଭଣ୍ଡ ଗଣେଶ।

ଗଣେଶ ପୂଜା ଦିନ ଆଦ୍ୟ ଗଣେଶଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ବସ୍ତ୍ର ଓ ନଡ଼ିଆ ଦିଆଯାଇ ପୂଜା କରାଯିବା ସହିତ ୧୦୮ ରାଶି କୋରା ଭୋଗ କରାଯାଏ। ସେହିପରି ଗୁଡ଼ିଆ ଗଣେଶଙ୍କୁ ଗୁଡିଆ କୂଳ ପକ୍ଷରୁ ନୂତନ ବସ୍ତ୍ର ଓ କୋରା ଭୋଗ କରାଯାଏ। ଏହି ମନ୍ଦିରରେ ଆମ୍ବଡ଼ାଳ, କଦଳୀ ଗଛ ବନ୍ଧା ଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଚହଳି ଲାଗିରୁହେ।

Advertisment
Ganesh Chaturthi Sakhigopal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: