Advertisment

Ganesh Chaturthi 2023: ଏଠି ଗଣେଶଙ୍କୁ କାହିଁକି କୁହାଯାଏ ଗୁଡିଆ ଗଣେଶ, ପଢନ୍ତୁ ଜାଣିବେ

ଆପଣମାନେ ହୁଏତ ଅନେକ ଗଣେଶଙ୍କ ଅଜବ ନାଁ ଶୁଣିଥିବେ। ଯେମିତି କି ଡ୍ୟାନ୍ସିଂ ଗଣେଶ, ବୁଢ଼ା ଗଣେଶ, ପେଟା ଗଣେଶ ଇତ୍ୟାଦି। ପୁରୀର ଏହି ଜାଗାରେ ଅଛନ୍ତି ଭଣ୍ଡ ଗଣେଶ। ଏହି ନାମକରଣର ରହସ୍ୟ କ’ଣ ଆସନ୍ତୁ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Ganesh Chaturthi 2023

Ganesh Chaturthi

ଶ୍ରୀକ୍ଷେତ୍ର ଅନନ୍ୟ ସଂସ୍କୃତି ପରମ୍ପରାର ପୀଠ। ଏଠି ଜଗନ୍ନାଥଙ୍କ ଉପାସନା ଯେମିତି ବୈଚିତ୍ୟମୟ ଠିକ୍ ସେମିତି ଶ୍ରୀକ୍ଷେତ୍ରର ଉପପୀଠରେ ପୂଜା ପାଉଥିବା ଠାକୁରେ। ଆମ ଥମ୍ବନେଲ ପଢି ଆପଣ ବୁଝି ସାରିବେଣି, ଆଜି ଗଣେଶ ଚତୁର୍ଥୀରେ ଆମେ ଭଗବାନ ଗଣେଶଙ୍କ ସମ୍ପର୍କିତ କିଛି ସ୍ବତନ୍ତ୍ର ତଥ୍ୟ ଆପଣଙ୍କୁ ଦେବାକୁ ଯାଉଛୁ। ଦୃଶ୍ୟରେ ଥିବା ଗଣେଶ ବିଗ୍ରହ ସାକ୍ଷୀଗୋପାଳ ମନ୍ଦିରରେ ପୂଜିତ ହେଉଥିବା ଶ୍ରୀ ଗଣପତିଙ୍କର। ଭିନ୍ନ ଭିନ୍ନ ସ୍ଥାନରେ ଭଗବାନ ଗଣେଶଙ୍କ ଉପାସନା ଭିନ୍ନ ଭିନ୍ନ ନାଁରେ ହେଉଥିବା ବେଳେ ଏଠି ପୂଜିତ ଗଣପତଙ୍କ ନାଁ ଗୁଡିଆ ଗଣପତି

Advertisment

ଅଧିକ ପଢ଼ନ୍ତୁ: କିପରି ଓ କେଉଁଠି ଶ୍ରୀଗଣେଶ ଲେଖିଥିଲେ ମହାକାବ୍ୟ ମହାଭାରତ

ପାଠକବନ୍ଧୁ ଆଶ୍ଚର୍ଯ୍ୟ ହେଉଥିବେ ଯେ, ଏପରି ନାମକରଣର ଯଥାର୍ଥତା କ’ଣ ?

ସ୍ଥାନୀୟ ପୂଜକଙ୍କ ମତରେ ଏ ଠାକୁର ମନ୍ଦିର ସହ ସମ୍ପୃକ୍ତ ଗୁଡିଆମାନଙ୍କ କୁଳଦେବତା। ଯେଉଁମାନେ ଶ୍ରୀ ଗୋପିନାଥଙ୍କୁ ପାଇଁ ଅମୁଣିହା ପ୍ରସାଦ ପ୍ରସ୍ତୁତ କରନ୍ତି। ଠାକୁରଙ୍କ ସେବା ଖଟୁଥିବା ସମସ୍ତ ଗୁଡିଆ ସଂପ୍ରଦାୟ ମିଶି ସାକ୍ଷୀଗୋପାଳ ମନ୍ଦିରରେ ଯେଉଁ ଗଣେଶଙ୍କୁ ପ୍ରତିଷ୍ଠା କରିଥିଲେ ତାଙ୍କୁ ଗୁଡିଆ ଗଣେଶ କୁହାଯାଏ। ଶ୍ରୀକ୍ଷେତ୍ର ଅନୁକରଣରେ କେହି କେହି ଏହାଙ୍କୁ ଭଣ୍ଡ ଗଣେଶ ମଧ୍ୟ କହିଥାନ୍ତି। ଲୋକକଥା ଅଛି ଯେ, ଯେଉଁ ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରକୁ ଆସନ୍ତି କିନ୍ତୁ ସେମାନଙ୍କ ମନ ପବିତ୍ର ନ ଥାଏ, ମନରେ କିଛି ମନ୍ଦ ଉଦ୍ଦେଶ୍ୟ ଥାଏ ଏହି ଗଣେଶଙ୍କୁ ଦର୍ଶନ ପରେ ସେମାନଙ୍କ ମନ୍ଦ ମନସ୍କାମନା ବିସ୍ମରଣ ହୋଇଯାଏ। ସେମାନଙ୍କ କୁ ମନୋସ୍ଥିତିକୁ ଭଣ୍ଡାଇ ନେଉଥିବାରୁ ଏହାଙ୍କ ନାଁ ଭଣ୍ଡ ଗଣେଶ। ସାକ୍ଷୀଗୋପାଳ ମନ୍ଦିରରେ ଦୁଇଟି ସ୍ଥାନରେ ଦୁଇଟି ଗଣେଶ ବିଗ୍ରହ ପୂଜା ହୁଅନ୍ତି। ସିଂହଦ୍ବାର ଗୁମୁଟରେ ଶ୍ରୀ ଆଦ୍ୟ ଗଣେଶ ଓ ପରିସର ଭିତରେ ଶ୍ରୀ ଗୁଡିଆ ଗଣେଶ। ଯାହାଙ୍କ ସ୍ଥିର ଚିତ୍ର ଆମ ଥମ୍ବନେଲରେ ପ୍ରଦର୍ଶିତ ଅଛି।

ଅଧିକ ପଢ଼ନ୍ତୁ: ସବୁ ଶୁଭ କାମରେ କାହିଁକି ସର୍ବପ୍ରଥମେ ପୂଜା ପାଆନ୍ତି ଭଗବାନ ଗଣେଶ

ଗଣେଶ ପୂଜା ଦିନ ଆଦ୍ୟ ଗଣେଶଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ବସ୍ତ୍ର ଓ ନଡ଼ିଆ ଦିଆଯାଇ ପୂଜା କରାଯିବା ସହିତ ୧୦୮ ରାଶି କୋରା ଭୋଗ କରାଯାଏ। ସେହିପରି ଭଣ୍ଡ ଗଣେଶଙ୍କୁ ଗୁଡିଆ କୂଳ ପକ୍ଷରୁ ନୂତନ ବସ୍ତ୍ର ଓ କୋରା ଭୋଗ କରାଯାଏ। ଏହିଦିନ ମନ୍ଦିର ପରିସର ଲୋକାରଣ୍ୟ ହୋଇଉଠେ।

Advertisment
Ganesh Puja Celebration Ganesh Chaturthi Ganesh Puja
Advertisment
Advertisment