Advertisment

Ganesh Chaturthi 2023: କିପରି ଓ କେଉଁଠି ଶ୍ରୀଗଣେଶ ଲେଖିଥିଲେ ମହାକାବ୍ୟ ମହାଭାରତ

ଭଗବାନ ଗଣେଶଙ୍କୁ ନେଇ ରହିଛି ଅନେକ କାହାଣୀ। କୁହାଯାଏ ଭାରତର ମହାନ କାବ୍ୟ ‘ମହାଭାରତ’କୁ ଭଗବାନ ଗଣେଶ ଲେଖିଥିଲେ। ତେବେ ସେ କିପରି ଓ କେଉଁଠି ଲେଖିଥିଲେ ଆସନ୍ତୁ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Ganesh Chaturthi 2023 Lord ganesha wrote Mahabharata in cave of uttarakhand

Ganesh Chaturthi 2023 Lord ganesha wrote Mahabharata in cave of uttarakhand

ବୁଦ୍ଧିଦାତା ଭଗବାନ ଗଣେଶଙ୍କୁ ଅଗ୍ରପୂଜ୍ୟ ଭାବେ ସ୍ଥାନ ଦିଆଯାଇଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସର ଶୁକ୍ଳ ପକ୍ଷର ଚତୁର୍ଥୀରେ ଗଣେଶ ପୂଜା ହୋଇଥାଏ। ବିଶ୍ୱାସ କରାଯାଏ ଯେ ଭଗବାନ ଗଣେଶ ଏହିଦିନ ଜନ୍ମ ହୋଇଥିଲେ।

Advertisment

ଭଗବାନ ଗଣେଶଙ୍କୁ ନେଇ ରହିଛି ଅନେକ କାହାଣୀ। କୁହାଯାଏ ଭାରତର ମହାନ କାବ୍ୟ ‘ମହାଭାରତ’କୁ ଭଗବାନ ଗଣେଶ ଲେଖିଥିଲେ। ତେବେ ସେ କିପରି ଓ କେଉଁଠି ଲେଖିଥିଲେ ଆସନ୍ତୁ ଜାଣିନେବା।

ଉତ୍ତରାଖଣ୍ଡର ବ୍ୟାସ ଗୁମ୍ଫାରେ ମହର୍ଷି ବେଦବ୍ୟାସ ମହାଭାରତର କାହାଣୀ ଶୁଣାଇଥିଲେ ଏବଂ ଭଗବାନ ଗଣେଶ ଏହି କାହାଣୀକୁ ଗୋଟିଏ ଦାନ୍ତରେ ଲେଖିଥିଲେ ବୋଲି କିମ୍ବଦନ୍ତୀ କୁହେ।

Advertisment

ଭଗବାନ ଗଣେଶ ଉତ୍ତରାଖଣ୍ଡର ମାଣା ଗାଁରେ ଥିବା ବ୍ୟାସ ଗୁମ୍ଫାରେ ମହାଭାରତର କାହାଣୀ ଲେଖିଥିଲେ। ଏହି ଗ୍ରାମ ପ୍ରସିଦ୍ଧ ବଦ୍ରିନାଥ ଧାମଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ବ୍ୟାସ ପୋଥୀ ନାମକ ସ୍ଥାନରେ ଦୁଇଟି ଗୁମ୍ଫା ରହିଛି। ଗୋଟିଏ ଗୁମ୍ଫା ବ୍ୟାସଗୁମ୍ଫା ହୋଇଥିବା ବେଳେ ଅନ୍ୟଟି ଗଣେଶ ଗୁମ୍ଫା ନାମରେ ଜଣାଶୁଣା। ଏହି ଗୁମ୍ଫାରେ ବ୍ୟାସଦେବ ଅନେକ ପୁରାଣ ରଚନା କରିଥିଲେ।

ବ୍ୟାସଗୁମ୍ଫାରେ ମହର୍ଷି ବେଦବ୍ୟାସଙ୍କ ମନ୍ଦିର ନିର୍ମିତ ହୋଇଥିବାବେଳେ ଗଣେଶ ଗୁମ୍ଫାରେ ଭଗବାନ ଶ୍ରୀଗଣେଶଙ୍କ ପ୍ରତିମା ସ୍ଥାପନ କରାଯାଇଛି। ଆଜି ମଧ୍ୟ ଦୂରଦୂରାନ୍ତରୁ ଭକ୍ତମାନେ ଭଗବାନ ଗଣେଶ ଏବଂ ମହର୍ଷି ବେଦ ବ୍ୟାସଙ୍କୁ ଦେଖିବାକୁ ଏଠାକୁ ଆସିଥାନ୍ତି।

ପୌରାଣିକ କାହାଣୀ ଅନୁଯାୟୀ, ମହାଭାରତର କାହାଣୀ ଲେଖିବା ପାଇଁ ମହର୍ଷି ବେଦବ୍ୟାସ ଭଗବାନ ଗଣେଶଙ୍କୁ ସ୍ମରଣ କରିଥିଲେ। ସେ ଗଣେଶଙ୍କୁ ମହାଭାରତ ଲେଖିବାକୁ ଅନୁରୋଧ କରିଥିଲେ। ଶ୍ରୀଗଣେଶ ତାଙ୍କ ଅନୁରୋଧ ଗ୍ରହଣ କରିଥିଲେ।

କୁହାଯାଏ ଯେ ମହାଭାରତ ଲେଖିବା ବେଳେ ଭଗବାନ ଗଣେଶ ମହର୍ଷି ବେଦବ୍ୟାସଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ। ଗଣେଶ ବେଦବ୍ୟାସଙ୍କୁ କହିଥିଲେ ଯେ ମହାଭାରତର କାହାଣୀ ଡାକିବା ସମୟରେ ସେ କେଉଁଠି ନ ରହି ନିରନ୍ତର କହିଚାଲିବେ। ସେ ଯେଉଁଠି ରହିଯିବେ ଗଣେଶ ସେଇଠି ଲେଖା ରଖିଦେବେ ବୋଲି କହିଥିଲେ। ଏହା ପରେ ମହର୍ଷି ବେଦବ୍ୟାସ ମଧ୍ୟ ଗଣେଶଙ୍କ ସହିତ ଏକ ସର୍ତ୍ତ ରଖିଥିଲେ ଯେ କୌଣସି ବାକ୍ୟକୁ ନ ବୁଝି ସେ ଏହାକୁ ଲେଖିବେ ନାହିଁ। ଏହା ପରେ ‘ମହାଭାରତ’ର ଲେଖା ଆରମ୍ଭ ହୋଇଥିଲା।

ଭଗବାନ ଗଣେଶ ଯେତେବେଳେ ବ୍ୟାସଙ୍କ ଦ୍ୱାରା ଡକାଯାଇଥିବା ବାକ୍ୟକୁ ବୁଝିବାକୁ ଚେଷ୍ଟା କରୁଥିଲେ ସେହି ସମୟ ଭିତରେ ମହର୍ଷି ବ୍ୟାସଦେବ ଭାବିବାକୁ ସମୟ ପାଇଯାଉଥିଲେ। ଏହିପରି ଭାବରେ ମହର୍ଷି ବେଦବ୍ୟାସ ଏବଂ ଭଗବାନ ଗଣେଶ ମହାଭାରତ ରଚନା କରିଥିଲେ।

Ganesh Chaturthi Ganesh Puja Special Story
Advertisment
Advertisment