Eid
ଆସନ୍ତା ୧୧ ତାରିଖରେ ପାଳନ ହେବ ଇଦ୍ । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଆସନ୍ତା ୧୧ ତାରିଖରେ ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଛି । ଆଜି ଚାନ୍ଦ ଦେଖା ନ ଯିବାରୁ ଆସନ୍ତା ୧୧ ତାରିଖରେ ଇଦ୍ ପାଳିବାକୁ ନିଷ୍ପତ୍ତି ହୋଇଛି । ତାରିଖ ଧାର୍ଯ୍ୟ ପରେ ଭାଇଚାରର ସହର କଟକରେ ଇସଲାମ ଧର୍ମାବଲମ୍ବିଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ ପଢିବା ପାଇଁ ପ୍ରସ୍ତୁତି କରାଯାଇଛି। ନିଷ୍ଠାର ସହ ପୁରା ମାସ ପବିତ୍ର ରୋଜା ବା ଉପବାସ ପାଳିଥିଲେ ଇସଲାମ ଧର୍ମାବଲମ୍ବୀ ।
ସେପଟେ ଭଦ୍ରକ ସହରରେ ବି ଜିଳ୍ଲା ପ୍ରଶାସନ ପକ୍ଷରୁ ଇଦ୍ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସପି, ଉପଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ । ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍ ବିଭାଗ ତରଫରୁ ପ୍ରସ୍ତୁତି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Eid_1712676636.jpg)