Advertisment

Baruni Snana: ଅଜ୍ଞାତବାସ କାଳରେ ପାଣ୍ଡବମାନେ ଏଇଠି ବୁଡ଼ ପକାଇ କରିଥିଲେ ପୂଜାର୍ଚ୍ଚନା

କାହିଁ କେବେଠାରୁ ଏଠାରେ ବାରୁଣୀ ବୁଡ ପଡ଼ିଆସୁଥିବା ବେଳେ କିମ୍ବଦନ୍ତୀ କହେ ପାଣ୍ଡବମାନେ ଅଜ୍ଞାତବାସ କାଳରେ ଏଠାରେ ବୁଡ଼ପକାଇ ପୂଜାର୍ଚ୍ଚନା କରିଥିଲେ । ସେଥିପାଇଁ ସେବେଠାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି।

ବାରୁଣୀ ସ୍ନାନ

ବାରୁଣୀ ସ୍ନାନ

Advertisment

ଶେଷ ହୋଇଛି ଆଠଗଡ ଗଡଜାତର ପ୍ରସିଦ୍ଧ ଦୋଳ ପର୍ବ । ଆଠଗଡ କଖଡି ବ୍ରହ୍ମପୁର ସ୍ଥିତ କଳିଗଙ୍ଗା ମହାନଦୀରେ ବାରୁଣୀ ଘାଟରେ ବୁଡ ପକାଇଲେ ବାବା ସର୍ପେଶ୍ଵରଙ୍କ ସହ ଅଷ୍ଟଶମ୍ଭୁ। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ହରିହର ଭେଟ ଦର୍ଶନ କରିବା ସହ ମହାନଦୀରେ ମହାପ୍ରଭୁଙ୍କ ସହ ବୁଡ ପକାଇଥାନ୍ତି । ବିଶ୍ବାସ ରହିଛି ଏଠାରେ ଯାହା ମାନସିକ କଲେ ପୁର୍ଣ୍ଣ ହୋଇଥାଏ । ଏହି ଦୁର୍ଲଭ ସ୍ନାନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ନିରାପତ୍ତା ତଥା ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଗ୍ରହଣ କରାଯାଇଥିଲା।

Advertisment

ଆଠଗଡ ଗଡଜାତର ସ୍ବତନ୍ତ୍ର ଦୋଳପର୍ବ ଫଗୁ ଦଶମୀ ଠାରୁ ଆରମ୍ଭ ହୋଇ ବାରୁଣୀ ସ୍ନାନରେ ଶେଷ ହୋଇଛି । ଚଳିତ ବର୍ଷ ଦିନ ୧୨ ଟା ୪୦ ମିନିଟ୍ ସମୟରେ ବୁଡ ପକାଇବା ପାଇଁ ସମୟ ନିର୍ଘଣ୍ଟ କରାଯାଇ ବୁଡ ପକାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗାଁ କମିଟି ସହ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏହି ପବିତ୍ର ତିଥିରେ ବୁଡ ପକାଇଲେ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ନିଜର ମାନସିକ ରଖି ଏଠାରେ ବୁଡ ପକାଇଥାନ୍ତି।

ଆଠଗଡ ଗଡଜାତର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଠାକୁର ଫଗୁଦଶମୀ ଠାରୁ ବାହାରି ଗାଁ ଗାଁ ବୁଲି ଚାଚେରୀ ଭୋଗ ଖାଇ ବାରୁଣୀରେ ହରିହର ଭେଟ ହେବା ସହିତ ନଦୀକୂଳରେ ଥିବା ଅଷ୍ଟଶମ୍ଭୁଙ୍କ ଯାତ୍ରା ସମାପନ ହୋଇଥାଏ। ଆଠଗଡ ବ୍ଲକ ବ୍ରହ୍ମପୁର ଠାରେ ମହାନଦୀ ଓ କାଠଯୋଡିର ସଙ୍ଗମ ସ୍ଥଳରେ ଅବସ୍ଥିତ ନାରାୟଣୀ ମନ୍ଦିର ପାଖରେ ଏହି ବାରୁଣୀ ବୁଡ ପଡିଥାଏ। ଏଠାରେ ମହାନଦୀ ବିପରୀତ ଦିଗରେ ପ୍ରବାହିତ ହେଉଥିବାରୁ ଏଠାରେ ବାରୁଣି ବୁଡ ପକାଯାଇଥାଏ।

Advertisment

ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ପ୍ରବଳ ଜନସମାଗମ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏଥି ପାଇଁ ଅଞ୍ଚଳର ସ୍ୱେଚ୍ଛାସେବୀ ଯୁବକମାନେ ବିଭିନ୍ନ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।

କାହିଁ କେବେଠାରୁ ଏଠାରେ ବାରୁଣୀ ବୁଡ ପଡିଆସୁଥିବା ବେଳେ କିମ୍ବଦନ୍ତୀ କହେ ପାଣ୍ଡବ ମାନେ ଅଜ୍ଞାତବାସ କାଳରେ ଏଠାରେ ବୁଡପକାଇ ପୂଜାର୍ଚ୍ଚନା କରିଥିଲେ । ସେଥିପାଇଁ ସେବେଠାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି।

Advertisment
Bathing Baruni Mela Festivals Athagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ