ଆସନ୍ତାକାଲି ଭସାଣୀ । ମାଆଙ୍କୁ ଦିଆଯିବ ମେଲାଣି । ପୁଣି ଗୋଟିଏ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଦୁର୍ଗତିନାଶିନୀ । ଏନେଇ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ । ଆସନ୍ତାକାଲି ଅପରାହ୍ନ ୩ ରୁ ଭସାଣୀ ଆରମ୍ଭ ହୋଇଯିବ କହିଛନ୍ତି ପୋଲିସ କମିଶନର । ତେବେ ଏନେଇ ଗାଇଡଲାଇନ୍ ଜାରି କରିଛି ପୋଲିସ । ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । ଆସନ୍ତାକାଲି ରାତି ଗୋଟାଏ ପର୍ଯ୍ୟନ୍ତ ତଥା ଭସାଣୀ ଶେଷ ହେବା ପର୍ଯ୍ୟନ୍ତ ଯାନବାହନ କଟକଣା ଜାରି ରହିବ ।
Also Read
ସହିଦ ନଗର ପଖାରୁ ଭସାଣ ବେଳେ ବାଣୀବିହାରରୁ ରୂପାଲି ପର୍ଯ୍ୟନ୍ତ ଯାନବାହନ ମନା ରହିଛି । ସେ ସମୟରେ ସମସ୍ତ ଯାନ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବ । ଅନ୍ୟପଟେ ଜନପଥ ରାସ୍ତାରେ ଯାନବାହନକୁ ସମ୍ପୂର୍ଣ୍ଣ ଭାବେ ମନା କରିଛି କମିଶନରେଟ ପୋଲିସ । ସଚିବାଳୟ ରାସ୍ତା ଦେଇ ଯି ଯାନ ସବୁ ଚଳାଚଳ କରିବ ବୋଲି ସୂଚନା । ସେହିପରି ନୟାପଲ୍ଳୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ପର୍ଯ୍ୟନ୍ତ ଗଡ଼ିବନି ଗାଡ଼ି । ସେ ସମୟରେ ସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ ବୋଲି କହିଛି ପୋଲିସ ।