Advertisment

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ କଟକ ସହର, ଏଥର ସିଲଭର ସିଟିରେ ୩୧ଟି ସ୍ଥାନରେ ଚାନ୍ଦି ମେଢ

ସହରର ଶକ୍ତିପୀଠ ମାନଙ୍କରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା...ଆଜି ବନଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ବନଦୁର୍ଗା

ଅଦ୍ୟତନ ହୋଇଛି
Durga Puja Celebrations in Cuttack

Durga Puja

Advertisment

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲଭରସିଟି କଟକ ସହର। ପୂଜା ପାଖେଇ ଆସୁଥିବାରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ପୀଠରେ ନବରାତ୍ର ପୂଜା ଚାଲୁଥିବା ବେଳେ ମଣ୍ଡପ ଗୁଡିକରେ ଶେଷ ପର୍ଯ୍ୟାୟରେ ମେଢ଼ କାର୍ଯ୍ୟ।...

Advertisment

ସହରର ଶକ୍ତିପୀଠ ମାନଙ୍କରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଓ ଗଡଖାଇର ଅଧିଷ୍ଠାତ୍ରୀ ଦେବୀ ମାଆ ଗଡଚଣ୍ଡୀ ପ୍ରତିଦିନ ନୂଆ ନୂଆ ବେଶରର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମାଆ ଗଡଚଣ୍ଡି ନାରାୟଣୀ ବେଶରେ ଦର୍ଶନ ଦେଉଥିବା ବେଳେ ମା କଟକ ଚଣ୍ଡୀ ବନଦୁର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।...

ସେପଟେ ମଣ୍ଡପରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସିଲଭରସିଟି କଟକରେ ଚଳିତ ବର୍ଷ ନୂତନ ଚାରିଟି ଚାନ୍ଦି ମେଢ଼ ଶୋଭା ପାଇବାକୁ ଯାଉଛି। କଟକ ମହମ୍ମଦିଆ ବଜାର ପୂଜା ମଣ୍ଡପରେ ନୂତନ ଚାନ୍ଦି ମେଢ଼ ଉଦଘାଟିତ ହୋଇଛି।

Advertisment

ଆଗରୁ ୨୭ଟି ଚାନ୍ଦି ମେଢ଼ ରେ ମା ପୂଜା ପାଉଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୩୧ ଛୁଇଁବ। ଦେଢ କୁଇଣ୍ଟାଲ ଓଜନର ଚାନ୍ଦି ମେଢ଼କୁ ଦୀର୍ଘ ତିନିବର୍ଷ ଧରି ନିର୍ମାଣ କରିଛନ୍ତି ଚାନ୍ଦି କାରିଗର ସୁରେନ୍ଦ୍ର ବେହେରା।...

Durga Puja Navratri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ