Advertisment

ମହାମାୟାଙ୍କ ମହାନବମୀରେ କମ୍ପିଲା ପୂଜା ମଣ୍ଡପ; ଚାନ୍ଦିନୀଚୌକରେ ଲାଗି ହେଲା ମାଛ ଭୋଗ

ପୂଜା ମଣ୍ଡପରେ ମହାନବମୀ। ଶକ୍ତିପୀଠରେ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜାର ଆଜି ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଛି ଭିନ୍ନ ଭିନ୍ନ ପରମ୍ପରା।

undefined

Durga Puja 2024

Advertisment

ଶାରଦୀୟ ଦୁର୍ଗାପୂଜା ଲାଗି ସାରା ରାଜ୍ୟର ଉତ୍ସର ମୁଖର ପରିବେଶ। ଆଜି ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ନବମୀ ପୂଜାନୀତି କରାଯାଇଥିବା ବେଳେ ସେପେଟେ ପୀଠରେ ପାଳିତ ଦଶମୀ ପୂଜା। ମଣ୍ଡପରେ ନବମୀ ଅବସରରେ କେଉଁଠି ନବକୁମାରୀ ତ ଆଉ କେଉଁଠି ଦେଖିବାକୁ ମିଳିଛି ସିନ୍ଦୁରଖେଳ ପରମ୍ପରା। ସେପଟେ ଦାର୍ଜିଲିଂରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଆଜି ଯବାନମାନଙ୍କ ସହ ଦଶରା ପାଳନ ସାଙ୍ଗକୁ ଶସ୍ତ୍ର ପୂଜାର ବିଧି ମଧ୍ୟ ପାଳନ କରିଛନ୍ତି। 

Advertisment

ପୂଜା ମଣ୍ଡପରେ ମହାନବମୀ। ଶକ୍ତିପୀଠରେ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜାର ଆଜି ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଛି ଭିନ୍ନ ଭିନ୍ନ ପରମ୍ପରା। କଟକ ଚାନ୍ଦିନୀଚୌକ ପୂଜା ମଣ୍ଡପରେ ଆଜି ମାଆଙ୍କ ନିକଟରେ ଲାଗି ହୋଇଛି ମାଛ ଭୋଗ। ମଣ୍ଡପରେ ପୁରଣା ପରମ୍ପରା ଅନୁଯାୟୀ ଏଠାରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଛି ମାଛ ଭୋଗ। ମାଆଙ୍କ ପାଖରେ ଲାଗି ହେବା ପରେ ଅଗଣିତ ଭକ୍ତଙ୍କ ବଣ୍ଟା ଯାଇଥିଲା ପ୍ରସାଦ।

ଏପଟେ ନବମୀରେ ନିଆରା ନବକୁମାରୀ ପୂଜା ଲାଗି ଚଳଚଞ୍ଚଳ ଥିଲା କେନ୍ଦୁଝର ନିୟୁ କଲୋନୀ ପୂଜା ମଣ୍ଡପ। ଏଠି ୯ ଜଣ କୁନି କୁନି ଝିଅଙ୍କୁ ମାଆଙ୍କ ଭଳି ସୂସଜ୍ଜିତ ବେଶରେ ସଜ୍ଜିତ କରାଯାଇ ସେମାନଙ୍କୁ ପୂଜାର୍ଚ୍ଚନା ସାଙ୍ଗକୁ ଦିବ୍ୟ ଭୋଜନରେ ଆପ୍ୟାୟିତ କରାଯାଇଥିଲା । ସେହିଭଳି ରାଉରକେଲା ଶକ୍ତିନଗର ପୂଜା ପେଣ୍ଡାଲରେ ମଧ୍ୟ ଦେଖିବାକୁ ମିଳିଥିଲା କୁମାରୀ ପୂଜା ପରମ୍ପରା । ଏଣେ ଜଗତସିଂହପୁର ପୁନଙ୍ଗରେ ଅଞ୍ଚଳବାସୀ ଅତି ଭକ୍ତି ଓ ନିଷ୍ଠାର ପାଳନ କରିଛନ୍ତି କୁମାରୀ ପୂଜାର ପରମ୍ପରା।

Advertisment

ଏଣେ ଏପଟେ ରାଜଧାନୀର ଅଶୋକ ନଗର କାଳିବାଡ଼ି ଅଞ୍ଚଳରେ ମାଆଙ୍କୁ ମେଲାଣି ଦେବା ପୂର୍ବରୁ ବଙ୍ଗୀୟ ଢାଞ୍ଚାରେ ଆୟୋଜିତ ହୋଇଥିଲା ସିନ୍ଦୁର ଖେଳ। ସେହିଭଳି ବାଲେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ମହିଳାଙ୍କ ଝୁଣା ନାଚ ପରମ୍ପରା। ସେହିଭଳି ମାଲକାନଗିରି ରୀତିନିତିରେ ଝୁଣାନୃତ୍ୟ ସାଙ୍ଗକୁ ପାରମ୍ପରିକ ସିନ୍ଦୁର ଖେଳର ଝଲକ ବି ଦେଖିବାକୁ ମିଳିଥିଲା।

ବିଜୟା ଦଶମୀରେ ବହୁ ପୁରାତନ ଶସ୍ତ୍ରପୂଜାର ପରମ୍ପରା ପାଳନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥ ଆଜି ପଶ୍ଚିମବଙ୍ଗ ଦାର୍ଜିଲିଂର ସୁକନା ଗାଁରେ ସ୍ଥଳସେନା ଯବାନଙ୍କ ସହ ଦଶରା ଉତ୍ସବ ପାଳନ ସାଙ୍ଗକୁ ଏଠାରେ ଆୟୋଜିତ ବିଶାଳ ଶସ୍ତ୍ରପୂଜା ଉତ୍ସବରେ ଯୋଗ ଦେଇଥିଲେ।

Advertisment

Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ