ଦୋଳ ପୂର୍ଣ୍ଣମୀ ଦିନ କରନ୍ତୁ ଏହି ଉପାୟ, ଚମକି ଉଠିବ ଆପଣଙ୍କ ଭାଗ୍ୟ

ଆଗକୁ ଆସୁଛି ଦୋଳ ପୂର୍ଣ୍ଣମୀ । ଫାଲ୍ଗୁନ ମାସ ପୂର୍ଣ୍ଣମୀ ଦିନ 'ଦୋଳ ପୂର୍ଣ୍ଣମୀ' ପଡିଥାଏ । ଏହା ହିନ୍ଦୁ ଧର୍ମର ଗୋଟିଏ ବଡ଼ ପର୍ବ, ଯାହାକୁ ସାରା ଭାରତ ବର୍ଷରେ ପାଳନ କରାଯାଇ ଥାଏ । ତେବେ ଏହିଦିନରେ ପୁରାଣ ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି ।

dolo purnima

News Summary

ଦୋଳ ପୂର୍ଣ୍ଣମୀ ଦିନ ଗରିବଙ୍କୁ ଭୋଜନ କରାନ୍ତୁ, ମିଳିବ ସୁଫଳ

'ଦୋଳ ପୂର୍ଣ୍ଣମୀ' ଦିନ ହୋଲିକା ଦହନ ଅନୁଷ୍ଠିତ ହୋଇଥାଏ । ଏହାର ପରଦିନ ରଙ୍ଗଖେଳ ଅନୁଷ୍ଠିତ ହୋଇଥାଏ । ହୋଲିକା ଦହନର ବିଶେଷ ମହତ୍ୱ ଦୋଳ ପୂର୍ଣ୍ଣମୀରେ ରହିଛି । ହୋଲିକା ଦହନର ମହତ୍ତ୍ୱ ଆମ ହିନ୍ଦୁ ଧର୍ମରେ ବିଶେଷ ଭାବରେ ରହିଛି, କୁହାଯାଏ ଯେ ଏହି ହୋଲିକା ଦହନରେ ଆମେ ନିଜର ଅହଂକାର,ହିଂସା,ଘୃଣା,ଇତ୍ୟାଦିକୁ ମନରୁ ଦୂରେଇ ନିଜ ଭିତରେ ସାତ୍ଵିକ ଭାବନା ଭରିବା ଉଚିତ । ତେବେ ଆସନ୍ତୁ ଜାଣିବା ଏହି ଦିନରେ କଣ କଲେ ଆମ ଭାଗ୍ୟ ଓ ଜୀବନ ଚମକି ଉଠିବ ।