Advertisment

ଶ୍ରୀମନ୍ଦିରରେ ଆଜି ଦୀପାବଳି, ବଡ଼ବଡ଼ିଆଙ୍କ ପାଇଁ କାଉଁରିଆ କାଠି ଜାଳିବେ ଭକ୍ତ

ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟ ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି ।

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିରରେ ଆଜି ଦୀପାବଳି

ଶ୍ରୀମନ୍ଦିରରେ ଆଜି ଦୀପାବଳି

Advertisment

ଆଜି ଶ୍ରୀମନ୍ଦିରରେ ଦୀପାବଳୀ ସହ ଅମାବାସ୍ୟା ନୀତି ପାଳନ ହେବ । ଏଥିସହ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ମଧ୍ୟ ଜାଳିବେ । ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟ ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି ।

Advertisment

ସେପଟେ ଗତକାଲି ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଥିଲେ କିଛି ଭକ୍ତ । ତେବେ ଜ୍ୟୋତିର୍ବିଦ୍ ଓ ଗବେଷକଙ୍କ ମତରେ, ଗତକାଲି ଅପରାହ୍ଣ ସାଢ଼େ ୩ଟା ପରେ ଅମାବାସ୍ୟା ପ୍ରବେଶ କରିଥିବାରୁ ଗତକାଲି ବଡ଼ବଡୁଆ ନ ଡାକିବାକୁ ସେମାନେ କହିଥିଲେ ।

ଅପରପକ୍ଷେ ଗତକାଲି ଚତୁର୍ଦ୍ଦଶୀ ଥିବାରୁ ରାତିରେ କେବଳ କାଳୀପୂଜା ହେବା କଥା । ଅମାବାସ୍ୟା ତିଥି ଆଜି ଉଭୟ ସକାଳ ଓ ସଂଧ୍ୟା ଯାଏଁ ରହୁଥିବାରୁ ଆଜି ହିଁ ଶ୍ରୀମନ୍ଦିରରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଇଁ ସ୍ଥିର ହୋଇଛି । କିନ୍ତୁ ପଞ୍ଜିକା ବିଭ୍ରାନ୍ତିରୁ ପର୍ବପର୍ବାଣୀ ପାଳନରେ ବାରମ୍ବାର ଏଭଳି ସ୍ଥିତି ଉପୁଜୁଛି । ଏହା ଉପରେ ଆଇନମନ୍ତ୍ରୀ, ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ସମସ୍ତେ ହସ୍ତକ୍ଷେପ କରି ବାଟ ବାହାର କରିବାକୁ ଦାବି କରିଛନ୍ତି ଜ୍ୟୋତିର୍ବିଦ୍ ।

Advertisment

ଏପଟେ ନଭେମ୍ବର ୧ରେ ଦୀପାବଳି ଓ ପୟାଶ୍ରାଦ୍ଧ ବିଧିସମ୍ମତ ଦର୍ଶାଇଛି ପୂଜାପଣ୍ଡା ନିଯୋଗ। ଏନେଇ ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଏକ ଚିଠି କରାଯାଇ ଦର୍ଶାଯାଇଛି ଯେ, ତିଥି ନକ୍ଷତ୍ରକୁ ନେଇ ଥିବା ଦ୍ବନ୍ଦ୍ବ ଦୂର ପାଇଁ ଏକ ପଞ୍ଜିକା ସମନ୍ବୟ କମିଟି ରହିଛି। ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏଇ କମିଟିରେ ମୁକ୍ତିମଣ୍ଡପ ପଣ୍ଡିତ ସଭା, ଦଇତାପତି ନିଯୋଗ, ପୂଜାପଣ୍ଡା ନିଯୋଗ, ଗଜପତିଙ୍କ ପ୍ରତିନିଧି, ଗବେଷକ, ପଞ୍ଜିକାର ଗଣନାକାର, ପ୍ରକାଶକମାନଙ୍କ ଉପସ୍ଥିତିରେ ପାଣ୍ଡୁଲିପିର ତର୍ଜମା କରାଯାଇ ପଞ୍ଜିକା ସବୁ ପ୍ରକାଶ ପାଏ। କିନ୍ତୁ ସବୁ ଗଣନାକାର ଓ ପ୍ରଶାସକ ଏଇ ସମନ୍ବୟ ବୈଠକକୁ ଆସୁ ନଥିବାରୁ ପଞ୍ଜିକା ପଞ୍ଜିକା ଭିତରେ ସାମଞ୍ଜସ୍ୟ ରହୁନି, ପର୍ବପର୍ବାଣୀ ତିଥି ନିର୍ଦ୍ଧାରଣ ଭିନ୍ନ ଭିନ୍ନ ରହୁଛି। ତେଣୁ ଏସବୁର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପ୍ରୟାସ କରାଯାଉ ବୋଲି ପୂଜାପଣ୍ଡା ନିଯୋଗ ଦାବି କରିଛନ୍ତି । ପଞ୍ଜିକାର ମଧ୍ୟ ପର୍ବପର୍ବାଣୀ ତିଥି ନିର୍ଦ୍ଧାରଣରେ ଏକମତ ପାଇଁ ସରକାରଙ୍କ ସହଯୋଗ ଚାହିଁଛନ୍ତି ।

ସେପଟେ ଶ୍ରୀମନ୍ଦିରରେ ଦୀପାବଳି ପାଳନ ସାଙ୍ଗକୁ ଧର୍ମ ମାସ କାର୍ତ୍ତିକରେ ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩ ଜଣ ଅତିରିକ୍ତ ଏସପି,୧୧ ଡିଏସପି, ୧୮ ଇନ୍ସପେକ୍ଟରଙ୍କ ସହ ୨୬ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି ।

Advertisment
Srimandir Diwali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ