Bolbam
ଆଜି ଶ୍ରାବଣର ପ୍ରଥମ ସୋମବାର । ଶିବ ଶିବ ଧ୍ବନିରେ ପ୍ରକମ୍ପିତ ଚର୍ତୁଦିଗ। ଭୋଲେ ବାବା ପାର୍ କରେଗା ଗାଇ ଗାଇ କାନ୍ଧରେ ଜଳ ଧରି ଆସିଛନ୍ତି କାଉଡ଼ିଆ । ଧବଳେଶ୍ୱରରୁ ଲୋକନାଥ, ଆରଡ଼ିରୁ ଲଡ଼ୁବାବା ସବୁଠି କାଉଡିଆଙ୍କ ଲମ୍ବା ଲାଇନ୍ । ବୋଲ୍ ବମ୍ ହର୍ ହର୍ ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି ଶୈବପୀଠ। ରାଜ୍ୟର ବିଭିନ୍ନ ଶୈବପୀଠରେ ଆବଶ୍ୟକୀୟ ପ୍ରସ୍ତୁତି ମଧ୍ୟ କରାଯାଇଛି ।
ଜଳଲାଗି ପାଇଁ ହଜାର ହଜାର ମାନସିକଧାରୀଙ୍କ ଭିଡ ଜମିଛି । ବିଭିନ୍ନ ଶୈବାଳୟରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ସେହିପରି ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିରରୁ ନେଇ ବଡ଼ ବଡ଼ ଶୈବାଳୟମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରାବଣ ସୋମବାରରେ ମହାଦେବଙ୍କ ପାଖରେ ଜଳଲାଗି କଲେ ସବୁ ମାନସିକ ପୂରଣ ହେବା ସହ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Bolbam_1752465726.jpg)