ଦେବ ଦୀପାବଳିରେ ଝଲସିଲା ଉତ୍ତରପ୍ରଦେଶ ବାରାଣସୀର ବିଭିନ୍ନ ଘାଟ । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗଙ୍ଗାନଦୀ ତଟରେ ଏକାଠି ଜଳିଲା ହଜାର ହଜାର ଦୀପ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଦୀପ ପ୍ରଜ୍ଜ୍ୱଳନ କରି ଦେବ ଦୀପାବଳିର ଶୁଭାରମ୍ଭ କରିଥିଲେ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ୭୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ସମୟରେ ଗଙ୍ଗା ଆରତୀର ଦୃଶ୍ୟ ମଧ୍ୟ ରୋମାଞ୍ଚକର ଥିଲା ।
Also Read
ମାଟିର ଦୀପ ପ୍ରଜ୍ଜ୍ୱଳନ ସହ ଏହି ଅବସରରେ ଚିତାକର୍ଷକ ଆତସବାଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଉତ୍ସବରେ ସାମିଲ ହୋଇଛନ୍ତି ।