Advertisment

ରାତି ପାହିଲେ ହୋଲି.. ଟ୍ୱିନସିଟିରେ ଜମିଲାଣି ଭଳିକି ଭଳି ରଙ୍ଗର ବେପାର

ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ ସହରର ହୋଲସେଲ ଓ ଖୁଚୁରା ବଜାରରେ ଲାଗିଛି ଭଳି କି ଭଳି ହୋଲି ସାମଗ୍ରୀର ପସରା। ପିଚକାରୀ, ବେଲୁନ, ମୁଖା, ଚୁଟି ଆହୁରି କେତେକଣ। ଆଉ ଏହାକୁ କିଣି ନେଉଛନ୍ତି ଲୋକେ।

ଅଦ୍ୟତନ ହୋଇଛି
Holi Celebration In Twin Cities

Holi Celebration

Advertisment

ଆସୁଛି ରଙ୍ଗର ପର୍ବ ହୋଲି। ହୋଲିକୁ ନେଇ ଲୋକଙ୍କ ମନରେ ଢେର ଉତ୍ସାହ ଦେଖିବାକୁ ମିଳିଛି। ଟ୍ୱିନ୍‌ସିଟିର ହୋଲସେଲ ଏବଂ ଖୁଚୁରା ବଜାରରେ ଜମୁଛି ରଙ୍ଗ ବ୍ୟବସାୟ। ଅନ୍ୟପଟେ ରାସାୟନିକ ମିଶା ରଙ୍ଗ ବ୍ୟବହାର ନକରି ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର।

Advertisment

ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ ସହରର ହୋଲସେଲ ଓ ଖୁଚୁରା ବଜାରରେ ଲାଗିଛି ଭଳି କି ଭଳି ହୋଲି ସାମଗ୍ରୀର ପସରା। ପିଚକାରୀ, ବେଲୁନ, ମୁଖା, ଚୁଟି ଆହୁରି କେତେକଣ। ଆଉ ଏହାକୁ କିଣି ନେଉଛନ୍ତି ଲୋକେ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ହୋଲି ଖେଳିବା ପାଇଁ ଲୋକଙ୍କ ଭିତରେ ଢେର ଉତ୍ସହ ରହିଛି।

ଅଧିକ ପଢ଼ନ୍ତୁ: ସୀମାରେ ଯବାନଙ୍କ ସହ ହୋଲି ଖେଳିଲେ ରାଜନାଥ ସିଂ

ଫଳରେ ଚଳିତ ବର୍ଷ କଟକରେ ରଙ୍ଗ ଏବଂ ଅନ୍ୟାନ ସାମଗ୍ରୀ ର ବ୍ୟବସାୟ ଭଲ ହେଉଛି ବୋଲି କହିଛନ୍ତି ବ୍ୟବସାୟୀ। ବିଶେଷ କରି ନୂଆ ନୂଆ ହାରବାଲ ହୋଲି ସହ ଅଭିର ପସନ୍ଦ କରୁଛନ୍ତି ଗ୍ରାହକ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ମୁଖା ବେଶ୍ ଚାହିଦା ରହିଛନ୍ତି।

Advertisment

ସେପଟେ ହୋଲିକୁ ନେଇ ରାଜଧାନୀବାସୀବି ବେଶ ଉତ୍ସାହିତ ବର୍ଷକୁ ଥରେ ରଙ୍ଗ ର ପର୍ବ ହୋଲିକୁ ଧୁମ ଧାମ ରେ ପାଳନ କରିବା ପାଇଁ ସମସ୍ତେ ବ୍ୟସ୍ତ। ହୋଲି ରଙ୍ଗ କିଣିବା ପାଇଁ ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି। ଅଭିର ରଙ୍ଗ ର କିଲୋ ୧୫୦ ଟଙ୍କା ଠାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ରାସାୟନିକ ରଙ୍ଗକୁ ସମ୍ପୂର୍ଣ୍ଣ ବନ୍ଦଥିବା ବେଳେ କେବଳ ଅଭିର ଏବଂ ହରବାଲ ରଙ୍ଗ କିଣିନିଉଛନ୍ତି ଗ୍ରହାକ। ଅନ୍ୟପଟେ ରାସାୟନିକ ରଙ୍ଗର ବ୍ୟବହାର ନ କରି ହର୍ବାଲ ରଙ୍ଗରେ ହୋଲି ଖେଳବାକୁ ଡାକ୍ତର କହିଛନ୍ତି।

ନକ୍ସଲ ପ୍ରଭାବିତ ଛତିଶଗଡ଼ ନାରାୟଣପୁରରେ ହୋଲି ପାଳିଲେ ଯବାନ। ନାରାୟଣପୁରରେ ଥିବା ITBP କ୍ୟାମ୍ପରେ ଯବାନ ମାନେ ପରସ୍ପରକୁ ହୋଲି ବୋଳିବା ସହ ନାଚି ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି। ନିଜ ଘରଠାରୁ ଦୂରରେ ରହି ଦେଶର ସୁରକ୍ଷାରେ ନିୟୋଜିତ ଯବାନ ମାନେ ଭାଇଚାରର ପର୍ବ ଭାବେ ହୋଲି ପାଳନ କରିଛନ୍ତି।

Advertisment
Holi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ