• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲାଗିଲା ଗ୍ରହଣ, ରକ୍ତବର୍ଣ୍ଣ ଦେଖାଗଲା ଚନ୍ଦ୍ର । ଅପରାହ୍ନ ୨ଟା ୩୮ ମିନଟ୍‌ରୁ ଗ୍ରହଣ ସ୍ପର୍ଶ ହୋଇଛି । ସନ୍ଦ୍ୟା ୬ଟା ୧୮ ମିନଟ୍‌ରେ ଗ୍ରହଣ ସର୍ବମୋକ୍ଷ ହେବ । ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହେବ । ତେବେ ଭୁବନେଶ୍ୱରରେ ଏହା ୫ ଟା ୬ଟା ଦୃଶ୍ୟମାନ ହେବ । ୩ଟା ୪୬ରୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିଛି । ଓଡ଼ିଶାର ଭୁବନେଶ୍ୱର ସମେତ କଟକ, ପୁରୀ, କୋରାପୁଟ, ସମ୍ବଲପୁର ସହରରେ ଏହା ଦେଖାଯିବ । ସେହିପରି ଉତ୍ତର ଆମେରିକା, ଦକ୍ଷିଣ ଆମେରିକାର କିଛି ଅଂଶ, ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରଗ୍ରହଣକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ ।

ଗ୍ରହଣ ବେଳେ ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିବ । ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ । ସୂର୍ଯ୍ୟୋପରାଗ ପରି ଚନ୍ଦ୍ରଗ୍ରହଣ ଦେଖିବାକୁ ଦୂରବୀକ୍ଷଣ ଯନ୍ତ୍ର ଅବା କୌଣସି ଯନ୍ତ୍ରାଂଶର ଆବଶ୍ୟକତା ପଡ଼ିବ ନାହିଁ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଚନ୍ଦ୍ରଗ୍ରହଣକୁ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କୁହାଯାଉଛି । ଏହି ଦିନ କାର୍ତ୍ତିକ ପୂର୍ଣ୍ଣିମା ପଡୁଥିବା ବେଳେ ମହାପ୍ରଭୁଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଛି । ତେଣୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି ।

ତେବେ ଚନ୍ଦ୍ର ଗ୍ରହଣ ସମୟରେ କ’ଣ ନକରିବା ଆବଶ୍ୟକ । ପଢ଼ନ୍ତୁ..

କ'ଣ କରିବେ, କ'ଣ ନ କରିବେ:

  • ଚନ୍ଦ୍ରଗ୍ରହଣ ସମୟରେ ପୂଜା କରନ୍ତୁ ନାହିଁ
  • ଚନ୍ଦ୍ରଗ୍ରହଣ ସମୟରେ ମନ୍ଦିରର କବାଟ ବନ୍ଦ ରଖନ୍ତୁ
  • ଘରେ ରଖାଯାଇଥିବା ଖାଦ୍ୟ ସାମଗ୍ରୀରେ ତୁଳସୀ ପତ୍ର କିମ୍ବା କୁଶ ପକାନ୍ତୁ(ଏହା ଦ୍ୱାରା ଖାଦ୍ୟ ଉପରେ ଚନ୍ଦ୍ରଗ୍ରହଣର ପ୍ରଭାବ ପଡେ ନାହିଁ)
  • ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଆନ୍ତୁ ନାହିଁ (ଶିଶୁ, ଅସୁସ୍ଥ, ବୃଦ୍ଧମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ)
  • ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ବାହାରକୁ ଯିବା ଉଚିତ ନୁହେଁ
  • ଚନ୍ଦ୍ରଗ୍ରହଣ ସମୟରେ ଶୋଇବାରୁ ଦୂରେଇ ରୁହନ୍ତୁ
  • ଭଗବାନଙ୍କ ନାମ ଜପ କରନ୍ତୁ
  • ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ଗଙ୍ଗା ଜଳକୁ ପାଣିରେ ମିଶାଇ ସ୍ନାନ କରନ୍ତୁ
  • ଘର ସାରା ଗଙ୍ଗା ପାଣି ସିଞ୍ଚନ କରନ୍ତୁ

କିପରି ଲାଗେ ଚନ୍ଦ୍ରଗ୍ରହଣ:
ଯେତେବେଳେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଆସେ, ସେତେବେଳେ ସୂର୍ଯ୍ୟକିରଣ ଚନ୍ଦ୍ର ଉପରେ ପଡ଼େ ନାହିଁ, ଏହି ଘଟଣାକୁ ଚନ୍ଦ୍ରଗ୍ରହଣ କୁହାଯାଏ ।