Advertisment

Byanjan Dwadasi in Puri: ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନରେ ବ୍ୟଞ୍ଜନ ଦ୍ୱାଦଶୀ...ଏହି ପ୍ରସାଦ ସେବନ କଲେ...

କଥା ରହିଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା ଯଶୋଦା ।ନଖାଇ ନପିଇ ପୁଅର ଏମିତି ହୋଇଥିବା ଅନୁମାନ କରିଥିଲେ ମା ।ଖାସ ସେଇଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ ଯଶୋମତି ।ଏବଂ ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ବ୍ୟଞ୍ଜନ ଦ୍ଵାଦଶୀ।ଯଦିଓ ଅନ୍ୟ ଏକ କଥା ରହିଛି ଯେ ଗୋଚରଣ ବେଳେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା ଯାହାକୁ ଦିବ୍ୟ ଚକ୍ଷୁ ରେ ଦେଖି ପାରିଥିଲେ ରାଧାରାଣୀ ।

ଅଦ୍ୟତନ ହୋଇଛି
ପୁରୀ ମାତାମଠରେ ବ୍ୟଞ୍ଜନ ଦ୍ୱାଦଶୀ

ପୁରୀ ମାତାମଠରେ ବ୍ୟଞ୍ଜନ ଦ୍ୱାଦଶୀ

Advertisment

ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଆଜିର ଦିବସରେ ଯଶୋଦା ମା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି। ଏହି ଅବସରରେ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଛି। ରାଧାକୃଷ୍ଣଙ୍କ ପାଖରେ ପ୍ରାୟ ୮୫୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଏତେ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ୟାତି ରହିଛି।

Advertisment

ଆଠଶହ ଏକାବନ ପ୍ରକାର ବ୍ୟଞ୍ଜନରେ ମହମହ ମହକିଲା ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନ। ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ତିଥିରେ ପୁରୀର ଗୌରବିହାର ଆଶ୍ରମରେ ବିଭିନ୍ନ ରକମର ବ୍ୟଞ୍ଜନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବା ସହ ଭକ୍ତ ଶ୍ରଦ୍ଧାଳୁଙ୍କୁ ପରସାଯାଇଛି । ବିଭିନ୍ନ ପିଠା ମିଠା , ଅନ୍ନ,ଶାଗ ମୁଗ,ରସା, ପାମ୍ପଡ, ରାଇତା,ଚଟଣୀ,କ୍ଷୀରି ଆଦି ସୁସ୍ୱାଦୁ ପ୍ରସାଦ ନିଶୁଳ୍କ ସେବନ କରିଛନ୍ତି ଶ୍ରଦ୍ଧାଳୁ । ପୁରୀ ବେଳାଭୂମି ଠାରୁ ମାତ୍ର ଦୁଇ କିଲୋ ମିଟର ଦୂରରେ ଅବସ୍ଥିତ ଗୌଡିୟ ସମ୍ପ୍ରଦାୟର ଆଶ୍ରମ ଗୌର ବିହାର ଆଶ୍ରମ ବା ମାତା ମଠ । ବର୍ଷ ତମାମ ଏହି ମଠର ପ୍ରାକୃତିକ ପରିବେଶ ଓ ଆଧ୍ୟାତ୍ମିକ କାରୁକାର୍ଯ୍ୟ ଶ୍ରୀକ୍ଷେତ୍ର ଆସୁଥିବା ବିଭିନ୍ନ ଭକ୍ତ୍ତଙ୍କୁ ଆତ୍କୃଷ୍ଟ କରୁଥିବା ବେଳେ ମାର୍ଗଶୀର ଶୁକ୍ଲ ଦ୍ଵାଦଶୀର ପବିତ୍ର ତିଥିରେ କୃଷ୍ଣ ସମର୍ପିତ ନାନାଦି ବ୍ୟଞ୍ଜନ କୁ ସେବନ କରିବାକୁ ଭିଡ ଲାଗିରହେ ।

ପୂର୍ବଦିନ ଠାରୁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମହିଳା ପ୍ରସାଦ ପ୍ରସ୍ତୁତିରେ ସାମିଲ ହୋଇଥାନ୍ତି । ପ୍ରତ୍ୟେକ ବର୍ଷ ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ବେଳେ ଚଳିତ ଥର ମଧ୍ୟ ୮୫୧ ପ୍ରକାର ବ୍ୟଞ୍ଜନରେ ଆପାୟିତ ହୋଇଥିଲେ ଭକ୍ତ ଶ୍ରଦ୍ଧାଳୁ । ସ୍ୱତନ୍ତ୍ର ଖଲିପତ୍ରରେ ବ୍ୟଞ୍ଜନ ସବୁକୁ ପରସା ଯାଇଥିବା ବେଳେ ଭକ୍ତମାନେ ଏତେପ୍ରକାରର ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟମନେ କରିଥିଲେ ।

Advertisment

କଥା ରହିଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା ଯଶୋଦା । ନଖାଇ ନପିଇ ପୁଅର ଏମିତି ହୋଇଥିବା ଅନୁମାନ କରିଥିଲେ ମା’ । ଖାସ ସେଇଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ ଯଶୋମତି ଏବଂ ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ବ୍ୟଞ୍ଜନ ଦ୍ଵାଦଶୀ। ଯଦିଓ ଅନ୍ୟ ଏକ କଥା ରହିଛି ଯେ ଗୋଚରଣ ବେଳେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା ଯାହାକୁ ଦିବ୍ୟ ଚକ୍ଷୁ ରେ ଦେଖି ପାରିଥିଲେ ରାଧାରାଣୀ । ଏବଂ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ କରିଥିଲେ ନାନାଦି ବ୍ୟଞ୍ଜନ । ତେଣୁ ଏଭଳି ଏକ ସ୍ମୃତିକୁ ଆଜି ବି ଅନେକ ଗୌଡିୟ ସମ୍ପ୍ରଦାୟ ମାନେ ଅନୁଗମନ କରି ଆସିଛନ୍ତି । ପୁରୀ ଗୌରବିହାର ଆଶ୍ରମ ହେଉଛି ଏହାର ଏକ ବଳିଷ୍ଠ ଉଦାହରଣ । ଯେଉଁଠି ପ୍ରତ୍ୟେକ ବର୍ଷ ନିଶୁଳ୍କ ପ୍ରସାଦ ସେବନ ପାଇଁ ଅନେକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥାନ୍ତି ।

ତେବେ ହିନ୍ଦୁ ଶାସ୍ତ୍ରରେ ଏହି ବ୍ୟଞ୍ଜନ ଦ୍ଵାଦଶୀର ସ୍ୱତନ୍ତ୍ର ମହିମା ରହିଥିବା ବେଳେ ଏହାକୁ ଅଖଣ୍ଡ ଦ୍ୱାଦଶୀ ମଧ୍ୟ କୁହାଯାଏ । ଏହିଦିନ ଆରମ୍ଭ ହେଉଥିବା କାର୍ଯ୍ୟ ନିଶ୍ଚିତ ଫଳପ୍ରଦ ହୁଏ ବୋଲି ବିଶ୍ବାସ ରହିଛି ।

Advertisment
Puri Festivals Religious Places
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ