Advertisment

ପ୍ରଥମଥର ପାଇଁ ଓଡିଶା ଟେଲିଭିଜନ ଆୟୋଜନ କରିବାକୁ ଯାଉଛି 'ବିଜିନେସ୍ ଓଡ଼ିଶା ଆୱାର୍ଡସ୍'

ଓଟିଭିର ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଆପଣଙ୍କୁ ଆବଶ୍ୟକୀୟ ଏକ ମନୋନୟନ ଫର୍ମ ପୂରଣ ସହ ଆବେଦନ କରିବାକୁ ହେବ।

ଅଦ୍ୟତନ ହୋଇଛି
 ବିଜିନେସ୍ ଓଡିଶା ଆୱାର୍ଡସ୍

ବିଜିନେସ୍ ଓଡିଶା ଆୱାର୍ଡସ୍

Advertisment

ଓଡିଶା ଟେଲିଭିଜନ ପ୍ରଥମଥର ପାଇଁ ଆୟୋଜନ କରିବାକୁ ଯାଉଛି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୩ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲାରୀ, ବ୍ୟବସାୟ, ରିୟଲ୍‌ ଇଷ୍ଟେଟ୍, ମାନୁଫାକଚରିଂ ଏବଂ ସେବା, ଏମିତି ୭ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି।

Advertisment

ଓଟିଭିର ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଆପଣଙ୍କୁ ଆବଶ୍ୟକୀୟ ଏକ ମନୋନୟନ ଫର୍ମ ପୂରଣ ସହ ଆବେଦନ କରିବାକୁ ହେବ। ଏଥିପାଇଁ ଆଗ୍ରହୀ ସଂସ୍ଥାଗୁଡିକ ଏକ ସ୍ୱତନ୍ତ୍ର ୱେବ୍‌ସାଇଟ୍‌, www.boa.odishatv.in ରେ ଲଗ୍‌ଇନ୍‌ କରି ନିର୍ଦ୍ଧାରିତ ଫର୍ମରେ ଦରକାରୀ ସୂଚନା ପ୍ରଦାନ ସହ ନୋମିନେସନରେ ସାମିଲ ହୋଇପାରିବେ। ଅନ୍‌ଲାଇନରେ ଆବେଦନ କରିବାର ସମୟ ସୀମା- ଅଗଷ୍ଟ ୧୪ ତାରିଖ ୨୦୨୩।

ବିଜିନେସ ଓଡ଼ିଶା ଆୱାର୍ଡସ୍-୨୦୨୩ ପାଇଁ ଆବେଦନ କରିବାର ସର୍ତ୍ତାବଳୀ:

  • ଆବେଦନ କରିବାକୁ ଥିବା ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାରେ ରହିଥିବା ଆବଶ୍ୟକ।
  • ସଂସ୍ଥାଟି ଅତି କମ୍‌ରେ ଦୁଇବର୍ଷ ପୁରୁଣା ହୋଇଥିବ।
  • ସଂସ୍ଥାର ଉତ୍ପାଦ କିମ୍ବା ସେବା ରାଜ୍ୟ ସହିତ ରାଜ୍ୟ ବାହାରେ ଉପଲବ୍ଧ ହୋଇଥିବ।
  • ସଂସ୍ଥା ନିୟମିତ ଭାବେ ଟିକସ୍ ପୈଠ କରୁଥିବ।
Advertisment

ଏକ ସିଙ୍ଗଲ ପ୍ଲାଟ୍‌ଫର୍ମ ଜରିଆରେ ଆମ ରାଜ୍ୟରେ ପ୍ରତିଷ୍ଠାଲାଭ କରିଥିବା ବ୍ୟାବସାୟିକ ସଂସ୍ଥାଗୁଡିକୁ ଉତ୍ସାହିତ କରିବା ସହ ସ୍ୱୀକୃତି, ମାନ୍ୟତା ପ୍ରଦାନ ଏବଂ ପୁରସ୍କୃତ କରିବା ହେଉଛି ଏହି ଆୱାର୍ଡସ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଆମକୁ ଯୋଗାଯୋଗ କରିବାର ଫୋନ ନମ୍ବର- 9124633307।

Otv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ