• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍କଳ ଇତିହାସର ଅତୀତକୁ ଏବେ ବି ଛାତିରେ ଧରି ଜାବୁଡି ରଖିଛି ଧଉଳି । କଳିଙ୍ଗ ଯୁଦ୍ଧର ମୂକ ସାକ୍ଷୀ ଆଉ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିବାର ଧର୍ମଭୂମି ଧଉଳି । ଖ୍ରୀଷ୍ଟପୂର୍ବ ୨୬୧ ବେଳେ କଳିଙ୍ଗ ଆକ୍ରମଣ ସମୟରେ ଏହି ଠାରେ ଶାନ୍ତିକୁ ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ଅଶୋକ । ଆଉ ପ୍ରାୟ ୫୦ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଶାନ୍ତିର ସ୍ତୂପ । ସେବେଠାରୁ ଆଜି ପଯର୍ୟନ୍ତ ଶାନ୍ତି ଓ ମୈତ୍ରୀର ପ୍ରତୀକ ସାଜିଛି ଧଉଳି । ଆଜି ସୂବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜନ ହେଉଛି ଭବ୍ୟ କାର୍ଯ୍ୟକ୍ରମ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଧଉଳିରେ ବଳି ପଡ଼ିଲା ଶହ ଶହ ଗଛ !

ଧଉଳି, ଯିଏ କହେ କଳିଙ୍ଗର କାହାଣୀ, ଯିଏ ସାକ୍ଷୀ ଉତ୍କଳ ସନ୍ତାନର ସୌର୍ଯ୍ୟ, ସାହସ ଆଉ ସାମର୍ଥ୍ୟ ପ୍ରତୀକ । ଯିଏ ଦେଖିଛି ଚଣ୍ଡାଶୋକର ଧର୍ମ ପରିବର୍ତ୍ତନ, ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସେହି ପିସ ପାଗୋଡାକୁ ପୂରିଛି ପଚାଶ ବର୍ଷ । ହେଲେ ଆଜି ଜୀବନ୍ତ ଖ୍ରୀଷ୍ଟପୂର୍ବ ୨୬୧ର ଇତିହାସ ।

କଳିଙ୍ଗ ବିଜୟ ଲକ୍ଷ୍ୟରେ ଆକ୍ରମଣ କରିଥିଲେ ମଗଧ ସମ୍ରାଟ ଅଶୋକ । ସେତେବେଳେ ଅଶୋକଙ୍କୁ ସାମ୍ନା କରିଥିଲେ କଳିଙ୍ଗର ବୀର ସନ୍ତାନମାନେ । ଦୀର୍ଘ ଦିନର ଲଢେଇରେ ଗଡ଼ିଥିଲା ଲକ୍ଷେରୁ ଅଧିକ କଳିଙ୍ଗ ବୀରଙ୍କ ମୁଣ୍ଡ । ଧଉଳି ଅବବାହିକାରେ ପ୍ରବାହିତ ଦୟାର ପାଣି ରକ୍ତ ବର୍ଣ୍ଣ ହୋଇଯାଇଥିଲା । ତଥାପି ହାର ମାନିନଥିଲେ, ପ୍ରାଣବଳୀ ଦେବାକୁ ପଛାଇନଥିଲେ ।

ହଜାର ହଜାର ମୁଣ୍ଡ ଗଡାଇ ଶେଷରେ ତରବାରୀ ଛାଡିବାକୁ ବାଧ୍ୟ ହୋଇଥିଲେ ଅଶୋକ । ଆଉ ଅନୁତାପର ଅଗ୍ନିରେ ଜଳି ଜଳି ପରିବର୍ତ୍ତନ ହୋଇଥିଲେ । ଶେଷରେ ଧଉଳିର ଧର୍ମଭୂମିରେ ଧର୍ମ ପରିବର୍ତ୍ତନ କରି ଧର୍ମାଶୋକରେ ପରିଣିତ ହୋଇଥିଲେ । ସେତେବେଳେ ବୁଦ୍ଧ ସନ୍ୟାସୀ ଉପଗୁପ୍ତ ଅଶୋକଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିଥିଲେ ।

ଆଉ ତାପର ଠାରୁ ଧଉଳିରୁ ସାରା ଦେଶକୁ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠାର ବାର୍ତ୍ତା ଦେଇଥିଲେ ଅଶୋକ । ଇତିହାସ କୁହେ ଅଶୋକଙ୍କ ସମୟରେ ବୈଦିଶିକ ନୀତି ଶାନ୍ତିର ନୀତି ଭାବେ ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ଶାନ୍ତି ଓ ମୈତ୍ରୀର ପ୍ରତୀକ ଭାବେ ଛିଡା ହୋଇଛି ଧଉଳି । ୫୦ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ଏଠି ପ୍ରତିଷ୍ଠା ହୋଇଥିଲା ଧଉଳି ଶାନ୍ତିସ୍ତୂପ ।

ଏବେ ଜୀବିତ ଅଶୋକଙ୍କ ଅଲୌକିକ ଲୀପି ଅନେକ ବୌଦ୍ଧ ଧର୍ମର ଶୀଳା ଲୀପି ଛାତିରେ ଜାବୁଡି ରଖିଛି ଧଉଳି । ଯେଉଁଥିପାଇଁ ଧଉଳିକୁ ଦିନକୁ ଦିନ ଅଧିକ ପର୍ଯ୍ୟଟକଙ୍କ ଭିଡ ଜମିଛି । ଆଉ ଆଜି ସୁବର୍ଣ୍ଣ ଜୟନ୍ତୀ ଅବସରରେ ସରକାରଙ୍କ ପକ୍ଷରୁ ଆୟୋଜନ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ୟୁଏସଏ, ଜାପାନ, ୟୁକ୍ରେନ, ଚୀନ, ଶ୍ରୀଲଙ୍କା ଭଲି ଦେଶ ବିଦେଶରୁ ଶହ ଶହ ସଂଖ୍ୟାରେ ବୁଦ୍ଧ ଧର୍ମଗୁରୁ, ସନ୍ୟାସୀ ଓ ସାଧୁସନ୍ଥ ମାନେ ଧଉଳିରେ ପହଞ୍ଚିଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ତେବେ ଏହି ଅବସରରେ ଧଉଳିର ସଂରକ୍ଷଣ ଓ ବିକାଶ ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ହେଲେ ମଧ୍ୟ ରାଜ୍ୟରେ ଅନେକ ବୁଦ୍ଧିଷ୍ଟ ପ୍ଲେସ ରହିଥିବା ବେଳେ ଏବେ ବି ବୁଦ୍ଧିଷ୍ଟ ଟୁରିଷ୍ଟଙ୍କୁ ଆକର୍ଷଣ କରିବାକୁ ସରକାର ବିଫଳ ବୋଲି କହିଛନ୍ତି ଇତିହାସ ଗବେଷକ । ଧଉଳିକୁ ପିକନିକ ସ୍ପଟ ନକରି ଏକ ମ୍ୟୁଜିୟମ ହେଉ । ଅନ୍ୟପଟେ ରାଜ୍ୟ ସରକାର ଏନଇ ଅନେକ ପଦକ୍ଷେପ ନେଇଥିବା କହିଛନ୍ତି ସ୍ଥାନୀୟ ବିଧାୟକ ତଥା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ।

(ରିପୋର୍ଟ-ସୌମ୍ୟରଞ୍ଜନ ସାହୁ, ଭୁବନେଶ୍ୱର)