Advertisment

ପରମ୍ପରା ବଂଚାଇ ରଖିବା ଲାଗି...ମାଟି ପାତ୍ରରେ ରୋଷେଇ କରି ଖାଉଛନ୍ତି ଦମ୍ପତି

ଖାଲି ଯୌଥ ପରିବାରର ନୁହେଁ ବରଂ ଶାଶୂ-ବୋହୂର ସଂପର୍କର ପ୍ୟାକ୍‌ ବି ରହିଛି । ଏଇ ଗିଫ୍ଟରେ ଫୁଲ ତୋଡା, ଶଙ୍ଖ, କଳସ ଆଦି ପୂଜା ସାମଗ୍ରୀ ରହିଛି । ଯଦି କାହାର ବାହାଘରରେ ଏମିତି ଗିଫ୍ଟ ଦେବେ ତେବେ ତାଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି ଆଶା ରଖିଛନ୍ତି ଏଇ ଦମ୍ପତି

ଅଦ୍ୟତନ ହୋଇଛି
Berhampur Couple Makes Gift Pack On Joint Family Theme

Berhampur

Advertisment

ଧାଡ଼ି ଧାଡି ରହିଛି ଭଳିକି ଭଳି ଗିପ୍ଟ। ଦେଖିଲା ବେଳକୁ ସାଙ୍ଗରେ ନେଇଯିବା ପାଇଁ ନିଶ୍ଚୟ ଇଚ୍ଛା ହେବ । ଏତେ ସୁନ୍ଦର ସୁନ୍ଦର ସାମଗ୍ରୀ ଆପଣ ପୂର୍ବରୁ ବି କେବେ ଦେଖିନଥିବେ । ହେଲେ ଏସବୁ ସାମଗ୍ରୀ ପ୍ଲାଷ୍ଟିକ୍‌ କି ଚାଇନିଜ ଖେଳନାର ନୁହେଁ ବରଂ ପ୍ରତି ଗିଫ୍ଟ ପଛରେ ରହିଛି ସାମାଜିକ ସଂସ୍କୃତି ଓ ପରମ୍ପରାରର ନିଚ୍ଛକ ଉଦାହରଣ । ତେବେ ଆସନ୍ତୁ ଜାଣିବା କେଉଁଠାରେ ଏମିତି ସୁନ୍ଦର ସୁନ୍ଦର ସାମଗ୍ରୀ ମିଳୁଛି ଏବଂ କିଏ ତିଆରି କରୁଛି?

Advertisment

ସଂସ୍କାର ପ୍ୟାକ୍‌। ଭିତରେ ଛୋଟିଆ ୨ମହଲା କୋଠାଟିଏ ରହିଛି । ପାଖରେ ପୁଣି କାର, ଦୁଇଟି କୁନି କୁନି ଛୁଆ ଖେଳୁଥିବାର କଣ୍ଢେଇ ରଖାଯାଇଛି । ଆଉ ଭିତରେ ରହିଛି ଏକ ସନ୍ଦେଶ । ଯୌଥ ପରିବାରର ଉପକାରିତା ଓ କିଭଳି ମିଳିମିଶି ଯୌଥ ପରିବାରରେ ରହିବା ତାହାକୁ ଏଠାରେ ସରଳ ଭାଷାରେ ବୁଝାଇବା ଲାଗି ଚେଷ୍ଟା କରାଯାଇଛି । ଆଜିକା ସମୟରେ ଯୌଥ ପରିବାର ହଜି ଯାଉଥିବା ବେଳେ ଏକାଠି ରହିଲେ କେମିତି ଲାଭ ମିଳେ ସେନେଇ କିଛି ଏମିତି ଗିପ୍ଟ ତିଆରି କରିଛନ୍ତି ବ୍ରହ୍ମପୁରର ଦମ୍ପତି ପ୍ରଫେସର ଡା.ଦେବାଶିଷ ପଣ୍ଡା ଓ ପତ୍ନୀ ସରିତା। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି ।

ଅଧିକ ପଢ଼ନ୍ତୁ: ପରମ୍ପରା ବଞ୍ଚାଇବା ପାଇଁ ନିଆରା ପ୍ରୟାସ; ମାଟିର ପାତ୍ରରେ ଆୟୋଜନ ହେଲା ଭୋଜିଭାତ

Advertisment

ଖାଲି ଯୌଥ ପରିବାରର ନୁହେଁ ବରଂ ଶାଶୂ-ବୋହୂର ସଂପର୍କର ପ୍ୟାକ୍‌ ବି ରହିଛି । ଏଇ ଗିଫ୍ଟରେ ଫୁଲ ତୋଡା, ଶଙ୍ଖ, କଳସ ଆଦି ପୂଜା ସାମଗ୍ରୀ ରହିଛି । ଯଦି କାହାର ବାହାଘରେ ଏମିତି ଗିଫ୍ଟ ଦେବେ ତେବେ ତାଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି ଆଶା ରଖିଛନ୍ତି ଏଇ ଦମ୍ପତି।

କେବଳ ଏହି ଦୁଇଟି ନୁହେଁ ରାଧେ-କୃଷ୍ଣ, ମହାଲକ୍ଷ୍ମୀ, ଶ୍ରୀ ଗଣେଶ ପ୍ୟାକ୍‌ ଭଳି ରହିଛି ବିଭିନ୍ନ ଗିଫଟ୍‌ ପ୍ୟାକ୍‌। ପ୍ରତିଟି ପ୍ୟାକ୍‌ରେ ରହିଛି ସ୍ୱତନ୍ତ୍ର ସନ୍ଦେଶ । ଯାହା ଆଜିକାଲିର ଆଧୁନିକ ପରିବାର, ପିଲାଙ୍କ ଉପରେ ପ୍ରଭାବ ପକାଇବା ପାଇଁ ବେଶ ସାହାଯ୍ୟ କରିବ । ଏମିତି ସନ୍ଦେଶଯୁକ୍ତ ସାମଗ୍ରୀ ତିଆରି କରିବାରେ ସରିତାଙ୍କୁ ତାଙ୍କ ସ୍ୱାମୀ ବେଶ୍ ସାହାଯ୍ୟ କରନ୍ତି। ଗିଫ୍ଟ ସରିବା ପରେ ନିଜେ ଅନେକଙ୍କୁ ଗିଫ୍ଟ ଦେବା ସହିତ ବଜାରରେ ବିକ୍ରି ବି କରନ୍ତି।

Advertisment

ଏହାସହିତ ରାନ୍ଧିବା ଓ ଖାଇବାରେ ସବୁ ମାଟି ପାତ୍ର ବ୍ୟବହାର କରି ବେଶ୍‌ ଚର୍ଚ୍ଚିତ ଅଛନ୍ତି ସରିତା ପଣ୍ଡା। ମାଟିରୁ କେମିତି ଆମେ ବିଭିନ୍ନ ସାମଗ୍ରୀ ତିଆରି କରିପାରିବା ସେନେଇ ଅନେକ ଆକର୍ଷିତ ସାମଗ୍ରୀ ତିଆରି କରୁଛନ୍ତି ଏଇ ଦମ୍ପତି। ଆଜିକା ଦିନରେ ମାଟି ସାମଗ୍ରୀର ଚାହିଦା କମିଯାଉଥିବା ବେଳେ ଏଇ ଦମ୍ପତିଙ୍କ ପ୍ରୟାସକୁ ସବୁଆଡେ କରାଯାଉଛି ପ୍ରଶଂସା...।

(ବ୍ରହ୍ମପୁରରୁ କ୍ୟାମେରାପର୍ସନ ଫିନୋଜଙ୍କ ସହ ଜଗନ୍ନାଥ ସାହୁ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ