Advertisment

ହୋଲିରେ ରଙ୍ଗ ଖେଳୁଛନ୍ତି କି ? ରୁହନ୍ତୁ, ସତର୍କ...ଟିକିଏ ଅସାବଧାନତା ଆଣିପାରେ ବିପଦ

ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ରଙ୍ଗ ବ୍ୟବହାର କରନ୍ତୁ। ରଙ୍ଗରେ ବେଳେବେଳେ କାଚ ଗୁଣ୍ଡ ବା ଆଜ୍‌ବେଷ୍ଟସ୍ ଗୁଣ୍ଡ ପରି ବିପଜ୍ଜନକ ଉପାଦାନ ମଧ୍ୟ ମିଶାଯାଇଥାଏ। ଏହା କିଡନୀ, ଲିଭର୍, ହାଡ, ଆଖିକୁ କ୍ଷତି ପହଞ୍ଚାଇବା ସହ ଆଜ୍‌ମା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ।

ଅଦ୍ୟତନ ହୋଇଛି
How to Celebrate Holi Safely

Be Careful During Holi Celebration

Advertisment

ଆଜି ରଙ୍ଗର ପର୍ବ ହୋଲି। ସବୁଠି ଉତ୍ସବମୁଖର ପରିବେଶ। ରଙ୍ଗର ପର୍ବରେ ରଙ୍ଗୀନ ହୋଇ ମଉଜ ମସ୍ତି କରୁଛନ୍ତି ଲୋକେ। ଭୋଜି ଭାତ ସହ ନାଚ ଗୀତର ଆସର ଜମୁଛିା ତେବେ ହୋଲିରେ ସତର୍କତାର ସହ ରଙ୍ଗ ଖେଳିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିସହ ହୋଲିରେ କ’ଣ କରିବେ ଏବଂ କ’ଣ କରିବେ ନାହିଁ, ସେନେଇ ପରାମର୍ଶ ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ପାଇଁ ୭ଟି ଟିପ୍ସ, କିପରି ଛଡେଇବେ ହୋଲି ରଙ୍ଗ

ଜାଣନ୍ତୁ, ହୋଲିରେ କ’ଣ କରିବେ ଏବଂ କ’ଣ କରିବେ ନାହିଁ...

  • ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ରଙ୍ଗ ବ୍ୟବହାର କରନ୍ତୁ। ରଙ୍ଗ ଖେଳିବା ପୂର୍ବରୁ ମଶ୍ଚରାଇଜର କିମ୍ବା ତେଲ ବ୍ୟବହାର କରନ୍ତୁ।
  • ଦେହ, ହାତ କୁଣ୍ଡାଇ ହେଲେ, ଆଖି ଲାଲ୍‌ ପଡ଼ିଲେ କିମ୍ବା ପୋଡ଼ିଲେ, ଦେହରେ ଆଲର୍ଜି ଭଳି ଫଳିଗଲେ, ଡାକ୍ତରଙ୍କ ପରାମର୍ଶ କରନ୍ତୁ। 
  • ଆଖି, ନାକ ଓ ପାଟିରେ ରଙ୍ଗ ଲଗାନ୍ତୁ ନାହିଁ। ବୃଦ୍ଧ, ଶିଶୁ ଓ ରୋଗୀଙ୍କୁ ରଙ୍ଗ ଲଗାନ୍ତୁ ନାହିଁ।
  • ଅଧିକ ଟାଣ ଖରାରେ ବୁଲି ରଙ୍ଗ ଖେଳନ୍ତୁ ନାହିଁ
  • ରଙ୍ଗ ଖେଳିବା ପରେ ନଦୀ ବା ପୋଖରୀରେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। 

ସାବଧାନତା...

ରଙ୍ଗରେ ବେଳେବେଳେ କାଚ ଗୁଣ୍ଡ ବା ଆଜ୍‌ବେଷ୍ଟସ୍ ଗୁଣ୍ଡ ପରି ବିପଜ୍ଜନକ ଉପାଦାନ ମଧ୍ୟ ମିଶାଯାଇଥାଏ। ଏହା କିଡନୀ, ଲିଭର୍, ହାଡ, ଆଖିକୁ କ୍ଷତି ପହଞ୍ଚାଇବା ସହ ଆଜ୍‌ମା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। କେତେକ ରଙ୍ଗରେ ରାସାୟନିକ ପଦାର୍ଥ ମିଶିଥାଏ। ଯଦିବା ଭୁଲରେ ଏହା ଆଖି, ନାକ, ପାଟି ଦେଇ ଶରୀରରେ ପ୍ରବେଶ କରେ, ତେବେ ଗୁରୁତର ସମସ୍ୟା ଉପୁଜିପାରେ। ଆସନ୍ତୁ ଜାଣିବା ହୋଲି ଖେଳିବା ସମୟରେ କେଉଁ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ।

Advertisment
  • ଯଦି ଆପଣ ଶୁଖିଲା ରଙ୍ଗ କିମ୍ବା ଅଭିରରେ କୌଣସି ଚିକ୍ ଚିକ୍ ଜିନିଷ ଦେଖନ୍ତି, ତେବେ ଏହା କାଚ ଗୁଣ୍ଡ ହୋଇପାରେ। ଏଥିରୁ ଦୂରେଇ ରୁହନ୍ତୁ।
  • ରଙ୍ଗ କିଣିବା ପୂର୍ବରୁ ଏହାକୁ ଶୁଙ୍ଗନ୍ତୁ। ଯଦି କୌଣସି ପ୍ରକାରର ରାସାୟନିକ ପଦାର୍ଥ କିମ୍ବା ଇଞ୍ଜିନ ତେଲର ଗନ୍ଧ ପାଇବେ, ତେବେ ଏହାକୁ କିଣନ୍ତୁ ନାହିଁ।
  • ଇକୋ ଫ୍ରେଣ୍ଡ୍‌ଲି ରଙ୍ଗ କିଣନ୍ତୁ। ହୋଲି ଖେଳିବା ସମୟରେ ଯଦି ରଙ୍ଗ ଆଖି କିମ୍ବା ପାଟିରେ ପଶେ ତେବେ ତୁରନ୍ତ ପରିଷ୍କାର ପାଣିରେ ଏହାକୁ ଧୋଇଦିଅନ୍ତୁ।
  • ଯଦି ଆପଣଙ୍କର ଆଜ୍‌ମା କିମ୍ବା କୌଣସି ପ୍ରକାରର ଚର୍ମ ଆଲର୍ଜି ଅଛି, ତେବେ ଅଧିକ ରଙ୍ଗ ଖେଳନ୍ତୁ ନାହିଁ।
  • ଯଦି ଆପଣ ଚଷମା କିମ୍ବା କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତି ତେବେ ଏହାକୁ ହଟେଇ ରଙ୍ଗ ଖେଳନ୍ତୁ।
  • ଗର୍ଭବତୀ ମହିଳାମାନଙ୍କ ପାଇଁ ଏହିସବୁ କ୍ଷତିକାରକ ରଙ୍ଗରୁ ଦୂରେଇ ରହିବା ଜରୁରୀ।
Holi Holi Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ