ଆଜି ମହାବାରୁଣି ସ୍ନାନ, ବୁଡ଼ ପକାଇବା ପାଇଁ ଦଶ୍ୱାଶମେଧ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣି ଯୋଗ ହୋଇଛି ।

Baruni Snan

ଆଜି ମହାବାରୁଣି ସ୍ନାନ । ଅନେକ ବର୍ଷ ପରେ ମହା ବାରୁଣି ଯୋଗ ପଡ଼ିଥିବାରୁ ଯାଜପୁର ବୈତରଣୀ ନଦୀ ଦଶ୍ୱାଶମେଧ ଘାଟରେ ବୁଡ଼ ଓ ପିଣ୍ଡ ପକାଇବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣି ଯୋଗ ହୋଇଛି ।

ଆଜି ସକାଳ ୬.୦୯ ଠାରୁ ୧୨.୫୭ ଯାଏ ବୁଡ଼ ଯୋଗ ରହିଛି । ଏହି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ସେମାନଙ୍କ ପିତୃପୁରୁଷଙ୍କ ମୋକ୍ଷ ଓ ସ୍ୱର୍ଗ ପ୍ରାପ୍ତି ଉଦ୍ଦେଶ୍ୟରେ ବୈତରଣୀ ନଦୀରେ ବୁଡ଼ ପକାଇବା ସହ ପିଣ୍ଡ ଦାନ କରୁଛନ୍ତି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।