Advertisment

ଆଜି ଶ୍ରୀମନ୍ଦିର ବାହୁଡ଼ିବେ ଶ୍ରୀଜିଉ; ଶରଧାବାଲିରେ ନାହିଁ ଭକ୍ତଙ୍କ ଭିଡ଼

ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର।  ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଅପେକ୍ଷାରତ ତିନି ରଥ।

ଅଦ୍ୟତନ ହୋଇଛି
ଆଜି ଶ୍ରୀମନ୍ଦିର ବାହୁଡ଼ିବେ ଶ୍ରୀଜିଉ; ଶରଧାବାଲିରେ ନାହିଁ ଭକ୍ତଙ୍କ ଭିଡ଼

bahuda yatra at puri

Advertisment

ପୁରୀ: ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର।  ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଅପେକ୍ଷାରତ ତିନି ରଥ। 
ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରା ପହଁରା ନୀତି ସମ୍ପନ୍ନ ହେବ॥ ଅପରାହ୍‌ଣ ୪ଟା ସୁଦ୍ଧା ରଥଟଣା ‌ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି ।
ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ମହାପ୍ରଭୁ ରତ୍ନବେଦୀକୁ ଫେରିବେ । ଏଥିଲାଗି ଗତ ସଂଧ୍ୟାରୁ ରୀତିନୀତି ଆରମ୍ଭ ହୋଇଛି । ବାହୁଡ଼ା ପହଣ୍ଡି ଲାଗି ଶ୍ରୀମୁଖ ଖଣ୍ଡୁଆ ସହ ବାହୁଟ କଣ୍ଟ, ଚାର ବନ୍ଧା, କୁସୁମିଲାଗି ନୀତି କରାଯାଇଥିଲା । ଏହାସହ ତିନି ରଥରେ ଚାରମାଳ ବନ୍ଧା ହୋଇଛି ।

Advertisment

ହେଲେ ଶରଧାବାଲିରେ ନାହିଁ ଭକ୍ତଙ୍କ ଭିଡ। ଗୁଣ୍ଡିଚା ଯାତ୍ରା ଦିନ ରଥ କର୍ଡନ ଭିତରକୁ କେତେକ ଅଣ-ସେବାୟତଙ୍କ ପ୍ରବେଶ ବିବାଦ ପରେ ଭକ୍ତଶୂନ୍ୟ ବାହୁଡ଼ାଯାତ୍ରା ପାଇଁ ଉଭୟ ପୋଲିସ ଓ ପ୍ରଶାସନ କଳ-ବଳ-କୌଶଳ ଲଗାଇ ଦେଇଛି  । ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୋଲିସ୍ । 

ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ ପାଇଁ କଡାକଡି ବ୍ୟବସ୍ଥା ହେଉଛି  । ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍  । ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି । ତାସହ ବାହୁଡ଼ାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ ଓ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟର ମଧ୍ୟ ସମୀକ୍ଷା ହୋଇଛି 

Advertisment
Puri Ratha Yatra Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ