Advertisment

ବାଲିଯାତ୍ରା ପଡିଆରେ ତିଆରି ହେଉଛି ବିଶ୍ୱର ସବୁଠାରୁ ବଡ ବାଲୁକା କଳା!

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରାତିଦିନ ଏକ କରି ବିଶ୍ୱ ଦରବାରରେ କଟକର ବାଲିଯାତ୍ରାକୁ ଆଉ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ପରିଚୟ ଦେବା ପାଇଁ ଲାଗିପଡିଛନ୍ତି। ତାଙ୍କର ପ୍ରୟାସରେ ବିଶ୍ୱର ସବୁଠୁ ବଡ ବାଲୁକା କଳାରେ ଝଲସିବ କଟକ।

ଅଦ୍ୟତନ ହୋଇଛି
Odisha Art And Culture

Attempt for the World's Biggest Sand Art By Padmashree Sudarsana Pattnaik

Advertisment

ରାତି ପାହିଲେ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା। ଏନେଇ ପ୍ରସ୍ତୁତ ହେଇସାରିଲାଣି ମହାନଦୀ ପଠା ବାଲିଯାତ୍ରା ପଡିଆ। ରାଜ୍ୟ ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଆସି ଆସର ଜମେଇଲେଣି। ଏଠି ଖାଲି ବାଣିଜ୍ୟ ହୁଏନି, ରଙ୍ଗ ବେରଙ୍ଗର କଳା ଓ ନାଚ ଗୀତର ମାହୋଲ ବି ଜମେ। 
ପ୍ରତ୍ୟେକ ଓଡିଆ ଚାହାନ୍ତି ନିଜର ଏହି ପରମ୍ପରା ସବୁଦିନ ପାଇଁ ତିଷ୍ଠି ରହୁ ଆଉ ସାରା ବିଶ୍ୱକୁ ଜଣେଇଦେଉ ଯେ ଓଡିଶାର ନୌବାଣିଜ୍ୟ ବହୁ ପ୍ରାଚୀନ।

Advertisment

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏନେଇ ରାତିଦିନ ଏକ କରିଦେଇଛନ୍ତି । ବିଶ୍ୱ ଦରବାରରେ କଟକର ବାଲିଯାତ୍ରା ଆଉ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ପରିଚୟ ଦେବା ପାଇଁ ଲାଗିପଡିଛନ୍ତି। ତାଙ୍କର ପ୍ରୟାସରେ ବାଲିଯାତ୍ରା ପଡିଆରେ ବିଶ୍ୱର ସବୁଠୁ ବଡ ବାଲୁକା କଳାରେ ଝଲସିବ କଟକ।

ବାଲିଯାତ୍ରା ପଡିଆରେ ସେ ବାଲିରେ ତିଆରି କରୁଛନ୍ତି ସବୁଠାରୁ ବଡ ବୋଇତ। ଏଥିରେ ବ୍ୟବହୃତ ହେଉଛି ୨୫,୦୦୦ରୁ ଅଧିକ ମାଟିଦୀପ। ସୁଦର୍ଶନ ପଟ୍ଟନାୟକ  ତାଙ୍କ ଟିମ୍‌କୁ ଧରି ଏହି କାମରେ ଲାଗି ପଡିଛନ୍ତି। ତାଙ୍କର ୨୯ ଜଣ ଛାତ୍ରଛାତ୍ରୀ ତାଙ୍କୁ ଏହି କାମରେ ସାହାଯ୍ୟ କରୁଛନ୍ତି। ଏହି ବୋଇତକୁ ଖୁବ ସୁନ୍ଦର ଆଉ ଆକର୍ଷଣୀୟ କରିବା ତାଙ୍କର ଲକ୍ଷ୍ୟ।

Advertisment

Attempt for the World's Biggest Sand Art By Padmashree Sudarsana Pattnaikବାଲିଯାତ୍ରା ପଡିଆରେ ତିଆରି ହେଉଛି ବିଶ୍ୱର ସବୁଠୁ ବଡ ବାଲୁକା କଳା

ଏହି କଳା ମନେପକେଇ ଦେବ ଓଡିଶାର ପ୍ରାଚୀନ ନୌବଣିଜ୍ୟର ଐତିହ୍ୟ। ଏହି ବାଲି ବୋଇତର ଲମ୍ବ ୬୮ ଫୁଟ ହୋଇଥିବା ବେଳେ ଓସାର ରହିଛି ୪୨ ଫୁଟ। ଏହା ବିଶ୍ୱର ସବୁଠାରୁ ବଡ ବାଲୁକା କଳା ହେବା ସହ ଲିମ୍‌କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାଁ ରହିବ ବୋଲି ଆଶା କରିଛନ୍ତି ସୁଦର୍ଶନ ପଟ୍ଟନାୟକ।

Attempt for the World's Biggest Sand Art By Padmashree Sudarsana Pattnaikବାଲିଯାତ୍ରା ପଡିଆରେ ଟିମ୍ ଧରି ସୁଦର୍ଶନ ପଟ୍ଟନାୟକ ବାଲିରେ ତିଆରି କରୁଛନ୍ତି ସବୁଠାରୁ ବଡ ବୋଇତ।
Advertisment
Odisha Art And Culture Sand Art Sand Artist Sudarsan Pattnaik Bali Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ