Advertisment

Mahakumbh 2025: ମହାକୁମ୍ଭ ମେଳାରେ ତୀର୍ଥଯାତ୍ରୀଙ୍କ ପାଇଁ AI ସ୍ମାର୍ଟ ପାର୍କିଂ ବ୍ୟବସ୍ଥା, ବିନା ଝିନଝଟରେ ରହୁଛି ଗାଡ଼ି

ଅଟୋ-ଟେକ୍ ସୁପର ଆପ୍ ପାର୍କ+ ( Park+), ମେଗା ଇଭେଣ୍ଟ ସମୟରେ ଭକ୍ତମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥାକୁ ସହଜ କରିବା ପାଇଁ ପ୍ରୟାଗରାଜରେ ପ୍ରଥମ ସ୍ମାର୍ଟ ପାର୍କିଂ ପରିଚାଳନା ପ୍ରଣାଳୀ ପ୍ରଚଳନ କରାଯାଇଛି।

୫ ଲକ୍ଷ ଗାଡ଼ି, AI ପାର୍କିଂ ସିଷ୍ଟମ୍‌

୫ ଲକ୍ଷ ଗାଡ଼ି, AI ପାର୍କିଂ ସିଷ୍ଟମ୍‌

Advertisment

ପବିତ୍ର ଗଙ୍ଗା ନଦୀରେ ଶ୍ରଦ୍ଧାଳୁଙ୍କ ବୁଡ଼ ସହ ଆରମ୍ଭ ହେଲା ମହାକୁମ୍ଭ ୨୦୨୫ । ଏହି ମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗଦେବା ଫଳରେ ଯାନବାହାନ ପାର୍କିଂ ପାଇଁ ତୀର୍ଥଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ପାଇଁ ପ୍ରୟାଗରାଜରେ ଏଆଇ ସ୍ମାର୍ଟ ପାର୍କିଂ( AI Smart Parking ) ବ୍ୟବସ୍ଥା କରାଯାଇଛି ।

Advertisment

ଅଟୋ-ଟେକ୍ ସୁପର ଆପ୍ ପାର୍କ+ ( Park+), ମେଗା ଇଭେଣ୍ଟ ସମୟରେ ଭକ୍ତମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥାକୁ ସହଜ କରିବା ପାଇଁ ପ୍ରୟାଗରାଜରେ ପ୍ରଥମ ସ୍ମାର୍ଟ ପାର୍କିଂ ପରିଚାଳନା ପ୍ରଣାଳୀ ପ୍ରଚଳନ କରାଯାଇଛି। ତେବେ ପାର୍କ+ ଆପର ପ୍ରଚଳିତ ସିଷ୍ଟମ୍‌ ଦ୍ୱାରା ଏହି ମେଳାକୁ କାରରେ ଆସୁଥିବା ଶ୍ରଦ୍ଧାଳୁମାନେ ନଗଦ ଟଙ୍କା ବଦଳରେ ଫାସଟ୍ୟାଗ୍‌ ଦ୍ୱାରା ପେମେଣ୍ଟ କରିବାକୁ ମଧ୍ୟ ସକ୍ଷମ ହୋଇପାରିବେ । ପାର୍କ+ ତୀର୍ଥ ଯାତ୍ରୀଙ୍କୁ ସୁଗମ ପାର୍କିଂ ଅଭିଜ୍ଞତା ପ୍ରଦାନ କରିବା ପାଇଁ ମହାକୁମ୍ଭ ମେଳା ୨୦୨୫ ସହ ସହଭାଗୀ ହୋଇଛି ।

ଅଧିକ ପଢ଼ନ୍ତୁ: ମହାକୁମ୍ଭରୁ ଟଙ୍କା ରୋଜଗାର କରୁଥିଲେ ଇଂରେଜ ସରକାର, ବୁଡ଼ ପକାଇଲେ କି ଦାଢ଼ି-ଚୁଟି କାଟିଲେ ନେଉଥିଲେ ଟ୍ୟାକ୍ସ

Advertisment

ଏହି ଆପ ମାଧ୍ୟମରେ ତୀର୍ଥଯାତ୍ରୀମାନେ ସରକାରଙ୍କ ଦ୍ୱାରା ଅନୁମୋଦିତ କରାଯାଇଥିବା ପାର୍କିଂ ସ୍ଥାନ ଖୋଜିବା ସହ ନିଜ ମୋବାଇଲ ମାଧ୍ୟମରେ ଅତି ସହଜରେ ସ୍ୱଳ୍ପ ସମୟ ମଧ୍ୟରେ ବୁକ୍ କରିବା ଏବଂ ପ୍ରିପେମେଣ୍ଟ ଭଳି ସୁବିଧାର ଲାଭ ଉଠାଇ ପାରିବେ । ଅନ୍ୟପଟେ ଭାରତ ଡିଜିଟାଲ ଦୁନିଆରେ ପ୍ରଭାବ ବିସ୍ତାର କରୁଥିବା ବେଳେ ଏହି ଏଆଇ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ପ୍ରଚଳନକୁ ବେଶ ପ୍ରଶଂସା କରିଛନ୍ତି ଶ୍ରଦ୍ଧାଳୁ ।

ଉତ୍ତର ପ୍ରଦେଶ ସରକାର ଏଥିରେ ୩୦ଟି ପାର୍କିଙ୍ଗ ସ୍ଥାନକୁ ଅନୁମୋଦନ କରିଥିବା ବେଳେ ଏହି ସ୍ଥାନ ଗୁଡିକରେ ୫ ଲକ୍ଷ ପର୍ଯ୍ୟନ୍ତ ଯାନବାହାନ ପାର୍କିଂ କରାଯାଇପାରିବ ବୋଲି ସୂଚନା ମିଳିଛି । ତେବେ ସ୍ମାର୍ଟ ପାର୍କିଂ ଟ୍ରାଫିକ୍ ପ୍ରବାହକୁ ଅପ୍ଟିମାଇଜ୍ କରିବା ପାଇଁ AI ଭଳି ଆଡଭାନ୍ସ ଟେକ୍ନଲୋଜିର ବ୍ୟବହାର କରାଯାଇଛି। ଏହା ମାଧ୍ୟମରେ ସହଜ ପାର୍କିଂ ସହ ୨୪ x ୭ ସୁରକ୍ଷା ,ଇଲେକ୍ଟ୍ରିକ୍ ଯାନବାହାନ ଚାର୍ଜିଂ ଷ୍ଟେସନ୍, ଡାକ୍ତରୀ ସହାୟତା, ଖାଦ୍ୟ ଏବଂ ପାନୀୟ ସୁବିଧା, ୱାଶରୁମ୍ ଏବଂ ଯାନବାହାନ ରକ୍ଷଣାବେକ୍ଷଣ ଷ୍ଟଲ୍ ଭଳି ଅତ୍ୟାବଶ୍ୟକୀୟ ସୁବିଧା ପାଉଛନ୍ତି ତୀର୍ଥଯାତ୍ରୀ ।

Advertisment

ଏହି ଆପର ପ୍ରତିଷ୍ଠାତା ଏବଂ ସିଇଓ ଅମିତ ଲାଖୋଟିଆ ଏହି ୪୫ ଦିନିଆ ମେଳାରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଯାନବାହାନ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା କରିବା ପାଇଁ କୁମ୍ଭମେଳା କର୍ତ୍ତୃପକ୍ଷଙ୍କ ସହିତ କାମ କରିବାକୁ ଉତ୍ସାହିତ ଥିବା ନେଇ ପ୍ରକାଶ କରିଛନ୍ତି । ତେବେ ଇଣ୍ଡିଆନ୍ ଅଏଲ୍‌ର ସହଯୋଗରେ ପାର୍କ+ ତୀର୍ଥଯାତ୍ରୀମାନଙ୍କୁ ରିହାତି ଦରରେ ଇନ୍ଧନ ପ୍ରଦାନ କରିବ ଯାହା ଦ୍ୱାରା ତୀର୍ଥଯାତ୍ରୀଙ୍କର ଇନ୍ଧନ ଖର୍ଚ୍ଚ କିଛି ପରିମାଣରେ କମି ପାରିବ । ପ୍ରଥମ ଥର ପାଇଁ ଏଭଳି ପାର୍କିଂ ବ୍ୟବସ୍ଥା କରାଯାଇଛି କୁମ୍ଭ ମେଳାରେ।

ଅଧିକ ପଢ଼ନ୍ତୁ: ମକର ପାଇଁ ଉତ୍ସବମୁଖର ଉତ୍ତର ଓଡ଼ିଶା; ମେଲିଛି ମିଠା ପସରା, ଘର ମୁହାଁ ପ୍ରବାସୀ

Prayagraj Maha Kumbh Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ