/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670260097.jpg)
Item In Puri
ବ୍ୟଞ୍ଜନ ଦ୍ୱାଦଶୀରେ ମହକିଲା ଶ୍ରୀକ୍ଷେତ୍ର ପୁରୀର ଗୌରବିହାର ମଠ । ରାଧାକୃଷ୍ଣଙ୍କ ନିକଟରେ ଲାଗି ହେଲା ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ । ଆଜି ପବିତ୍ର ବ୍ୟଂଜନ ଦ୍ୱାଦଶୀ ଅବସରରେ ଚଳଚଂଚଳ ହୋଇ ଉଠିଥିଲା ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ମାତା ମଠ । ପରମ୍ପରା ଅନୁସାରେ ଆଜି ଏଠାରେ ୮୨୧ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଭୋଗ ଲଗାଯାଇଛି ।
ଏସବୁ ମଧ୍ୟରେ ରହିଥିଲା ସାଧା, ମିଠା କାନିକା, ଖେଚେଡ଼ି ଓ ଘିଅ ଅନ୍ନ ପରି ୨୧ ପ୍ରକାର ଅନ୍ନ ବ୍ୟଞ୍ଜନ । ୧୮ ପ୍ରକାର ଖିରି । ୧୨୬ ପ୍ରକାର ତରକାରି । ୧୬୧ ପ୍ରକାର ଚଟଣି । ୫୦ ପ୍ରକାରର ସାଗ-ମୁଗ । ୧୦୮ ପ୍ରକାରର ଭଜା । ବିଭିନ୍ନ ପ୍ରକାରର ବଡ଼ି ଓ ପାମ୍ପଡ ଇତ୍ୟାଦି । ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ ତିଥିରେ ଦ୍ୱାପର ଯୁଗରେ ମା ଯଶୋଦା ସ୍ନେହ, ଶ୍ରଦ୍ଧାର ସହ ଏହି ଦିନରେ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଖୁଆଇଥିବା ବିଶ୍ୱାସ ରହିଛି । ବୈଷ୍ଣବ ଗୌଡ଼ୀୟମାନେ ଏହି ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି ବ୍ୟଞ୍ଜନ । ଦ୍ୱାଦଶୀରେ ରାଧା, କୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)