Advertisment

Valentine's Day: ଭାରତରେ ଅଛି ଏମିତି ୬ ଜାଗା ଯାହା ଆପଣଙ୍କ ଦିନକୁ କରିଦେବ ପ୍ରେମମୟ

ଭାଲେଣ୍ଟାଇନ୍ସ ଡେ’ ସବୁ ପ୍ରେମୀଯୁଗଳଙ୍କ ପାଇଁ ଏକ ବିଶେଷ ଦିନ। ସମସ୍ତେ ଏହାକୁ ନିଜ ନିଜ ଢଙ୍ଗରେ ସ୍ମରଣୀୟ କରିବାକୁ ଚାହାନ୍ତି। ଭାରତ ହେଉଛି ବିବିଧତାର ଦେଶ, ଏବଂ ଏଠି ପ୍ରେମୀମାନଙ୍କ ପାଇଁ ସେମାନଙ୍କର ବିଶେଷ ଦିନ ବିତାଇବା ପାଇଁ ଅନେକ ସହର ରହିଛି। ଆସନ୍ତୁ ଏହି ୬ଟି ସହର ଉପରେ ନଜର ପକେଇବା।

ଅଦ୍ୟତନ ହୋଇଛି
Valentine Week 2023: Top Most Romantic Places In India

6 most romantic cities in India to celebrate love

Advertisment

ଫେବୃଆରୀ ମାସ ପ୍ରେମୀମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଯାଏ। ଫେବୃଆରୀ ୭ରୁ ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭ ହୋଇଛି। ଏହି ସପ୍ତାହରେ ଯୋଡିମାନେ ପରସ୍ପରକୁ ପ୍ରେମ ବ୍ୟକ୍ତ କରନ୍ତି ଏବଂ ପରସ୍ପରକୁ ଉପହାର ଦେଇ ସେମାନଙ୍କର ମୂହୁର୍ତ୍ତଗୁଡ଼ିକୁ ସ୍ମରଣୀୟ ମଧ୍ୟ କରନ୍ତି।

Advertisment

ଅନେକ ପ୍ରେମୀଯୁଗଳ ମଧ୍ୟ ସବୁଠାରୁ ଭଲ ଜାଗା ବୁଲିବାକୁ ମଧ୍ୟ ଯୋଜନା କରନ୍ତି, ଯେଉଁଠାରେ ସେମାନେ ନିଜ ସାଥୀଙ୍କ ସହିତ ରୋମାଣ୍ଟିକ ମୁହୂର୍ତ୍ତଗୁଡିକୁ ଉପଭୋଗ କରିପାରିବେ ଏବଂ ପ୍ରେମ ପ୍ରକାଶ କରିପାରିବେ। ଯଦି ଆପଣ ମଧ୍ୟ ଆପଣଙ୍କର ଭାଲେଣ୍ଟାଇନ୍‌ ଦିବସକୁ ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି ଏବଂ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରି ଆପଣଙ୍କ ସାଥୀଙ୍କୁ ଖୁସି କରିବାକୁ ଚାହୁଁଛନ୍ତି, ତେବେ ଆପଣ ଭାରତର ଏହିସବୁ ସୁନ୍ଦର ସ୍ଥାନଗୁଡିକ ପରିଦର୍ଶନ କରିପାରିବେ।

ଉଦୟପୁର:

ପ୍ରେମୀଯୋଡିମାନଙ୍କ ପାଇଁ ଉଦୟପୁର ଏକ ଉପଯୁକ୍ତ ଗନ୍ତବ୍ୟସ୍ଥଳ। ଏହାକୁ ‘ସିଟି ଅଫ୍ ଲେକ୍’ ମଧ୍ୟ କୁହାଯାଏ। ଏହି ସହରର ଚାରିପାଖକୁ ଆରାବଳି ପାହାଡ ଘେରି ରହିଛି। ପ୍ରେମ ପ୍ରକାଶ କରିବାକୁ ଏହା ହେଉଛି ଉପଯୁକ୍ତ ସ୍ଥାନ। ଉଦୟପୁରକୁ ପୂର୍ବର ଭେନିସ୍ ବୋଲି ମଧ୍ୟ କୁହାଯାଏ। ଅନେକ ଯୋଡି ପ୍ରତିବର୍ଷ ଏଠାକୁ ଆସନ୍ତି ଏବଂ ସେମାନଙ୍କର ମୁହୂର୍ତ୍ତକୁ ରୋମାଣ୍ଟିକ୍ କରନ୍ତି। କେବଳ ଏତିକି ନୁହେଁ, ବଲିଉଡ୍‌ର ସେଲିବ୍ରେଟିମାନେ ମଧ୍ୟ ଏଠାକୁ ଆସିବାକୁ ପସନ୍ଦ କରନ୍ତି। ଏଠାରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଆପଣ ନିଜ ସାଥୀଙ୍କ ସହିତ ଯାଇ ଆପଣଙ୍କର ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ସ୍ମରଣୀୟ କରିପାରିବେ। ଏଥିପାଇଁ ସୂର୍ଯ୍ୟାସ୍ତ ସମୟ ଅଧିକ ଉପଯୁକ୍ତ ହୋଇଥାଏ।

Advertisment

ଶିମଲା:

ଭାଲେଣ୍ଟାଇନ୍ସ ଡେ’ ରେ ଆପଣ ନିଜ ସାଥୀଙ୍କ ସହିତ ଶିମଲା ଯାତ୍ରା ପାଇଁ ଯାଇପାରିବେ। ଏହାର ଚାରିପାଖରେ ହିମାଳୟ ପାହାଡ ଘେରି ରହିଥିବାରୁ ଏହା ଅତ୍ୟନ୍ତ ମନୋରମ ହୋଇଥାଏ। ଏହା ଖୁବ ରୋମାଣ୍ଟିକ୍ ଜାଗା। ଅଧିକାଂଶ ଯୋଡି ଏଠାକୁ ବୁଲିବାକୁ ଆସନ୍ତି। ଭାଲେଣ୍ଟାଇନ୍ ସପ୍ତାହ ପାଳନ କରିବାକୁ ଏହି ସ୍ଥାନ ସବୁଠାରୁ ସୁନ୍ଦର ସ୍ଥାନ ଭାବରେ ବିବେଚନା କରାଯାଇଛି। ଫେବୃଆରୀ ମାସରେ ବହୁ ସଂଖ୍ୟକ ଲୋକ ଏଠାକୁ ଆସନ୍ତି। ଆପଣ ମଧ୍ୟ ଏଠାକୁ ଯିବାକୁ ଯୋଜନା କରିପାରିବେ। ବହୁ କମ ଖର୍ଚ୍ଚରେ ଏହି ସ୍ଥାନ ବୁଲିହୋଇଯିବ।

ଗୋଆ:

ପ୍ରେମୀ ଯୁଗଳଙ୍କ ପାଇଁ ଗୋଆ ହେଉଛି ସର୍ବୋତ୍ତମ ଗନ୍ତବ୍ୟସ୍ଥଳ। ଏକ ଦମଦାର ସମୟ ଅତିବାହିତ କରିବାକୁ ଅଧିକାଂଶ ଲୋକ ଏଠାକୁ ଆସନ୍ତି। ଆହୁରି ମଧ୍ୟ ଭାଲେଣ୍ଟାଇନ୍ସ ଡେ’ରେ ଏଠାରେ ଅନେକ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳେ। ରୋମାଣ୍ଟିକ୍ ମୁହୂର୍ତ୍ତଗୁଡିକ ଉପଭୋଗ କରିବା ନେଇ ଏହି ସ୍ଥାନ ଅତ୍ୟନ୍ତ ଚମତ୍କାର। ଏଠାରେ ସମୁଦ୍ରର ଚମତ୍କାର ଦୃଶ୍ୟ ସାଙ୍ଗକୁ, ମନୋରମ ରାତ୍ରୀ ଓ ପର୍ତ୍ତୁଗୀଜ୍ ହେରିଟେଜ୍‌ର ମଜ୍ଜା ନେଇପାରିବେ।

Advertisment

ଜୈସଲମେର୍:

ଜୈସଲମେର୍ ‘ଲଭ୍ ପଏଣ୍ଟ’ ବା ‘ଗୋଲଡେନ୍ ସିଟି’ ଭାବରେ ଜଣାଶୁଣା। ଏହା ରାଜସ୍ଥାନରେ ଅବସ୍ଥିତ। ଜଣେ ନିଜ ସାଥୀକୁ ଏଠାରେ ତା’ ମନର ଭାବକୁ ଖୋଲାଖୋଲି ପ୍ରକାଶ କରିପାରିବ। ଏହି ସ୍ଥାନ ରୋମାଣ୍ଟିକ ମୁହୂର୍ତ୍ତଗୁଡିକୁ ସ୍ମରଣୀୟ କରିଦେବ। ଏହି ସ୍ଥାନ ପ୍ରେମୀମାନଙ୍କ ପାଇଁ ଖୁବ ପ୍ରସିଦ୍ଧ। ଅଧିକାଂଶ ଯୋଡି ଏଠାକୁ ଆସନ୍ତି। ଭାଲେଣ୍ଟାଇନ୍ସ ଡେ’ରେ ଆପଣ ନିଜ ସାଥୀ ସହିତ ମଧ୍ୟ ଏଠାକୁ ଯାଇପାରିବେ।

ଜୟପୁର:

ଜୟପୁର ‘ଗୋଲାପୀ ସହର’ ଭାବରେ ଜଣାଶୁଣା। ରାଜସ୍ଥାନରେ ଅବସ୍ଥିତ ଏହା ଏକ ଚମତ୍କାର ସହର। ଏହି ସହର ଏହାର ଐତିହାସିକ ସ୍ମାରକୀ, ଚମତ୍କାର ପ୍ରାସାଦ ଏବଂ ରଙ୍ଗୀନ ବଜାର ପାଇଁ ପ୍ରସିଦ୍ଧ। ପ୍ରେମୀମାନେ ହାତୀ ଉପରେ ବସି ଏକ ରୋମାଣ୍ଟିକ ଯାତ୍ରା କରି ଅମ୍ବର ଦୁର୍ଗକୁ ଯାଇ ହୱା ମହଲ ପରିଦର୍ଶନ କରିପାରିବେ ଏବଂ ଜୟପୁରର ଜୀବନ୍ତ ବଜାରର ମଜ୍ଜା ନେଇପାରିବେ।

ଅଧିକ ପଢ଼ନ୍ତୁ: ଗୋଲାପୀ ରଙ୍ଗର ପଥରରେ ତିଆରି ହୋଇଛି ଗୋଲାପୀ ସହର, ଅନ୍ୟ ଏକ ସପ୍ତାଶ୍ଚର୍ଯ୍ୟ

ଆଗ୍ରା:

ଆଗ୍ରାର ତାଜମହଲ ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ପ୍ରେମ ପାଇଁ ପ୍ରସିଦ୍ଧ। ଏହା ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ। ଏହି ତାଜମହଲ ହେଉଛି ପ୍ରେମର ପ୍ରତୀକ। ଆପଣ ମଧ୍ୟ ନିଜ ସାଥୀଙ୍କ ସହିତ ଏଠାକୁ ଯାଇ ଆପଣଙ୍କର ପ୍ରେମ ବ୍ୟକ୍ତ କରିପାରିବେ। ଏଠାରେ ଆପଣ ନିଜ ସାଥୀଙ୍କ ସହିତ ଯିବାକୁ ଏକ ସର୍‌ପ୍ରାଇଜ୍ ଛୁଟି ଯୋଜନା କରିପାରିବେ।

Valentines Week
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ