Advertisment

Shaheed Diwas: ୩୦ ଜାନୁୟାରୀର ୬ଟି ବଡ଼ ଐତିହାସିକ ଘଟଣା

ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକା କାହାକୁ ବା ଅଜଣା। ତାଙ୍କ ବିନା ସ୍ୱାଧୀନତାର କଳ୍ପନା କରିବା ତ ଅସମ୍ଭବ। ସତ୍ୟ ଏବଂ ଅହିଂସା ପଥ ଅନୁସରଣ କରି ସେ ବ୍ରିଟିଶରମାନଙ୍କୁ ଭାରତ ଛାଡିବାକୁ ବାଧ୍ୟ କରିଥିଲେ।

ଅଦ୍ୟତନ ହୋଇଛି
Martyrs Day (Shaheed Diwas) 2024

30 january history why shaheed diwas celebrated

Advertisment

ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକା କାହାକୁ ବା ଅଜଣା। ତାଙ୍କ ବିନା ସ୍ୱାଧୀନତାର କଳ୍ପନା କରିବା ତ ଅସମ୍ଭବ। ସତ୍ୟ ଏବଂ ଅହିଂସା ପଥ ଅନୁସରଣ କରି ସେ ବ୍ରିଟିଶରମାନଙ୍କୁ ଭାରତ ଛାଡିବାକୁ ବାଧ୍ୟ କରିଥିଲେ।

Advertisment

ତାଙ୍କର ଦେଶ ପ୍ରତି ଭଲ ପାଇବା ନେଇ କେହି କେହି ତାଙ୍କୁ ବାପୁ ତ ଆଉ କେହି ତାଙ୍କୁ ଜାତିର ପିତା ବୋଲି କୁହନ୍ତି। ଏହି ଉଭୟ ଶବ୍ଦରୁ ସେ ପ୍ରତ୍ୟେକ ଭାରତୀୟଙ୍କ ପିତା ଭାବରେ ଦେଖାଯାଆନ୍ତି, ଯିଏ ସତ୍‌ ପଥ ଅନୁସରଣ କରି ସ୍ୱାଧୀନତା ପାଇଁ ଲଢିଥିଲେ ଏବଂ ଏହି ଯୁଦ୍ଧରେ ଭାରତୀୟମାନଙ୍କୁ ମଧ୍ୟ ମାର୍ଗଦର୍ଶନ କରିଥିଲେ।

ଅଧିକ ପଢ଼ନ୍ତୁ: ମହାତ୍ମା ଗାନ୍ଧିଙ୍କ ପୁଣ୍ୟତିଥି: ଦେଶ ପ୍ରତି ଅବଦାନ ପାଇଁ ନତ ମସ୍ତକ ପୂରା ଦେଶ

Advertisment

ସ୍ୱାଧୀନତାର କିଛି ମାସ ପରେ ୩୦ ଜାନୁଆରୀ ୧୯୪୮ ରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ସନ୍ଧ୍ୟାରେ ବିର୍ଲା ହାଉସ୍‌ର ଗାନ୍ଧୀ ମେମୋରିଆଲରେ ପ୍ରାର୍ଥନା ବେଳେ ନାଥୁରାମ ଗଡ୍‌ସେ ଗାନ୍ଧିଜୀଙ୍କୁ ଗୁଳି କରିଥିଲେ। ୩୦ ଜାନୁଆରୀ ଗାନ୍ଧିଜୀଙ୍କ ମୃତ୍ୟୁ ବାର୍ଷିକୀ ଭାବରେ ଇତିହାସରେ ସବୁଦିନ ପାଇଁ ରେକର୍ଡ ହୋଇଗଲା।

ପ୍ରତିବର୍ଷ ୩୦ ଜାନୁଆରୀରେ ଗାନ୍ଧିଜୀଙ୍କ ମୃତ୍ୟୁ ବାର୍ଷିକୀ ସହିତ ଶହୀଦ ଦିବସ ମଧ୍ୟ ପାଳନ କରାଯାଏ। ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ଶହୀଦ ଦିବସ କାହିଁକି ପାଳନ କରାଯାଏ? ବାପୁଙ୍କ ମୃତ୍ୟୁ ବାର୍ଷିକୀ ବ୍ୟତୀତ ୩୦ ଜାନୁଆରୀ ଇତିହାସରେ ଏକ ବିଶେଷ ଦିନ କାହିଁକି? ଆସନ୍ତୁ ସେ ବିଷୟରେ ଜାଣିନେବା।

Advertisment

ଶହୀଦ ଦିବସ ପାଳନ:

ଯେଉଁ ଦିନ ମହାତ୍ମା ଗାନ୍ଧୀଙ୍କ ଦେହାନ୍ତ ହୋଇଥିଲା, ଦେଶବାସୀ ଏହାକୁ ଶହୀଦ ଦିବସ ଭାବରେ ପାଳନ କରିଥିଲେ। ବାପୁଙ୍କ ମୃତ୍ୟୁ ବାର୍ଷିକୀ ଅର୍ଥାତ୍ ୩୦ ଜାନୁଆରୀକୁ ଶହୀଦ ଦିବସ ଭାବେ ପାଳନ କରି ଦେଶ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରେ। ଏହି ଅବସରରେ ରାଜଧାନୀ ଦିଲ୍ଲୀର ରାଜଘାଟରେ ଥିବା ଗାନ୍ଧିଜୀଙ୍କ ସମାଧି ପାଖକୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଯାଆନ୍ତି।

ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ପାଇଁ ଗାନ୍ଧିଜୀଙ୍କ ସ୍ମରଣରେ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ଏହି ଅବସରରେ ଦେଶର ସଶସ୍ତ୍ର ବାହିନୀର ଶହୀଦମାନଙ୍କୁ ଅଭିବାଦନ ଜଣାଯାଏ ଏବଂ ବାପୁଙ୍କୁ ସ୍ମରଣ କରିବା ସହ ସହିଦମାନଙ୍କ ସ୍ମୃତିରେ ଦୁଇ ମିନିଟର ନିରବ ପ୍ରାର୍ଥନା ମଧ୍ୟ କରାଯାଏ।

ବର୍ଷକୁ ଦୁଇଥର କାହିଁକି?

ଭାରତରେ ଶହୀଦ ଦିବସ ବର୍ଷକୁ ଦୁଇଥର ପାଳନ କରାଯାଏ। ଗାନ୍ଧିଜୀଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ୩୦ ଜାନୁଆରୀରେ ଏବଂ ୨୩ ମାର୍ଚ୍ଚରେ। ଦୁଇଟି ଭିନ୍ନ ତାରିଖରେ ଶହୀଦ ଦିବସ ପାଳନ କରିବା ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି। ତେବେ ଏହି ଦୁଇଟି ଶହୀଦ ଦିବସ ମଧ୍ୟରେ ପାର୍ଥକ୍ୟ ରହିଛି।

୩୦ ଜାନୁଆରୀରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟାକୁ ନେଇ ପାଳନ କରାଯାଉଥିବା ବେଳେ ୨୩ ମାର୍ଚ୍ଚର ପଛରେ ଅନ୍ୟ କାରଣ ରହିଛି। ୨୩ ମାର୍ଚ୍ଚ ୧୯୩୧ରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କୁ ଫାଶୀ ଦିଆଯାଇଥିଲା। ତେଣୁ ୨୩ ମାର୍ଚ୍ଚରେ ଅମର ସହିଦ ଦିବସ ପାଳନ କରାଯାଏ। ଏହି ଦିନ ଏହି ତିନି ମହାନ ପୁରଷଙ୍କ ବଳିଦାନକୁ ସ୍ମରଣ କରାଯାଏ।

୩୦ ଜାନୁଆରୀର ଅନ୍ୟ ଇତିହାସ:

  • ୧୫୩୦: ମେୱାରର ରାଣା ସଂଗ୍ରାମ ସିଂହଙ୍କ ମୃତ୍ୟୁ
  • ୧୯୦୩: ଲର୍ଡ କର୍ଜନ୍ କଲିକତାର ଇମ୍ପେରିଆଲ୍ ଲାଇବ୍ରେରୀର ଉଦଘାଟନ କରିଥିଲେ, ସ୍ୱାଧୀନତା ପରେ ଏହାର ନାମ ଜାତୀୟ ଲାଇବ୍ରେରୀରେ ପରିବର୍ତ୍ତିତ ହେଲା
  • ୧୯୪୮: ମହାତ୍ମା ଗାନ୍ଧୀଙ୍କ ହତ୍ୟା
  • ୧୯୭୧: ଇଣ୍ଡିଆନ୍ ଏୟାରଲାଇନ୍ସର ଫୋକର୍ ଫ୍ରେଣ୍ଡ୍‌ସିପ୍ ବିମାନକୁ ଲାହୋରରୁ ଅପହରଣ କରି ଧ୍ୱଂସ କରାଯାଇଥିଲା
  • ୧୯୮୫: ଲୋକସଭାରେ ଦଳ ବଦଳ ବିରୋଧୀ ଆଇନ ପାରିତ ହୋଇଥିଲା
  • ୨୦୦୭: ଏକ ଆନ୍ତର୍ଜାତୀୟ ଚୁକ୍ତିରେ ଭାରତର ବିଶାଳ କମ୍ପାନୀ ଟାଟା ଏଙ୍ଗ୍ଲୋ ଡଚ୍ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ କୋରସ୍ ଗ୍ରୁପ୍‌କୁ ୧୨ ବିଲିୟନ ଡଲାରରୁ ଅଧିକ ମୂଲ୍ୟରେ କିଣିଥିଲା
Mahatma Gandhi Mahatma Gandhi Ahimsa Shaheed Diwas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ