Advertisment

Maha Kumbh 2025: ପ୍ରଥମ ସାହି ସ୍ନାନରେ ସାମିଲ ହେଲେ ସାଢେ ୩ କୋଟି ଶ୍ରଦ୍ଧାଳୁ

ମହାକୁମ୍ଭ ପାଇଁ ଉଠୁଛି ପଡ଼ୁଛି ଉତ୍ତରପ୍ରଦେଶର ପ୍ରୟାଗରାଜ। ଗଙ୍ଗା, ଯମୁନା ଓ ରହସ୍ୟମୟୀ ସରସ୍ବତୀର ମିଳନ ସ୍ଥଳରେ ଆଜି ବୁଡ଼ ପକାଇବାର ଦିବ୍ୟ ଅନୁଭବ ଲଭିଛନ୍ତି ସାଢ଼େ ୩ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ।

undefined

Maha kumbh

Advertisment

ସଂଗମନଗରୀରେ ମହାସମାଗମ। ମହାକୁମ୍ଭ 2025 ପାଇଁ ଉଠୁଛି ପଡ଼ୁଛି ଉତ୍ତରପ୍ରଦେଶପ୍ରୟାଗରାଜ। ଗଙ୍ଗା, ଯମୁନା ଓ ରହସ୍ୟମୟୀ ସରସ୍ବତୀର ମିଳନ ସ୍ଥଳରେ ଆଜି ବୁଡ଼ ପକାଇବାର ଦିବ୍ୟ ଅନୁଭବ ଲଭିଛନ୍ତି ସାଢ଼େ ୩ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। କାରଣ ଗତକାଲି ମହାକୁମ୍ଭ ଆରମ୍ଭ ହୋଇଥିଲେ ବି, ଆଜି ଥିଲା ପ୍ରଥମ ଶାହିସ୍ନାନ, ଯାହାକୁ ଅମୃତ ସ୍ନାନ ଭାବେ ଘୋଷଣା କରାଯାଇଛି ।

Advertisment

ମକର ସଂକ୍ରାନ୍ତିରେ ମହାକୁମ୍ଭର ମହାଲଗ୍ନ। ପ୍ରୟାଗରାଜରେ ପ୍ରଥମ ଶାହିସ୍ନାନ। ସୂର୍ଯ୍ୟୋଦୟ ପୂର୍ବରୁ ସଂଗମସ୍ଥଳରେ ଜନସମୁଦ୍ର। ଭୋର୍ ୫ଟା ୧୫ରୁ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଥିଲା ଆସ୍ଥାର ବୁଡ଼। ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ପାଇବାକୁ ନଶ୍ବରତାରୁ ମୋକ୍ଷଲାଭ କରିବାକୁ, ଅମୃତ ସ୍ନାନ କରିଥିଲେ ଅଗଣିତ ସାଧୁସନ୍ଥ।

ବ୍ରହ୍ମ ମୁହୂର୍ତ୍ତରେ ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ଏବଂ ତା ପରେ ନିରଞ୍ଜନୀ ଓ ଆନନ୍ଦ ଆଖଡ଼ା ସାଧୁମାନେ ବୁଡ଼ ପକାଇବା ପରେ, ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ମିଳିଥିଲା ମହାସ୍ନାନ ଅନୁମତି। ଆଚାର୍ଯ୍ୟଙ୍କ ମଧ୍ୟରେ ପ୍ରଥମେ ଅମୃତ ସ୍ନାନ କରିବାର ସୌଭାଗ୍ୟ ଲାଭ କରିଥିଲେ, ଜଗଦଗୁରୁ ସ୍ବାମୀ ରାମଭଦ୍ରାଚାର୍ଯ୍ୟ।

Advertisment

ଦିନ ଆଗକୁ ବଢ଼ିବା ସହ, ଲୋକେ ଲୋକାରଣ୍ୟ ହୋଇ ଉଠିଥିଲା ବିଶ୍ବର ଏହି ସର୍ବବୃହତ ଆଧ୍ୟାତ୍ମିକ ସମାଗମ। ସାଧୁସନ୍ଥଙ୍କ ପରେ ବୁଡ଼ ପକାଇବାକୁ ଆଗଭର ହୋଇଥିଲେ ଶ୍ରଦ୍ଧାଳୁ। ଆକାଶରୁ ସମସ୍ତଙ୍କ ଉପରେ ପୁଷ୍ପବୃଷ୍ଟି କରୁଥିଲା ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ନିୟୋଜିତ ସ୍ବତନ୍ତ୍ର ହେଲିକପ୍ଟର। ଘଣ୍ଟଘଣ୍ଟା, ଇଷ୍ଟଙ୍କ ଜୟଧ୍ବନି, ଆରାଧନା ଓ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଥିଲା ପ୍ରୟାଗତୀର୍ଥର ପରିସୀମା। ଦେଶର କୋଣ ଅନୁକୋଣରୁ କୋଟି କୋଟି ଶ୍ରଦ୍ଧାଳୁ ମହାକୁମ୍ଭର ମହାମିଳନରେ ସାମିଲ ହୋଇଥିବା ବେଳେ, ଓଡ଼ିଆ ଶ୍ରଦ୍ଧାଳୁଙ୍କ ହୁଳହୁଳି ବି ଶୁଣିବାକୁ ମିଳିଥିଲା ସଂଗମ ସ୍ଥଳରେ।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି

Advertisment

କିଏ ପାପରୁ ତ କିଏ ପୁନର୍ଜନ୍ମରୁ ମୁକ୍ତି ପାଇଁ। କିଏ ପୁଣ୍ୟ ଅର୍ଜିବାକୁ ତ କିଏ ମନସ୍କାମନା ପୂରଣ ପାଇଁ, ଆଉ କିଏ ବିଭୂକୃପା ସହ ଦିବ୍ୟ ଅନୁଭୁତି ପାଇବାକୁ ଛୁଟି ଆସିଛି ଦୂରଦୂରାନ୍ତରୁ। ତେବେ କେବଳ ସନାତନୀ ହିନ୍ଦୁ ନୁହଁନ୍ତି, ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ମହାକୁମ୍ଭର ମହା ଆଧ୍ୟାତ୍ମିକ ପରିବେଶ ଭିତରେ ଏକାକାର ହୋଇଯାଇଛନ୍ତି ଦେଶୀ-ବିଦେଶୀ ସାଧୁ ଓ ଶ୍ରଦ୍ଧାଳୁ।

ଆଜି ସୂର୍ଯ୍ୟ ଅସ୍ତ ହୋଇଥିଲେ ବି ସରିନି ସାହିସ୍ନାନ । ରାତି ୧୨ଟା ୩ରୁ ୧୨ଟା ୫୭ ଯାଏଁ ରହିଛି ନିଶିତା ମୁହୂର୍ତ୍ତ। ସେପଟେ ମହାକୁମ୍ଭରେ ଆଗକୁ ଆହୁରି ୨ ଦିନ ରହିଛି ଶାହି ସ୍ନାନର ମହାସୁଯୋଗ। ଜାନୁଆରୀ ୨୯ ମୌନୀ ଅମାବାସ୍ୟାରେ ଦ୍ବିତୀୟ ଶାହି ସ୍ନାନ ହେବାକୁ ଥିବା ବେଳେ, ବସନ୍ତ ପଞ୍ଚମୀରେ ହେବ ତୃତୀୟ ଶାହି ସ୍ନାନ। ଏଥିସହ ଫେବୃଆରୀ ୧୨ ମାଘୀ ପୂର୍ଣ୍ଣିମା ଓ ଫେବୃଆରୀ ୨୬ ମହାଶିବରାତ୍ରିରେ ବି ରହିଛି ମହାକୁମ୍ଭ ସ୍ନାନ ପାଇଁ ପବିତ୍ର ତିଥି।

ଅଧିକ ପଢ଼ନ୍ତୁ: ମହାକୁମ୍ଭକୁ କେଉଁଠୁ ଆସନ୍ତି ନାଗା ସାଧୁ ? ହଠାତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ?

Kumbh Mela Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ