Advertisment

୨୧ ବର୍ଷ ପରେ ବି ତାଜା ଅଛି ସଂସଦ ଭବନ ଆକ୍ରମଣର କ୍ଷତ : ପ୍ରାଣବଳୀ ଦେଇଥିଲେ ୯ ସୁଯୋଗ୍ୟ ସୂତ

Parliament Attack Anniversary: ୨୧ ବର୍ଷ ପୂର୍ବର ସେହି ଭୟଙ୍କର ଦିନ । ଯେବେ ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ ଆତଙ୍କୀ . . .

ଅଦ୍ୟତନ ହୋଇଛି
Parliament Attack 2001

Parliament attack

Advertisment

୨୦୦୧ ମସିହା ଡିସେମ୍ବର ୧୩ ଭାରତୀୟ ଗଣତନ୍ତ୍ର ଲାଗି ଏକ କଳାଦିନ । ୨୧ ବର୍ଷ ତଳେ ଆଜିର ଦିନରେ ଗଣତନ୍ତ୍ର ମନ୍ଦିର ଉପରେ ହୋଇଥିଲା ହମଲା । ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦ ସଂଗଠନର ୫ ଆତ୍ମଘାତୀ ଆତଙ୍କବାଦୀ ଏକ ଧଳା ଆମ୍ବାସଡର କାରରେ ସଂସଦ ଭବନକୁ ପ୍ରବେଶ କରିଥିଲେ । ଏହାରି ଭିତରେ ୨୧ ବର୍ଷ ବିତିଯାଇଥିଲେ ସୁଦ୍ଧା ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର(Parliament Attack ) ସ୍ମୃତି ଏବେ ବି ସତେଜ ରହିଛି । ଏହି ଆକ୍ରମଣରେ ଦିଲ୍ଲୀ ପୋଲିସର ପାଞ୍ଚ ଜଣ କର୍ମଚାରୀ, CRPF ର ଜଣେ ମହିଳା କନଷ୍ଟେବଳ ଏବଂ ସଂସଦର ଦୁଇ ଗାର୍ଡଙ୍କ ସମେତ ମୋଟ ୯ଜଣ ସହିଦ ହୋଇଥିଲେ । ଏହି ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ଦୁଇ ପଡୋଶୀ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ତିକ୍ତ କରିଦେଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ନିର୍ମାଣ ହେବ ନୂଆ ସଂସଦ ଭବନ

ଛଦ୍ମବେଶରେ ପ୍ରବେଶ କରି ଗୁଳି ଚଳାଇଥିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିଲେ । ଆକ୍ରମଣ ଦିନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିଲା । ତେଣୁ ଗଣମାଧ୍ୟମର ଅନେକ ଲୋକ ସଂସଦ ପରିସରରେ ଉପସ୍ଥିତ ଥିଲେ । ପୂରା ଆକ୍ରମଣର ଲାଇଭ୍‌ ସବୁ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ କରାଯାଇଥିଲା।ଲସ୍କର ଇ ତୋଇବା ଏବଂ ଜୈସ ଏ ମହମ୍ମଦ ଏହି ଆକ୍ରମଣ ମାଷ୍ଟର ମାଇଣ୍ଡ ଥିଲେ, ଯାହାକୁ ପରୋକ୍ଷ ଭାବେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ସମର୍ଥନ କରିଥିଲା ।

ସେହି ଭୟଙ୍କର ଦିନ . . .

ଡିସେମ୍ବର ୧୩, ୨୦୦୧ ଦିନ ପ୍ରାୟ ୧୧.୪୦ ସମୟରେ ପାଞ୍ଚ ଜଣ ଆତଙ୍କବାଦୀ ଜାଲ୍ ଗୃହ ମନ୍ତ୍ରଣାଳୟର ଷ୍ଟିକର୍ ଲଗାଇ ଏକ ଧଳା ଆମ୍ବାସଡର କାରରେ ସଂସଦ ଭବନକୁ ପ୍ରବେଶ କରିଥିଲେ । ସେଠାରେ ଉପରାଷ୍ଟ୍ରପତି କୃଷ୍ଣକାନ୍ତ ଶର୍ମାଙ୍କ ସୁରକ୍ଷା କର୍ମୀମାନେ କାରକେଡ ସହ ଉପରାଷ୍ଟ୍ରପତିଙ୍କ ପାଇଁ ଅପେକ୍ଷା କରିଥିଲେ । ଠିକ୍ ଏହି ସମୟରେ ଏକ ଧଳା ରଙ୍ଗର ଆମ୍ବାସଡର ଦ୍ରୁତ ଗତିରେ ଉପରାଷ୍ଟ୍ରପତିଙ୍କ କାରକେଡ ଆଡକୁ ମାଡ଼ି ଯାଇଥିଲା । 

Advertisment

ଏହା ଦେଖି ଉପରାଷ୍ଟ୍ରପତିଙ୍କୁ ଅପେକ୍ଷା କରିଥିବା ସୁରକ୍ଷା କର୍ମୀମାନେ ଏହି ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସୁରକ୍ଷା କର୍ମୀ କାର ପାଖକୁ ଆସୁଥିବା ଦେଖି ସନ୍ଦିଗ୍ଧ କାରକୁ ଦ୍ରୁତ ଗତିରେ ଗେଟ ନମ୍ବର ୮ ଆଡ଼କୁ ମୁହାଁଇଥିଲା ଓ ଉପରାଷ୍ଟ୍ରପତିଙ୍କ କାରକୁ ଧକ୍କା ଦେଇଥିଲେ । ଆଉ ତା’ପରେ ଅତର୍କିତ ଭାବରେ AK-47 ଏବଂ ଗ୍ରେନେଡ ସହିତ ସଶସ୍ତ୍ର ଆତଙ୍କବାଦୀମାନେ ତଳକୁ ଓହ୍ଲାଇ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ହଠାତ୍ ଆକ୍ରମଣ ପାଇଁ ଭବନରେ ଥିବା ଆଲାର୍ମ ବାଜିବାରୁ ସମସ୍ତ ବିଲଡିଂର ଫାଟକ ବନ୍ଦ ହୋଇଯାଇଥିଲା ।

ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ଏହି ଗୁଳି ବିନିମୟ । ହେଲେ ଶେଷରେ ସମସ୍ତ ଆତଙ୍କବାଦୀ ସଂସଦ ଭବନ ବାହାରେ ହିଁ ଟଳି ପଡ଼ିଥିଲେ। ଏହି ଆକ୍ରମଣରେ ଦିଲ୍ଲୀ ପୋଲିସର ପାଞ୍ଚଜଣ ସୁରକ୍ଷା କର୍ମୀ, CRPF ର ଜଣେ ଲେଡି କନଷ୍ଟେବଳ ଏବଂ ସଂସଦ ଗାର୍ଡ ଏବଂ ୱାର୍ଡ ବିଭାଗର ଦୁଇଜଣ ସୁରକ୍ଷା ସହାୟକ, ଜଣେ ମାଳି ଏବଂ ଫଟୋ ସାମ୍ବାଦିକ ପ୍ରାଣ ହରାଇଥିଲେ।

Advertisment

ଏହି ଆକ୍ରମଣରେ ଅତି କମରେ ଅନ୍ୟ ୧୫ ଜଣ ଆହତ ହୋଇଥିଲେ । ହେଲେ ସେହି ସମୟରେ ସଂସଦରେ ୧୦୦ରୁ ଅଧିକ ମନ୍ତ୍ରୀ ଓ ସାଂସଦ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କର କିଛି କ୍ଷତି ହୋଇନଥିଲା ।

ଆକ୍ରମଣକାରୀଙ୍କୁ କ’ଣ ଦଣ୍ଡ ମିଳିଲା ?

ଏହି ମାମଲାରେ ପୋଲିସ ଏକ ମାମାଲା ରୁଜୁ କରିଥିଲା । କିଛି ଦିନ ମଧ୍ୟରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହି ମାମଲାରେ ସଂପୃକ୍ତ ଥିବା ଚାରି ଜଣ ଆତଙ୍କୀଙ୍କୁ ଗିରଫ କରିଥିଲା । ଆତଙ୍କବାଦୀମାନେ ବ୍ୟବହାର କରିଥିବା କାର ଏବଂ ମୋବାଇଲ୍ ଫୋନ୍ ରେକର୍ଡ ଟ୍ରାକ କରି ଆତଙ୍କୀଙ୍କୁ ଗିରଫ କରାଯାଇଥିଲା ।

ଚାରିଜଣ ଅଭିଯୁକ୍ତ ଥିଲେ: ମହମ୍ମଦ ଅଫଜଲ ଗୁରୁ(ଜାମ୍ମୁ କାଶ୍ମୀରର ଲିବରେସନ୍ ଫ୍ରଣ୍ଟ (ଜେ.କେ.ଏଲ୍.ଏଫ୍)ର ଜଣେ ଆତଙ୍କବାଦୀ, ତାର ସମ୍ପର୍କୀୟ ଭାଇ ସୌକତ ହୁସେନ୍ ଗୁରୁ, ସୌକତଙ୍କ ପତ୍ନୀ ଫସାନ୍ ଗୁରୁ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଆରବୀ ଅଧ୍ୟାପକ ସାର ଗିଲାନି।

ଡିସେମ୍ବର ୨୯ରେ କୋର୍ଟ ଆଫସାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲା ବେଳେ ଗିଲାନି, ସୌକତ ଏବଂ ଅଫଜଲଙ୍କୁ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ । ୨୦୦୩ରେ ପ୍ରମାଣ ଅଭାବରୁ ଗିଲାନି ବି ନିର୍ଦ୍ଦୋଷରେ ଖଲାସ ହୋଇଥିଲା । ସୌକତଙ୍କୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ନୂତନ ସଂସଦ ଭବନରେ ଶୋଭା ପାଇବ ବ୍ରୋଞ୍ଜର ଅଶୋକ ସ୍ତମ୍ଭ

ଏହି ମାମଲାରେ ସୁପ୍ରିମକୋର୍ଟ ୨୦୦୫ ଅଗଷ୍ଟ ୪ ତାରିଖରେ ମୁଖ୍ୟ ଅଭିଯୁକ୍ତ ଅଫଜଲ୍ ଗୁରୁକୁ ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୧୩ ଫେବୃଆରୀ ୯ରେ ଅଫଜଲଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଦିଲ୍ଲୀର ତିହାର ଜେଲ୍‌ରେ ଫାଶୀ ଦିଆଯାଇଥିଲା ଓ ମୃତଦେହକୁ ତିହାର ଜେଲରେ ପୋତି ଦିଆଯାଇଥିଲା ।

Parliament 2001 Parliament Attack Parliament Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ