Advertisment

ସମ୍ବଲପୁର ହିଂସା: ଗୁଇନ୍ଦା ରିପୋର୍ଟକୁ ଅଣଦେଖା; OTV ହାତରେ ଚାଞ୍ଚଲ୍ୟକର ଡକ୍ୟୁମେଣ୍ଟ

ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ। ୧୨ରେ ହିଂସା ଘଟିଥିବା ବେଳେ ୧୧ରେ ଚିଠି କରିଥିଲେ ଗୁଇନ୍ଦା ଏସପି।

ଅଦ୍ୟତନ ହୋଇଛି
Sambalpur Violence News Today

Sambalpur Violence

Advertisment

ଏପ୍ରିଲ ୧୨ ତାରିଖ ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣାରେ ଓଟିଭି ହାତରେ ଲାଗିଛି ଚାଞ୍ଚଲ୍ୟକର ଡକ୍ୟୁମେଣ୍ଟ। ହିଂସା ନେଇ ଜିଲ୍ଲା ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ। ସମ୍ବଲପୁର ଏସପିଙ୍କୁ ଚିଠି ଲେଖି ସୂଚନା ଦେଇଥିଲେ ଗୁଇନ୍ଦା ଏସପି।

Advertisment

ସାଂପ୍ରଦାୟିକ ହିଂସା ଘଟିବା ସମ୍ଭାବନା ଥିବା ନେଇ ସତର୍କ କରାଇଥିଲେ। ୧୨ରେ ହିଂସା ଘଟିଥିବା ବେଳେ ୧୧ରେ ଚିଠି କରିଥିଲେ ଗୁଇନ୍ଦା ଏସପି। ହନୁମାନ ଜୟନ୍ତୀ ଶୋଭାଯାତ୍ରାର ତମାମ ରୁଟ୍ ଚାର୍ଟ ସହ ସତର୍କ କରାଇଥିଲେ। ଶୋଭାଯାତ୍ରାକାରୀମାନେ ସ୍ଲୋଗାନବାଜି କରି ଯିବା ନେଇ ସୂଚନା ଦେଇଥିଲେ।

ଏପରିକି ଶୋଭାଯାତ୍ରା ରୁଟରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଅଧିକ ଲୋକ ରହୁଥିବା ଦର୍ଶାଇଥିଲେ। ଶୋଭାଯାତ୍ରା ସ୍ଲୋଗାନବାଜି ବେଳେ ହିଂସା ଘଟିପାରେ, ସତର୍କ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିଦ୍ବେଷ ହୋଇପାରେ, ଦର୍ଶାଇଥିଲେ।

Advertisment

ଏସପିଙ୍କୁ ଦେଇଥିବା ଚିଠିର କପି ଗୃହ ବିଭାଗ ଅତିରିକ୍ତ ସଚିବଙ୍କୁ ବି ଦେଇଥିଲେ। ଆଇନଶୃଙ୍ଖଳା ଏଡିଜି, ସମ୍ବଲପୁର ରେଂଜ ଆଇଜିଙ୍କୁ ବି କପି ଦେଇଥିଲେ।

Advertisment

ଗତ ଏପ୍ରିଲ ୧୨ରେ ସମ୍ବଲପୁରରେ ହିଂସା ଘଟିଥିଲା। ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ବେଳେ ପଥର ମାଡ଼ ହୋଇଥିଲା। ପଥର ମାଡ଼ରେ ଅତିରିକ୍ତ ଏସପିଙ୍କ ସମେତ ୧୦ ପୋଲିସ ଆହତ ହୋଇଥିଲେ। ଧନୁପାଲି ଛକରୁ ରାଲି ଗଲା ବେଳେ ପୋଲିସକୁ ପଥର ମାଡ଼ ହୋଇଥିଲା। ପଥର ମାଡ଼ରେ ଏଏସପି, ଧନୁପାଲି ଆଇଆଇସି ଆହତ ହୋଇଥିଲେ। ଏହି ଘଟଣା ପରେ ସମ୍ବଲପୁରରେ ୧୪୪ ଧାରା ଓ ପରେ କର୍ଫ୍ୟୁ ଜାରି କରାଯାଇଥିଲା। 

Odisha DGP Curfew
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ