Advertisment

ଯନ୍ତ୍ରଣାରୁ ମୁକ୍ତି ପାଇଁ ଆମ୍ବୁଲାନ୍ସରେ ଡ୍ରାଇଭର ସହ ମଦ ପିଇଲା ରୋଗୀ !

ସଂପୃକ୍ତ ରୋଗୀ ଜଣକ ମଦ ନ ପିଇଲେ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ।

ଅଦ୍ୟତନ ହୋଇଛି
Ambulance Driver and Patient Drinking Liquor

patient with driver drink liquor in ambulance

Advertisment

ରାସ୍ତା କଡରେ ଆମ୍ବୁଲାନ୍ସ ରଖି ଖୁଲମ୍ ଖୁଲା ନିଶା ସେବନ କଲେ ଡ୍ରାଇଭର। ଏମିତି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଜଗତସିଂହପୁର ଜିଲ୍ଲା ର କଟକ-ପାରାଦ୍ୱୀପ ରାସ୍ତାର ସାରଳା ରୋଡ଼ ନିକଟରେ। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଉକ୍ତ ଆମ୍ବୁଲାନ୍ସ ଜଣେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ପାରାଦୀପ ଅଞ୍ଚଳରୁ କଟକ ନେଉଥିଲେ। ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାରଳା ରୋଡ଼ ନିକଟରେ ଆମ୍ବୁଲାନ୍ସ ରାସ୍ତା ପାର୍ଶ୍ୱରେ ରଖି ନିଜେ ମଦ ପିଇବା ସହିତ ରୋଗୀକୁ ମଧ୍ୟ ମଦ ଦେଉଥିବା ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

Advertisment

ସଂପୃକ୍ତ ରୋଗୀ ଜଣକ ମଦ ନ ପିଇଲେ ଯିବେ ନାହିଁ ବୋଲି ଜିଦି ଧରିଥିବା ବେଳେ ଆମ୍ବୁଲାନ୍ସ ଚାଳକ ତାଙ୍କୁ ରାସ୍ତା କଡ଼ରେ ଅଟକାଇ ମଦ ଦେଇଥିବା ଖୋଦ ଆମ୍ବୁଲାନ୍ସ ଡ୍ରାଇଭର ସ୍ୱୀକାର କରିଛନ୍ତି । ତେବେ ଆଗକୁ ଏଭଳି ଭୁଲ ହେବନି ବୋଲି ଫୋନ ଯୋଗେ କହିଛନ୍ତି ସମ୍ପୃକ୍ତ ଡ୍ରାଇଭର। 

ଆମ୍ବୁଲାନ୍ସ ଡ୍ରାଇଭର ଦିଲୀପ ରଥ କହିଛନ୍ତି ଯେ ଘଟଣାଟି ସମ୍ପୂର୍ଣ୍ଣ ସତ। କୈଳାସ ଦେହୁରୀ ନାମକ ଜଣେ ଯୁବକ ଜଣକ ଗଛ ଉପରେ ଚଢି ଡାଳ ହାଣୁଥିଲେ। କିନ୍ତୁ ଆଶ୍ଚର୍ଯ୍ୟକର କଥା, ସିଏ ଯେଉଁ ଡାଳରେ ଠିଆ ହୋଇଥିଲେ, ସିଏ ସେଇ ଡାଳକୁ ହାଣୁଥିଲେ।  ସେ ଡାଳ ଭାଙ୍ଗିଗଲା। ଗଛରୁ ପଡ଼ିଯିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ମାଗଣାରେ ଆମ୍ବୁଲାନ୍ସରେ ହସ୍ପିଟାଲ ନେବାବେଳେ ବାଟରେ ଆରମ୍ଭ ହୋଇଯାଇଥିଲା ରୋଗୀର ଅଜବ କାରନାମା। ମଦ ନପିଇଲେ ଯନ୍ତ୍ରଣା କମିବନି ବୋଲି ରୋଗୀ ଜଣକ କହିବା ସହ ମଦ ଦେବା ପାଇଁ ବାରମ୍ବାର ନେହୁରା ହେଉଥିଲେ। ଗାଡି ମୁଁ ଚଲାଉଥିଲି। ବାଧ୍ୟହୋଇ ଶାରଳା ରୋଡ୍‌ ନିକଟରେ ତାକୁ ମଦ ପିଇବାକୁ ଦେଇଥିଲେ ବୋଲି ସଂପୃକ୍ତ ଡ୍ରାଇଭର କହିଛନ୍ତି।

Advertisment

(ରିପୋର୍ଟ: ଶଶାଙ୍କ ଶେଖର ପଣ୍ଡା)
ବୈଧାନିକ ସତର୍କତା: ମଦ୍ୟପାନ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ

Ambulance Liquor Patient
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ