Advertisment

‘ଜ୍ୱିଗାଟୋ’ର ଟ୍ରେଲର ଲଞ୍ଚ୍‌; କମେଡିଆନ୍‌ଙ୍କ ସିରିୟସ୍ ଅବତାର

ଅଭିନେତା କପିଲ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜ୍ୱିଗାଟୋ’ର ଟ୍ରେଲର ଲଞ୍ଚ୍‌ ହୋଇଛି। କପିଲ ଏହି ଫିଲ୍ମରେ ଜଣେ ଫୁଡ୍ ଡେଲିଭରୀ ବୟ ଭାବେ ଅଭିନୟ କରିଛନ୍ତି। କମେଡିଆନ୍ଙ୍କ ଚେହେରାରେ ଦେଖାଦେଇଛି ସିରିୟସର ଛାପ।

author-image
Pramod Behera
ଅଦ୍ୟତନ ହୋଇଛି
Zwigato Trailer Out: Kapil Sharma As Food Delivery Man

Zwigato trailer out comedian kapil Sharma as food delivery man

କମେଡିଆନ୍ ତଥା ଅଭିନେତା କପିଲ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜ୍ୱିଗାଟୋ’ର ଟ୍ରେଲର ଲଞ୍ଚ୍‌ ହୋଇଛି। ଏହି ଚଳଚ୍ଚିତ୍ରକୁ ପୁରସ୍କାର ବିଜେତା ନିର୍ଦ୍ଦେଶକ ନନ୍ଦିତା ଦାସ ନିର୍ଦ୍ଦେଶନା ଦେଇଛନ୍ତି। କପିଲ ଏହି ଫିଲ୍ମରେ ଜଣେ ଫୁଡ୍ ଡେଲିଭରୀ ବୟ ଭାବେ ଅଭିନୟ କରିଛନ୍ତି। ଟ୍ରେଲରଟି ସାମାଜିକ ବ୍ୟଙ୍ଗରେ ପରିପୂର୍ଣ୍ଣ। ଏଥିରେ ଡେଲିଭରୀ ବୟଙ୍କର ଅସୁବିଧା ଏବଂ ସଂଘର୍ଷକୁ ଚିତ୍ରିତ କରାଯାଇଛି।

Advertisment

ଏହି ଫିଲ୍ମରେ ଦେଖାଯାଏ ଯେ ଡେଲିଭରୀ ବୟ ଘର ଚଳେଇବା ନେଇ କଠିନ ପରିଶ୍ରମ କରେ। ଟ୍ରେଲରଟି ଅନେକ ଭାବନା ଭରପୂର। ପତ୍ନୀଙ୍କ ଇଚ୍ଛା, ଝିଅର ଚାହିଦା ଏବଂ ଏକ ବାପାର ପିତାର ଅସହାୟତାକୁ ନେଇ ଏହି ଫିଲ୍ମ ଗତିକରେ। ଟ୍ରେଲର ଆପଣଙ୍କୁ ମଧ୍ୟ ଭାବପ୍ରବଣ କରିଦେବ।

'ଜ୍ୱିଗାଟୋ'ର ଟ୍ରେଲରରେ ଏପରି ଅନେକ ଦୃଶ୍ୟ ଅଛି, ଯାହା ଦେଖିବା ପରେ ଯେ କେହି ବି ଭାବପ୍ରବଣ ହୋଇପାରେ। ଟ୍ରେଲର ଏକ ବାପ-ଝିଅର ବାର୍ତ୍ତାଳାପରୁ ଆରମ୍ଭ। ମୋବାଇଲରେ ଆସିଥିବା ମେସେଜ୍ ପଢିବା ପରେ ଝିଆ ତାଙ୍କ ଫୁଡ୍ ଡେଲିଭରୀ ବାପାଙ୍କୁ କହେ ଯେ ଗ୍ରାହକଙ୍କ ସହ ସେଲ୍‌ଫି ନେବା ଏବଂ ଅପଲୋଡ୍ କରିବା ପରେ ତାଙ୍କୁ ୧୦ ଟଙ୍କା ଅଧିକ ମିଳିବ। ଏହା ବ୍ୟତୀତ ଚଳଚ୍ଚିତ୍ରରେ ବାପ-ଝିଅର ଏହି କଥା - “ପାପା, ଏହା ଏକ ଫଳ ନା ପନିପରିବା?” ବାପା କୁହନ୍ତି, “ମୁଁ କିପରି ଜାଣିବି, ମୁଁ ଏହାକୁ କେବେବି ଖାଇ ନାହିଁ।” ଆପଣଙ୍କ ମନକୁ ଦୋହଲେଇ ଦେବ।

Advertisment

ଅଧିକ ପଢ଼ନ୍ତୁ: ଭିନ୍ନ ଲୁକ୍‌ରେ ସାରା ଅଲି ଖାନ; ମୁହଁରେ ନିଶ ଆଉ ଦାଢ଼ି

ଏହି ଚଳଚ୍ଚିତ୍ରରେ କପିଲ ଶର୍ମାଙ୍କ ପତ୍ନୀଙ୍କ ଚରିତ୍ରରେ ଶାହାନା ଗୋସ୍ୱାମୀ ଅଭିନୟ କରିଛନ୍ତି। ସେ ଜଣେ ଗୃହିଣୀ। ପ୍ରଥମେ ସେ ପରିବାର ସହିତ କମ୍ ସମୟ ଅତିବାହିତ କରୁଥିବା ତାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ କରନ୍ତି, କିନ୍ତୁ ପରେ ସେ ନିଜେ କାମ କରି ତାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନିଅନ୍ତି। କିନ୍ତୁ କପିଲ ମନା କରି ଦିଅନ୍ତି ଯେ ସେ ଟଙ୍କା ରୋଜଗାର କରିବାକୁ ବାହାରକୁ ଯିବେ ନାହିଁ। ଅନ୍ୟ ଏକ ଦୃଶ୍ୟରେ ଏହା ଦେଖାଯାଇଛି ଯେ ଜଣେ ଫୁଡ୍ ଡେଲିଭରୀ ବୟ ଯେତେ ବି ବାକ୍ସ ବିତରଣ କରନ୍ତୁ ନା କାହିଁକି, ତାଙ୍କର ଦରମା ସମାନ ହୋଇଥାଏ।

ଫିଲ୍ମରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଫୁଡ୍ ଡେଲିଭରୀ ବୟ ପାଇଁ ରେଟିଂ କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ରେଟିଂକୁ ନେଇ ଫୁଡ୍ ଡେଲିଭରୀ ବୟଙ୍କୁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଜଣେ ବସ୍ ଠାରୁ କେତେ କ’ଣ ଶୁଣିବାକୁ ପଡେ ଆଉ ତା’ପରେ ରେଟିଂ ପାଇଁ କେତେ କ’ଣ କରିବାକୁ ହୁଏ।

ଏହି ଫିଲ୍ମର ଏକ ସଂଳାପ ଖୁବ ମର୍ମାହତ କରିବା ଭଳି। “ସେ ଜଣେ ଶ୍ରମିକ, ସେଥିପାଇଁ ସେ ଅସହାୟ… ସେ ଅସହାୟ, ସେଥିପାଇଁ ସେ ଜଣେ ଶ୍ରମିକ” ଏହି ସଂଳାପ ଲୋକଙ୍କ ମନକୁ ସିଧାସଳଖ ଆଘାତ ଦେଲା ଭଳି।

ଏହି ଫିଲ୍ମରେ ଦେଶର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସିରିୟସ୍ ଅବତାର ଦେଖି ଆପଣ କେବେ ବି ବିଶ୍ୱାସ କରିବେ ନାହିଁ। ଏଥିରେ ସେ ଦମଦାର ଅଭିନୟ କରୁଥିବା ନଜର ଆସିଛନ୍ତି। ସେ ଜଣେ ସାଧାରଣ ଲୋକର ଅବତାରରେ ବହୁତ ଫିଟ୍ ମଧ୍ୟ ଲାଗୁଛନ୍ତି। ଏହି ଫିଲ୍ମ ଟରୋଣ୍ଟୋ ଏବଂ ବୁସାନ୍ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା ଏବଂ ଦର୍ଶକଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇଥିଲା। ଏହି ଫିଲ୍ମ ୧୭ ମାର୍ଚ୍ଚରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Kapil Sharma Bollywood
Advertisment
Advertisment