Advertisment

୭୧ ବର୍ଷ ବୟସରେ ପ୍ରଶଂସକଙ୍କୁ ଦିୱାନା କଲେ ଜୀନତ ଅମାନ

ଜୀନତ ଅମାନଙ୍କୁ ୭୧ ବର୍ଷ ବୟସ ହୋଇଥିଲେ ବି ଏହି ବୟସରେ ତାଙ୍କର ଗ୍ରେସ୍, ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍ କମି ନାହିଁ। ଏହି ବୟସରେ ଲାକ୍‌ମି ଫ୍ୟାଶନ ସପ୍ତାହରେ ରାମ୍ପ୍‌ ଚାଲି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତାଙ୍କର ଷ୍ଟାଇଲ୍ ଆପଣ ବି ଦେଖିଲେ ଦିୱାନା ହେଇଯିବେ।

author-image
Pramod Behera
Zeenat Aman walk in full swag at lakme fashion week

Zeenat Aman walk in full swag at lakme fashion week

ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନଙ୍କୁ ୭୧ ବର୍ଷ ବୟସ ହୋଇଥିଲେ ବି ଏହି ବୟସରେ ତାଙ୍କର ଗ୍ରେସ୍, ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍ କମି ନାହିଁ। ଏହି ବୟସରେ ଲାକ୍‌ମି ଫ୍ୟାଶନ ସପ୍ତାହରେ ରାମ୍ପ୍‌ ଚାଲି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତାଙ୍କର ଷ୍ଟାଇଲ୍ ଆପଣ ବି ଦେଖିଲେ ଦିୱାନା ହେଇଯିବେ।

Advertisment

ଏହି ବୟସରେ ବି ଜୀନତ ତାଙ୍କ ଲୁକ୍‌ରେ ସବୁ ଚର୍ଚ୍ଚା ସାଉଁଟୁଛନ୍ତି। ଲାକ୍‌ମି ଫ୍ୟାଶନ ସପ୍ତାହରେ ଜୀନର ଅମାନ ଫ୍ୟାଶନ ଡିଜାଇନର୍ ଶାହିନ୍ ମାନନ୍‌ଙ୍କ ପାଇଁ ରାମ୍ପ୍‌ ଚାଲିଥିଲେ ଏବଂ ଏହି ସମୟରେ ତାଙ୍କ ସ୍ୱାଗ୍ ଦେଖିବା ଭଳି ହୋଇଥିଲା। ଯେତେବେଳେ ଅଭିନେତ୍ରୀ ରାମ୍ପରେ ଏଣ୍ଟ୍ରି କଲେ, ସମସ୍ତଙ୍କ ଆଖି ତାଙ୍କ ଉପରେ ଥିଲା।

ଲାକ୍‌ମି ଫ୍ୟାଶନ ସପ୍ତାହରେ ଜୀନତ ଅମାନ କାର୍ପେଟ୍‌ରେ ଚାଲୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଅଭିନେତ୍ରୀଙ୍କ ଷ୍ଟାଇଲ୍ ଏବଂ ଗ୍ଲାମର ଦେଖାଯାଉଛି। ଲାକ୍‌ମି ଫ୍ୟାଶନ ସପ୍ତାହର ଅଫିସିଆଲ୍‌ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରୁ ଜୀନତଙ୍କ ଏକ ଭିଡିଓ ମଧ୍ୟ ପୋଷ୍ଟ୍ ହୋଇଛି, ଯେଉଁଥିରେ ଅଭିନେତ୍ରୀ କଳା ଚଷମା ଏବଂ ଏକ ରଙ୍ଗୀନ ଜ୍ୟାକେଟ୍‌ରେ ନଜର ଆସିଛନ୍ତି। ସେ ଏହା ସହିତ ଏକ ଷ୍ଟାଇଲିସ୍ ପ୍ୟାଣ୍ଟ୍‌ ମଧ୍ୟ ପିନ୍ଧିଛନ୍ତି। ଏବୁଠାରୁ ଆକର୍ଷଣର କଥା ହେଉଛି ଏହି ଫ୍ୟାଶନ ସପ୍ତାହରେ ଜୀନତ ତାଙ୍କ ଗ୍ରେ କେଶକୁ ଖୋଲାଖୋଲି ଭାବେ ପ୍ଲାଣ୍ଟ୍ କରୁଥିବା ଦେଖାଯାଏ।

Advertisment

ତେବେ ସବୁଠାରୁ ବଡ କଥା ହେଉଛି ଅନ୍ୟ ତାରକାମାନଙ୍କ ପରି କେଶକୁ ରଙ୍ଗ କରିବା ପରିବର୍ତ୍ତେ ସେ ନିଜ ପ୍ରକୃତ ଅବତାରରେ ରାମ୍ପ୍‌ ଚାଲିବାକୁ ସ୍ଥିର କରିଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ଷ୍ଟାଇଲ୍ ହିଁ ଦେଖିବା ଭଳି ହୋଇଥିଲା। ପ୍ରଶଂସକମାନେ ତାଙ୍କ ଷ୍ଟାଇଲ୍ ଦେଖି ଫିଦା ହେଉଛନ୍ତି। ଅନେକ ତାଙ୍କୁ କମେଣ୍ଟ ଦେବା ସହ ତାଙ୍କ ରାମ୍ପ୍‌ ଚାଲିବା ଏବଂ ଲୁକ୍‌କୁ ପ୍ରଶଂସା କରୁଛନ୍ତି।

ଜଣେ ପ୍ରତିକ୍ରିୟା ଦେଇ କହିଛନ୍ତି- 'ପ୍ରକୃତରେ ସେ ଏକ ପ୍ରେରଣା। ତାଙ୍କୁ ମୋର ହୃଦୟର ଅନ୍ତରରୁ ଭଲ ପାଇବା।' ଆଉ ଜଣେ ଲେଖିଛନ୍ତି- ‘ଏହାକୁ ହିଁ କୁହାଯାଏ ଶୋ ଷ୍ଟାପର୍। ଅରିଜିନାଲ୍।' ଅନ୍ୟଜଣେ ଲେଖିଛନ୍ତି- 'ସବୁବେଳ ପାଇଁ ଗ୍ରେସ୍‌ଫୁଲ୍।’

ଲାକ୍‌ମି ଫ୍ୟାଶନ ସପ୍ତାହରେ ଅନ୍ୟମାନଙ୍କ ମଧ୍ୟଏ ଶିଳ୍ପା ଶେଟ୍ଟୀ, ସାରା ଅଲି ଖାନ, ଡାଏନା ପେଣ୍ଟି, ସୋନାକ୍ଷୀ ସିହ୍ନା, ରକୁଲ ପ୍ରୀତ୍‌ ସିଂହ, ସାନ୍ୟା ମାଲହୋତ୍ରା, ବିଜୟ ବର୍ମା, ନେହା ଧୁପିଆ ମଦ୍ୟ ରାମ୍ପ୍‌ରେ ଚାଲିଥିଲେ।


 
 
 
 
 
 
 
 
 
 
 
 
 
 

A post shared by Lakmé Fashion Week (@lakmefashionwk)

ପ୍ରକାଶଥାଉ ଯେ ଜୀନତ ଅମାନ କିଛି ଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଯୋଗ ଦେଇଛନ୍ତି। ସେ ତାଙ୍କ ଜୀବନ ସହ ଜଡିତ ନୂଆ ଓ ପୁରୁଣା ଫଟୋ, ଭିଡିଓ ଏବଂ କାହାଣୀ ଶେୟାର କରୁଛନ୍ତି। ଜୀନତ ଜଣେ ମଡେଲ୍ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଯେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ।

Bollywood Zeenat Aman
Advertisment
Advertisment